ଭୁବନେଶ୍ବର: ୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍ ପକ୍ଷରୁ ଆସନ୍ତାକାଲି (ଗୁରୁବାର) ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଅନୁଷ୍ଠିତ ହେବ। ଓଡ଼ିଶାରେ ଶ୍ରମିକ ସଂଗଠନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳ ରୋକ, ପିକେଟିଂ ଓ ବିକ୍ଷୋଭ ଯୋଜନା ରହିଛି। ଶ୍ରମିକ ସଂଗଠନମାନଙ୍କ ଏହି ସର୍ବଭାରତୀୟ ଧର୍ମଘଟକୁ ଓଡ଼ିଶାରେ କଂଗ୍ରେସ ଓ ବିଜେଡି (ବିଜୁ ଶ୍ରମିକ ସାମ୍ମୁଖ୍ୟ) ସମର୍ଥନ ଘୋଷଣା କରିଛି। ଅନ୍ୟ ସଂଗଠନମାନେ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଜଣାଇଥିବାରୁ ରାଜ୍ୟରେ ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି।
Bhadrak: ୪ ବ୍ଲକର ଲୋକଙ୍କୁ ଲୁଣାଜଳ ଭରସା
ଶ୍ରମ ଆଇନରେ ସଂଶୋଧନ, ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୫କୁ ପ୍ରତ୍ୟାହାର, ଭିବି-ଜି ରାମଜି ଆଇନ ବଦଳରେ ମନରେଗା ଲାଗୁ, ଚାଷୀ ଓ କୃଷି ଶ୍ରମିକଙ୍କୁ ସୁରକ୍ଷା ସହ ବିହନ ବିଲ୍ ୨୦୨୫ ପ୍ରତ୍ୟାହାର, ସ୍ବାମୀନାଥନ କମିସନ ଅନୁସାରେ ଏମ୍ଏସ୍ପି ଲାଗୁ, ସମାନ କାମକୁ ସମାନ ଦରମା, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ଆଇନଗତ ସୁରକ୍ଷା, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର, ଦରଦାମ ଓ ବେକାରୀ ନିୟନ୍ତ୍ରଣ, ସାଂପ୍ରଦାୟିକ ବିଦ୍ବେଷ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏସ୍ଇଡବ୍ଲୁଏ, ଏଲ୍ପିଏଫ୍, ସଂଯୁକ୍ତ କିଷାନ ମୋର୍ଚ୍ଚା, ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ସଂଘ, ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ବନ୍ଦ ପାଳନରେ ୩୦ କୋଟିରୁ ଅଧିକ ଶ୍ରମିକ ସାମିଲ ହେବେ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି।
Electricity: ତାପଜ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ନେଇ ଆଶଙ୍କା
ଓଡ଼ିଶାରେ ଗଠିତ ହୋଇଥିବା କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ ତରଫରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଆସନ୍ତାକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ଧର୍ମଘଟ-ବନ୍ଦ କରାଯିବ। ଦିନ ୧୨ଟା ୪୫ରେ ରାଜମହଲ ଛକରୁ ଏକ ଶୋଭାଯାତ୍ରା ବାହାରି ଗାନ୍ଧୀମାର୍ଗରେ ପହଞ୍ଚିବ। ଏହି ଧର୍ମଘଟକୁ ସଫଳ କରିବା ଲାଗି ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/28/ngp-strike-probhavhin-3-2026-01-28-20-30-47.jpg)