ମାଲକାନଗିରି: ହାତରେ ଆଉ ୧୫ ଦିନ ସମୟ। ଜାନୁଆରି ୩୧ ସୁଦ୍ଧା ପଶ୍ଚିମ ବସ୍ତର ଡିଭିଜନାଲ୍‌ କମିଟି ସଂପାଦକ ପାପା ରାଓ ଓରଫ ମଙ୍ଗୁ ଓରଫ ସୁନାମ ଚନରାୟାଙ୍କୁ ଏନ୍‌କାଉଣ୍ଟର କରି କିମ୍ବା ଜୀବିତ ଧରିବାକୁ ନିର୍ଦ୍ଦେଶ ମିଳିଛି। ତେଣୁ ଛତିଶଗଡ଼ରେ ବଡ଼ ଅପରେସନ୍‌ ଆରମ୍ଭ କରିଛନ୍ତି ଡିଆର୍‌ଜି ଯବାନ। କିଛି ଦିନ ତଳେ ନକ୍ସଲ ସଂଗଠନର ଟପ୍‌ କ୍ୟାଡର୍‌ ବାର୍‌ସେ ଦେବା ନିଜର ୨୬ଜଣ ସହଯୋଗୀଙ୍କ ସହ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ଦୁର୍ବଳ ସଂଗଠନକୁ ଶକ୍ତିଶାଳୀ କରିବା ସହ ଗତିବିଧି ବିସ୍ତାର ପାଇଁ ପୂରା ଜୋର୍‌ ଲଗାଇଛି ବରିଷ୍ଠ ନେତା ପାପା ରାଓ। ୪ଦଶନ୍ଧି ଧରି ଆତଙ୍କ ସୃଷ୍ଟି କରି ଚାଲିଥିବା ଏହି ୫୮ବର୍ଷୀୟ କୁଖ୍ୟାତ ନକ୍ସଲ ନେତା ଏବେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସଂଗଠନକୁ ସକ୍ରିୟ ଚଳାଇଛି।

Advertisment

fhshffxbv

୨୦୨୧ ପର୍ଯ୍ୟନ୍ତ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ୍‌ କମିଟିର ସଦସ୍ୟ ଥିଲା ପାପା ରାଓ। ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ଏବେ ବସ୍ତର ଡିଭିଜନାଲ୍‌ କମିଟି ସଂପାଦକ ଦାୟିତ୍ବ ତୁଲାଉଛି। ବହୁ ହିଂସାକାଣ୍ଡରେ ସିଧାସଳଖ ସଂପୃକ୍ତ ଥିବା ପାପା ରାଓର ମୁଣ୍ଡ ଉପରେ ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି। ଏବେ ମାଓମୁକ୍ତ ଭାରତ ଅଭିଯାନର ଅଂଶ ସ୍ବରୂପ ପାପା ରାଓ ନାମକ ଆତଙ୍କର ଅନ୍ତ ପାଇଁ ଡିଆର୍‌ଜି ଯବାନଙ୍କୁ ବଡ଼ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ଗୁଇନ୍ଦା ସୂଚନା ଆଧାରରେ ଡିଆର୍‌ଜି ଯବାନଙ୍କ ଆଡୁ ଦିନରାତି ଅପରେସନ୍‌ ଚାଲିଥିବା ସୂଚନା ମିଳିଛି।

Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍

ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସୂଚନା ଅନୁସାରେ, ଏବେ ବିଜାପୁର ଜିଲ୍ଲାର ଘଞ୍ଚ ଜଙ୍ଗଲରେ ୧୦୦ ସଶସ୍ତ୍ର ନକ୍ସଲ ସେମାନଙ୍କ ଗତିବିଧି ଜାରି ରଖିଛନ୍ତି। ପାପା ରାଓ ଏବଂ ତାଙ୍କ ସହଯୋଗୀଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ପୁଲିସ ପକ୍ଷରୁ ଆହ୍ବାନ୍‌ ଦିଆଯାଇଛି। ଆତ୍ମସମର୍ପଣ କଲେ ସରକାରଙ୍କ ନିୟମାନୁସାରେ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ପାପା ରାଓ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ପୁଲିସ ସହ ଲୁଚକାଳି ଖେଳୁଛି। ଅନେକ ହିଂସାର ମାଷ୍ଟର୍‌ମାଇଣ୍ଡ୍‌ ପାପା ରାଓକୁ ଧରିବାକୁ କିଛି ଦିନ ତଳେ ପୁଲିସର ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ବିସ୍ତୃତ ଆଲୋଚନା କରି ଡିଆର୍‌ଜି ଯବାନଙ୍କୁ ଦାୟିତ୍ବ ଦେବା ସହ ନିର୍ଦ୍ଧାରିତ ଅବଧି ସୁଦ୍ଧା ଅପରେସନ୍‌ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ୨୫୬ ନକ୍ସଲ ନିହତ ହୋଇଥିଲା ବେଳେ ୮୮୪ ନକ୍ସଲ ଗିରଫ ହୋଇଛନ୍ତି।

Naxal: ନକ୍ସଲ ସଫା ନେଇ କାଉଣ୍ଟଡାଉନ ଆରମ୍ଭ; ଯବାନଙ୍କ ଟାର୍ଗେଟରେ ମାଓ ନେତା ପାପା ରାଓ