Chairpersons meet Naveen: ନବୀନଙ୍କୁ ଭେଟିଲେ ୧୫ ପୌର ପରିଷଦ ଅଧ୍ୟକ୍ଷ: ନିର୍ବାଚିତ ପ୍ରତିନିଧିଙ୍କୁ ନ୍ୟୂନ କରିବାକୁ ସରକାରଙ୍କ ଉଦ୍ୟମକୁ ନବୀନଙ୍କ ନାପସନ୍ଦ

Advertisment

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ପୌର ପରିଷଦ ମହାସଂଘ ପକ୍ଷରୁ ୧୫ ପୌର ପରିଷଦର ଅଧ୍ୟକ୍ଷ-ଅଧ୍ୟକ୍ଷାମାନେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ପୌର ପରିଷଦ ମହାସଂଘ ପକ୍ଷରୁ ୧୫ ପୌର ପରିଷଦର ଅଧ୍ୟକ୍ଷ-ଅଧ୍ୟକ୍ଷାମାନେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

sfhfhhhfhf

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ପୌର ପରିଷଦ ମହାସଂଘ ପକ୍ଷରୁ ୧୫ ପୌର ପରିଷଦର ଅଧ୍ୟକ୍ଷ-ଅଧ୍ୟକ୍ଷାମାନେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପୌର ଅଧ୍ୟକ୍ଷଙ୍କ କ୍ଷମତା ସଂକୁଚିତ କରାଯାଇଥିବାରୁ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

First pillar: ପ୍ରଥମ ସ୍ତମ୍ଭ: ଅନ୍ତର୍ଦ୍ୱନ୍ଦ୍ବ

ନିର୍ବାଚିତ ପୌର ପ୍ରତିନିଧିଙ୍କ କ୍ଷମତାକୁ ପ୍ରଶାସନିକ ଆଦେଶ ବଳରେ ରାଜନୈତିକ ସୁବିଧା ପାଇଁ କ୍ଷୁଣ୍ଣ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଶ୍ରୀ ପଟ୍ଟନାୟକ ନାପସନ୍ଦ କରିଥିଲେ। ସମଗ୍ର ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କ ସହ ରହି ଲୋକଙ୍କ କାମ ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ଉଲ୍ଲେଖ ଯେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚଳିତମାସ ୫ତାରିଖରେ ଏକ ପତ୍ର ଜାରି ହୋଇଛି। ଏଥିରେ ନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତା ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ବିନା ପ୍ରତିଯୋଗିତାମୂଳକ ନିଲାମରେ କ୍ରୟ ଓ ବିନା କାଉଣ୍ଟରସାଇନ୍‌ରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚେକ୍‌ ପ୍ରଦାନ ଆଦି ଅଗଣତାନ୍ତ୍ରିକ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନିର୍ବାଚିତ ପ୍ରତିନିଧିମାନେ ବିରୋଧ କରୁଛନ୍ତି।

Cricket: ଆଜି ୟୁନିଲାଇଟ୍‌ କପ୍‌ ଫାଇନାଲ୍‌: ବିଜେଇଏମ୍‌ ବନାମ ଡିଏଭି ଚନ୍ଦ୍ରଶେଖରପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe