missing students: ନିଖୋଜ ୩ ଛାତ୍ର ଛତିଆରୁ ଠାବ: ଶିକ୍ଷକଙ୍କୁ ଦାୟୀ କଲେ ଅଭିଭାବକ

Advertisment

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅଧୀନ ଚିଲତଇଳା ଆଦିବାସୀ ଆଶ୍ରମ ବିଦ୍ୟାଳୟରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ରଙ୍କୁ ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରୁ ଠାବ କରାଯାଇଛି। ଗତ ୧୦ ତାରିଖରୁ ଏହି ୩ ଜଣ ଛାତ୍ର ନିଖୋଜ ଥି‌ଲେ।

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅଧୀନ ଚିଲତଇଳା ଆଦିବାସୀ ଆଶ୍ରମ ବିଦ୍ୟାଳୟରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ରଙ୍କୁ ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରୁ ଠାବ କରାଯାଇଛି। ଗତ ୧୦ ତାରିଖରୁ ଏହି ୩ ଜଣ ଛାତ୍ର ନିଖୋଜ ଥି‌ଲେ।

school student

Photograph: (Orissa POST)

ଢେଙ୍କାନାଳ/ରାସୋଳ/ଭୁବନ: ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅଧୀନ ଚିଲତଇଳା ଆଦିବାସୀ ଆଶ୍ରମ ବିଦ୍ୟାଳୟରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ରଙ୍କୁ ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରୁ ଠାବ କରାଯାଇଛି। ଗତ ୧୦ ତାରିଖରୁ ଏହି ୩ ଜଣ ଛାତ୍ର ନିଖୋଜ ଥି‌ଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ବୟସ ୭ ବର୍ଷ ହୋଇଥିବା ବେଳେ ଜଣେ ୧୧ ବର୍ଷର ବୋଲି ଜଣାପଡ଼ିଛି। ନିଖୋଜ ସମସ୍ତ ଛାତ୍ର ଭୁବନ ଅଞ୍ଚଳର ବୋଲି ପୁଲିସ କହିଛି।  

Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍‌!

ବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୧୦ ତାରିଖରେ ସ୍କୁଲ ପାଖ ପଡ଼ିଆରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଯୋଗ ଦେବା ଲାଗି ଅନ୍ୟ ଛାତ୍ରମାନଙ୍କ ସହିତ ନିଖୋଜ ଛାତ୍ରମାନେ ମଧ୍ୟ ଯାଇଥିଲେ। ସମସ୍ତ ଛାତ୍ର ଫେରିଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ତିନିଜଣ ଆଉ ଫେରିନଥିଲେ। ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କର ପତ୍ତା ନ ମିଳିବାରୁ ପ୍ରଧାନଶିକ୍ଷକ ଅଶ୍ବିନୀ କୁମାର ସାହୁ ରାସୋଳ ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏହି ଛାତ୍ରଙ୍କ ପରିବାର ଲୋକେ ଶିକ୍ଷକଙ୍କ ଦାୟିତ୍ୱହୀନତା ଅଭିଯୋଗ ଆଣି ଥାନାରେ ପାଲଟା ଅଭିଯୋଗ କରିଛନ୍ତି।  

Chakrant: ଜାନୁଆରି ୧୬ରେ ‘ଚକ୍ରାନ୍ତ’

ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ରପ୍ରସନ୍ନ ପରିଜା କହିଛନ୍ତି ଯେ ନିଖୋଜ ଛାତ୍ରମାନଙ୍କୁ ପୁଲିସ ଖୋଜୁଛି। ସେମାନେ କିଭଳି ବିଦ୍ୟାଳୟରୁ ଗଲେ ଏବଂ କର୍ତ୍ତୃପକ୍ଷ ଜାଣି ପାରିଲେନି, ସେ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି। ଘଟଣା ସମ୍ପର୍କରେ ରାସୋଳ ଥାନା ଅଧିକାରୀ ବିଧୁଭୂଷଣ ମିଶ୍ର କହିଛନ୍ତି, ପିଲାମାନେ ୧୦ ତାରିଖ ମଧ୍ୟାହ୍ନରୁ ନିଖୋଜ ହୋଇଥିବା ସମ୍ପର୍କରେ ସେମାନଙ୍କ ଅଭିଭାବକ ୧୧ ତାରିଖ ରାତି ୯ଟାରେ ଥାନାରେ ଅଭିଯୋଗ କରିଥିଲେ। ସେହି ଆଧାରରେ ଗତକାଲିଠାରୁ ତଦନ୍ତ ଚାଲିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ଯୋଗୁଁ ପିଲାମାନେ ନିଖୋଜ ହୋଇଥିବା ନେଇ ଅଭିଭାବକମାନେ ଅଭିଯୋଗ କରିବା ପରେ ୩୬୨/୨୫ରେ ଏକ ମାମଲା ରୁଜୁ ହୋଇଛି। ସବିଶେଷ ସୂଚନା ଅନୁଯାୟୀ ନିଖୋଜ ଛାତ୍ରମାନେ ଯାଜପୁର ଜିଲ୍ଲା ଛତିଆରେ ଜଣେ ସଂପର୍କୀୟଙ୍କ ଘରେ ଥିବା ଜଣାପଡ଼ିଛି। ଉଦ୍ଧାର କରିବା ଲାଗି ପୁଲିସ ସହ ସେମାନଙ୍କ ଅଭିଭାବକ ସେଠାକୁ ଯାଇଥିବା ରାସୋଳ‌ ଥାନା ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe