Advertisment

Katha: ‘କଥା’ର ୩୯ତମ ବାର୍ଷିକ ଉତ୍ସବ: ‘ଯୁବଲେଖକ ନିଜକୁ ଜାଣନ୍ତୁ’

Advertisment

ଓଡ଼ିଶା ଲୋକଙ୍କ ପାଖରେ ଶ୍ରୀଜଗନ୍ନାଥ ଅଛନ୍ତି। ଆଉ କ’ଣ ବା ଦରକାର। ଜଗନ୍ନାଥ ସବୁର ସମାହାର। ମୋ ଗାଁର ଦଳିତ ଲୋକଙ୍କ ବଡ଼ ଇଚ୍ଛା ଶ୍ରୀଜଗନ୍ନାଥଙ୍କ ଦର୍ଶନ। ସେମାନେ ସେମାନଙ୍କ ଲୋକଗୀତ ଓ କାହାଣୀରେ ଜଗନ୍ନାଥଙ୍କ ଭଜନ କରନ୍ତି।

ଓଡ଼ିଶା ଲୋକଙ୍କ ପାଖରେ ଶ୍ରୀଜଗନ୍ନାଥ ଅଛନ୍ତି। ଆଉ କ’ଣ ବା ଦରକାର। ଜଗନ୍ନାଥ ସବୁର ସମାହାର। ମୋ ଗାଁର ଦଳିତ ଲୋକଙ୍କ ବଡ଼ ଇଚ୍ଛା ଶ୍ରୀଜଗନ୍ନାଥଙ୍କ ଦର୍ଶନ। ସେମାନେ ସେମାନଙ୍କ ଲୋକଗୀତ ଓ କାହାଣୀରେ ଜଗନ୍ନାଥଙ୍କ ଭଜନ କରନ୍ତି।

WhatsApp Image 2026-02-27 at 10.31.34 PM

ଭୁବନେଶ୍ୱର: ଓଡ଼ିଶା ଲୋକଙ୍କ ପାଖରେ ଶ୍ରୀଜଗନ୍ନାଥ ଅଛନ୍ତି। ଆଉ କ’ଣ ବା ଦରକାର। ଜଗନ୍ନାଥ ସବୁର ସମାହାର। ମୋ ଗାଁର ଦଳିତ ଲୋକଙ୍କ ବଡ଼ ଇଚ୍ଛା ଶ୍ରୀଜଗନ୍ନାଥଙ୍କ ଦର୍ଶନ। ସେମାନେ ସେମାନଙ୍କ ଲୋକଗୀତ ଓ କାହାଣୀରେ ଜଗନ୍ନାଥଙ୍କ ଭଜନ କରନ୍ତି। ମୁଁ ଦଳିତ, ଉପେକ୍ଷିତଙ୍କ ପାଇଁ ଲେଖିବାକୁ ଗାଁରୁ ପ୍ରେରଣା ପାଇଛି ବୋଲି ‘କଥା’ର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ବଦ୍ରିନାରାୟଣ ତିୱାରୀ। ଓଡ଼ିଶାର ପ୍ରଶଂସା କରି ସେ କହିଲେ, ଓଡ଼ିଶାର ଯୁବପିଢ଼ି ତାଙ୍କୁ ବହୁତ ପ୍ରଭାବିତ କରିଛନ୍ତି। ଏଠାରେ ଭାଷା, ସଂସ୍କୃତି ସହ ଯୁବକଙ୍କର ସମ୍ପର୍କ ଅଛି। ଓଡ଼ିଶା ନିଜ ପରିବାର ପରି ଲାଗେ। ଓଡ଼ିଶା ଏମିତି ଏକ ସ୍ଥାନ ଯେଉଁଠି ସବୁ ଭାଷାର ସାହିତ୍ୟ ଲୋକ ବୁଝନ୍ତି। ନୂଆ ଲେଖକମାନଙ୍କୁ ପରାମର୍ଶ ଦେଇ ଶ୍ରୀ ତିୱାରୀ କହିଥିଲେ, ଯୁବ ଲେଖକମାନେ ନିଜକୁ ଜାଣନ୍ତୁ, ନିଜ ଶକ୍ତିକୁ ବୁଝନ୍ତୁ।

Convocation: ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି

ଓଡ଼ିଆ ଗଳ୍ପର ନବଜାତକ ‘କଥା’ର ୩୯ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ସମାରୋହ ଶୁକ୍ରବାର ଜୟଦେବ ବିହାରସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସ୍ବାଗତ ଭାଷଣ ଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ‘କଥା’ ଜନ୍ମର ସ୍ମୃତିଚାରଣ କରି କହିଥିଲେ, ସୁଖପାଠ୍ୟ ଗଦ୍ୟ ତିଆରି ନ କଲେ ପାଠକ ତିଆରି ହେବେନି। କବିତାର ପାଠକ ଜଣେ ପ୍ରେମିକ ହୋଇପାରେ, ପ୍ରବନ୍ଧର ପାଠକ ଜଣେ ରାଜନେତା ହୋଇପାରନ୍ତି, କିନ୍ତୁ ଗଳ୍ପର ପାଠକ ଓଡ଼ିଆ ଗଦ୍ୟ ଓ ମୁଦ୍ରିତ ଅକ୍ଷରର ଶ୍ରଦ୍ଧାଳୁ। ଅଧିକ ଗଳ୍ପ ଲେଖାଯାଉ, ନୂଆ ଲେଖକ ସୃଷ୍ଟି ହୁଅନ୍ତୁ। ଗଳ୍ପ ମାଧ୍ୟମରେ ଗଣତନ୍ତ୍ରରେ ଯେଉଁ ପରିବର୍ତ୍ତନ ଆଶା ରଖିଛୁ ତାହା ସାର୍ଥକ ହେଉ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମାରୋହର ପ୍ରଥମ ଅଧିବେଶନରେ ‘ଭାଷାକୁ ବିପଦ ସାମାଜିକ ଗଣମାଧ୍ୟମ!’ ପ୍ରସଙ୍ଗରେ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା, ପାରମିତା ଶତପଥୀ ଓ ଅରବିନ୍ଦ ରାୟ ଆଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ ଅନେକ ଆବର୍ଜନା ଥିଲେ ମଧ୍ୟ ଏହାକୁ ବାଦ୍ ଦେବା ଅସମ୍ଭବ। ତେବେ ସାମାଜିକ ଗଣମାଧ୍ୟମରେ ପ୍ରତିବନ୍ଧକ ରହିବା ଜରୁରି। ଓଡ଼ିଆ ଭାଷାକୁ ଗଣମାଧ୍ୟମ ବଞ୍ଚାଇ ରଖିଛି ବୋଲି ଅତିଥିମାନେ ଏକମତ ହୋଇଥିଲେ।

ଅଧିକ ଗଳ୍ପ ଲେଖାଯାଉ, ନୂଆ ଲେଖକ ସୃଷ୍ଟି ହୁଅନ୍ତୁ ଗଦ୍ୟ ବଞ୍ଚିଲେ ଗଣତନ୍ତ୍ର ବଞ୍ଚିବ
ଲେଖକଙ୍କ ସୃଜନଶୀଳତା ‘କଥା’ର ଆତ୍ମା ପୁରସ୍କୃତ ହେଲେ ନବପ୍ରତିଭା

ଦ୍ବିତୀୟ ଅଧିବେଶନରେ ‘ଭାଷା ବଞ୍ଚି ରହିବାରେ ଯୁବ ସମାଜର ଭୂମିକା’ ପ୍ରସଙ୍ଗରେ ବିଶିଷ୍ଟ କଥାକାର ଦେବପ୍ରସାଦ ଦାଶ, ହିରଣ୍ମୟୀ ମିଶ୍ର ଓ ମାନସ ପଣ୍ଡା ଆଲୋଚନା କରିଥିଲେ। ଗଦ୍ୟ ବଞ୍ଚିଲେ ଗଣତନ୍ତ୍ର ବଞ୍ଚିବ। ଭାଷାକୁ ବୁଝିଲେ, ଶୁଣିଲେ, ଲେଖିଲେ ଭାଷା ବଞ୍ଚି ରୁହେ। ଯେ ଯାଏଁ ଓଡ଼ିଆ ଥିବେ ଆମ ଭାଷା ବଞ୍ଚି ରହିଥିବ ବୋଲି ଏଥିରେ ମତପ୍ରକାଶ ପାଇଥିଲା।

ସେହିପରି ତୃତୀୟ ଅଧିବେଶନରେ ‘ସଂପ୍ରତି ସାହିତ୍ୟ ଓ ସାମ୍ବାଦିକତାରେ ଓଡ଼ିଶାର ସ୍ବର’ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଯେଉଁଥିରେ ବିଶିଷ୍ଟ ଲେଖକ-ସଂପାଦକ ସଂଗ୍ରାମ ଜେନା, ଇତିରାଣୀ ସାମନ୍ତ ଓ ଅମରେଶ ବିଶ୍ବାଳ ସାରଗର୍ଭକ ଚର୍ଚ୍ଚା କରିଥିଲେ। ସମ୍ବାଦ ଓ ସାହିତ୍ୟ ହାତ ଧରାଧରି ହୋଇ ଚାଲନ୍ତି। ସୋସିଆଲ୍‌ ମିଡିଆ ଆସିଲା ପରେ ଓଡ଼ିଆ ଭାଷାର ବିକୃତି ହେଉଛି ବୋଲି ଏଥିରେ ମତପ୍ରକାଶ ପାଇଥିଲା।

Forest Fire: ଜଂଗଲ ବିଭାଗର ସଚେତନ ସତ୍ତ୍ବେ ବଣରେ ଲାଗୁଛି ନିଆଁ

କାର୍ଯ୍ୟକ୍ରମର ସଫଳତା ପାଇଁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ନବପ୍ରତିଭାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଲେଖକଙ୍କ ସୃଜନଶୀଳତା ‘କଥା’ର ଆତ୍ମା ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ମଞ୍ଚରେ ୯ ଜଣ ନବପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ସ୍ବସ୍ତିକା ପଣ୍ଡା ଓ ଅବିନାଶ ଷଡ଼ଙ୍ଗୀ। ଧନ୍ୟବାଦ ଅର୍ପଣ କରିଥିଲେ ‘କଥା’ର କାର୍ଯ୍ୟନିର୍ବାହୀ ସଂପାଦକ ଆଶିଷ ଗଡ଼ନାୟକ।
ପୁରସ୍କୃତ ନବପ୍ରତିଭା-୨୦୨୫

‘କଥା’ ନବପ୍ରତିଭା ପୁରସ୍କାର ପାଇଥିବା ୯ ନୂଆ ଲେଖକ: ଜିତୁ ପ୍ରଧାନ, ସଂଜିପ୍ତ ବେହେରା, ରଜତ ରଞ୍ଜନ ରଣା, ଅନୀତା ଦାସ, ଦୀପଶିଖା ପ୍ରଧାନ, ଶ୍ରୀମାନି ପ୍ରିୟଦର୍ଶିନୀ ଦାସ, ଲିଜା ପଣ୍ଡା, ଜ୍ୟୋତିର୍ମୟୀ ମଲ୍ଲିକ ଓ ରଶ୍ମିରେଖା ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe