ଭଦ୍ରକ: ଭଦ୍ରକ ଜିଲ୍ଲାରେ ଧାନକିଣାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଯେଉଁ ଚାଷୀମାନେ ପ୍ରଥମେ ଟୋକନ୍‌ ପାଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଚାଷୀଙ୍କର ଟୋକନ୍‌ ଅବଧି ସରିବାକୁ ଯାଉଛି। ମାତ୍ର, ମଣ୍ଡିରେ ଧାନ ବିକି ପାରିନାହାନ୍ତି। ମଣ୍ଡିରୁ ଧାନ ଉଠୁ ନଥିବାବେଳେ ଧାନ ବିକିଥିବା ୧୧ ହଜାର ଚାଷୀ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଧାନ ଦେବାର ୪୮ ଘଣ୍ଟାରେ ଚାଷୀଙ୍କ ଖାତାକୁ ଧାନ ବିକ୍ରି ଟଙ୍କା ଯିବ ବୋଲି ସରକାର କହୁଥିବାବେଳେ ତାହା ପାଣିର ଗାର ହୋଇଛି। ସେହିପରି, ଜିଲ୍ଲାର ଆହୁରି ୫ ହଜାରରୁ ଅଧିକ ଚାଷୀ ଅଦ୍ୟାବଧି ଟୋକନ୍‌ ପାଇନଥିବା ଜଣାପଡ଼ିଛି। ଜାନୁଆରି ୫ରୁ ଜିଲ୍ଲାରେ ଧାନମଣ୍ଡି ଖୋଲିଛି। ହେଲେ, ମଣ୍ଡି ଖୋଲିବାର ୨୦ ଦିନ ପର୍ଯ୍ୟନ୍ତ ଧାନ କିଣାଗଲା ନାହିଁ। ମିଲର୍‌ଙ୍କ ଦାବି ପୂରଣ ନହେବାରୁ ସେମାନେ ଧାନ ଉଠାଇଲେ ନାହିଁ। 

Advertisment

Cricket: ଆଜିଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଆମେରିକାକୁ ଭେଟିବ ଭାରତ

କଟ୍‌ନିଛଟ୍‌ନିକୁ ନେଇ କିଛିଦିନ ଧରି ମିଲର୍‌-ପ୍ରଶାସନ-ଚାଷୀଙ୍କ ଭିତରେ ଟଣାଓଟରା ଚାଲିବା ପରେ ଧାନକିଣା ଆରମ୍ଭ ହେଲା। ହେଲେ, ପୂର୍ବପରି ୮/୧୦ କିଲୋ ପର୍ଯ୍ୟନ୍ତ କଟ୍‌ନିଛଟ୍‌ନି କରାଗଲା। ଚାଷୀଙ୍କ ଅଭିଯୋଗ ଅନୁସାରେ, ସବୁ ମଣ୍ଡିରେ ୮ରୁ ୧୦ କିଲୋ ଧାନ କଟ୍‌ନିଛଟ୍‌ନି କରାଯାଉଛି। ସେପଟେ ଜାନୁଆରି ମାସ ସରି ଫେବ୍ରୁଆରି ପ୍ରଥମ ସପ୍ତାହ ହେଲାଣି, ଅଧିକାଂଶ ଚାଷୀଙ୍କ ଧାନ ଉଠିପାରୁନି। ତେଣୁ ଅର୍ଦ୍ଧାଧିକ ଚାଷୀଙ୍କ ଟୋକନ୍‌ ଅବଧି ମଧ୍ୟ ସରିସରି ଆସୁଛି। ଏବେ ସୁଦ୍ଧା ଜିଲ୍ଲାରେ ୨ ଲକ୍ଷ ୭୫ ହଜାର କ୍ବିଣ୍ଟାଲ୍‌ ଧାନକିଣା ଯାଇଥିବା ନେଇ ଯୋଗାଣ ବିଭାଗ କହୁଥିବା ବେଳେ ଆହୁରି ୫ ହଜାର ଚାଷୀ ଟୋକନ୍‌ ନ ପାଇ ଚିନ୍ତାରେ ରହିଛନ୍ତି। ଏପରିସ୍ଥଳେ ଅବଧି ମଧ୍ୟରେ ଧାନ ସଂଗ୍ରହ ଟାର୍ଗେଟ୍‌ ଛୁଇଁବା ନେଇ ସନ୍ଦେହ ପ୍ରକାଶ ପାଇଛି। 

Paddy: ଶେଷ ହେଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ

ଅନ୍ୟପକ୍ଷରେ, ଯୋଗାଣ ବିଭାଗ ଓ ମିଲର୍‌ଙ୍କ ମନମାନିରେ ଧାନକିଣା ହେଉଥିବାରୁ ଜିଲ୍ଲାର ସବୁ ବ୍ଲକ୍‌ରେ ଚାଷୀ ପ୍ରତିବାଦର ସ୍ବର ଉଠାଇଛନ୍ତି। ନବନିର୍ମାଣ କୃଷକ ସଂଗଠନର ନେତା ତ୍ରିଲୋଚନ ପଣ୍ଡା, କୃଷକ ନେତା ଚନ୍ଦ୍ରଶେଖର ନାୟକ, ଦିବ୍ୟସିଂହ ନାୟକ, ସୀତାକାନ୍ତ ସାହୁ, ପ୍ରମୋଦ ଦାସ, ବିକାଶ ସାମଲ ପ୍ରମୁଖ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି। ଧାନକିଣା ଠିକ୍‌ ଭାବରେ ହେଉ ନ ଥିବାରୁ ଆଗାମୀ ଦିନରେ କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ନଳିନୀକାନ୍ତ ମହାନ୍ତି ଚେତାବନୀ ଦେଇଛନ୍ତି।