Young man died in accident Photograph: (sambad.in)
କୋରାପୁଟ/କପ୍ତିପଦା/ଖଜୁରିଆକଟା/ରାସୋଳ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୭ ଜଣଙ୍କର ମୃତ୍ୟୁ ଘଟିଛି। କୋରାପୁଟ ସହର ଉପକଣ୍ଠ କୋଲାବରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ମୟୂରଭଞ୍ଜ କପ୍ତିପଦା ଥାନା ଅଞ୍ଚଳରେ ୨ ସାଙ୍ଗ ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଛି।
କୋରାପୁଟ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ୩ଜଣ ଛାତ୍ର ଲିଙ୍ଗରାଜ ଖିଲ, ଓମ୍ପ୍ରକାଶ ବେହେରା ଓ ସ୍ବସ୍ତିକ ସୁନ୍ଦର ହାଲୱା କୋଲାବ ଜଳଭଣ୍ଡାରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଥିଲେ। ଲିଙ୍ଗରାଜଙ୍କ ଘର କୋରାପୁଟ ବ୍ଲକ୍ ମସ୍ତିପୁଟ ହୋଇଥିବା ବେଳେ ସ୍ବସ୍ତିକଙ୍କ ଘର ଲକ୍ଷ୍ମୀପୁର ବ୍ଲକ୍ ବିରୀଗୁଡ଼ା ଗାଁରେ। ଓମ୍ପ୍ରକାଶଙ୍କ ଘର କୋରାପୁଟ ବ୍ଲକ୍ରେ ବୋଲି ସୂଚନା ମିଳିଛି। ଏହାକୁ ନେଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କୋରାପୁଟ ସହର ଉପକଣ୍ଠ ଲାଣ୍ଡିଗୁଡ଼ାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା କେନ୍ଦ୍ର ମାଛରା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଥିଲା। ଛାତ୍ରଛାତ୍ରୀ ପରୀକ୍ଷା ଦେଇ ବସ୍ରେ ଫେରୁଥିବା ସମୟରେ ଖୁସିରେ ହୋଲି ଖେଳିଥିଲେ। ସ୍କୁଲରେ ପହଞ୍ଚିବା ପରେ ବିଦ୍ୟାଳୟ ପଛପାର୍ଶ୍ବରେ ଥିବା କୋଲାବ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ନୀଳଗିରି ହାଉସ୍ର ୮ ଛାତ୍ରଛାତ୍ରୀ ଜଳଭଣ୍ଡାରରେ ଗାଧୋଉଥିବା ବେଳେ ୩ ଜଣ ବୁଡ଼ି ଯାଇଥିଲେ। ଖବର ପାଇ ସ୍କୁଲ କର୍ମଚାରୀ ପିଲାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୩ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ।
GDP: ବିଶ୍ବର ଅଭିବୃଦ୍ଧିରେ ଭାରତର ଅବଦାନ ୧୭% ହେବ: ଆଇଏମ୍ଏଫ୍
କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ୩ ଛାତ୍ର
କପ୍ତିପଦାରେ ପୋଖରୀରେ ୨ ସାଙ୍ଗଙ୍କ ଜଳସମାଧି
ହିନ୍ଦୋଳରେ ଦୁଇଜଣଙ୍କର ପ୍ରାଣ ଗଲା
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଖଲାଡ଼ି ନଛିପୁର ଗାଁରେ ଆଜି ପୋଖରୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ଗ୍ରାମର ଅଜୟ ନାୟକଙ୍କ ଝିଅ ଶୁଭସନ୍ଧ୍ୟା ନାୟକ ଓ ରବୀନ୍ଦ୍ର ଶଙ୍ଖୁଆଳଙ୍କ ଝିଅ ରାଜଲକ୍ଷ୍ମୀ ଶଙ୍ଖୁଆଳ। ସ୍ଥାନୀୟ ଦାଣ୍ଡଘାଟ ବାଥୁଡ଼ି ସାହି ବିଦ୍ୟାଳୟରେ ଶୁଭସନ୍ଧ୍ୟା ପ୍ରଥମ ଶ୍ରେଣୀରେ ଓ ରାଜଲକ୍ଷ୍ମୀ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିଲେ। ଆଜି ଉଭୟ ବିଦ୍ୟାଳୟରୁ ଫେରି ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ। ଏହାପରେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥା’ନ୍ତେ। ତେବେ ଗାଧୋଇବା ବେଳେ ଦୁଇ ସାଙ୍ଗ ହାତ ଧରାଧରି ହୋଇ ପୋଖରୀରେ ବୁଡ଼ି ଯାଇଥିଲେ।
ସେହିପରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ବାଲିମୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଦୟାନିଧିପୁର ଗ୍ରାମର ନକୁଳ ବେହେରାଙ୍କ ପୁଅ ଯୁଗଳ ବେହେରା (୬୦) ହାତୁରା ପୋଖରୀକୁ ଦିନ ୧୧ଟା ସମୟରେ ମାଛ ମାରିବାକୁ ଯାଇଥିବାବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ିଯାଇଥିଲେ। ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ଆଜି ଅପରାହ୍ଣ ୩ଟାରେ ରସୋଳ ଥାନା ଦେଇକପାଟଣା ସାହିର ନବକିଶୋର ନାଏକଙ୍କ ପୁଅ ହଳଧର ନାଏକ ଘର ନିକଟସ୍ଥ ଏକ କୂଅକୁ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସିଯିବାରୁ କୂଅକୁ ଖସିପଡ଼ି ପ୍ରାଣ ହରାଇଥିଲେ।
Follow Us