ପୁରୀ: ଆଦର୍ଶ ଗୃହସ୍ଥ ଜୀବନ ଗଠନ ଦ୍ବାରା ସମାଜ ଓ ଦେଶର ଉପକାର ସାଧିତ ହେବ। ବ୍ୟକ୍ତିଗତ ଆଧ୍ୟାତ୍ମିକ ଉତ୍ତରଣ ସମ୍ଭବ ହୋଇପାରିବ। ସ୍ବାମୀ ନିଗମାନନ୍ଦଙ୍କ ବାଣୀ ଓ ଉପଦେଶ ଆଜିର ସମାଜ ପାଇଁ ବେଶ୍ ପ୍ରାସଙ୍ଗିକ। ଶ୍ରୀଶ୍ରୀ ଠାକୁର ଶ୍ରୀମଦ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୭୫ତମ ଅଧିବେଶନରେ ଅତିଥିମାନେ ଏହା କହିଛନ୍ତି। ହିନ୍ଦୁ ଧର୍ମ ଆଚାର୍ଯ୍ୟ ସଭା ସାଧାରଣ ସମ୍ପାଦକ ପରମାତ୍ମାନନ୍ଦଜୀ ମହାରାଜ ସ୍ବାମୀ ନିଗମାନନ୍ଦଙ୍କ ଜୀବନାଦର୍ଶ ଆମ ସମସ୍ତଙ୍କର ପାଥେୟ ହେବା ଉଚିତ ବୋଲି କହିଥିଲେ। ନୀଳାଚଳ ସାରସ୍ବତ ସଂଘର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସ୍ବାମୀ ଶ୍ରଦ୍ଧାନନ୍ଦଜୀ ମହାରାଜ ଆଶୀର୍ବଚନ ପ୍ରଦାନ କରିଥିଲେ।
Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର
ସ୍ବାମୀ ନିଗମାନନ୍ଦ ଉତ୍ତମ ପରିବାର ଗଠନ ସହ ଭଲ ସମାଜସେବୀ ହେବା ପାଇଁ ଦେଇଥିବା ମାର୍ଗଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ଶନିବାର ସମ୍ମିଳନୀର ପ୍ରଥମ ଦିବସରେ ସ୍ତୋତ୍ର ବନ୍ଦନା, ଷୋଡ଼ଶ ଉପଚାର ପୂଜା, ମଙ୍ଗଳ ଆରତି, ଗୁରୁ ବନ୍ଦନା, ପରିଚୟପତ୍ର ପାଠ, ସମବେତ ପ୍ରାର୍ଥନା, ଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା। ପ୍ରକାଶିତ ପୁସ୍ତକ ‘ଶ୍ରୀପାଦରେ ସମର୍ପଣ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଜୟଗୁରୁ କୀର୍ତ୍ତନ ପରିବେଷଣ ହୋଇଥିଲା। ମଧ୍ୟାହ୍ନ ଅଧିବେଶନ ପରେ ଭାବ ବିନିମୟ କାର୍ଯ୍ୟକ୍ରମ ହୋଇଥିଲା। ସଂଘସେବୀମାନେ ଠାକୁରଙ୍କ ମହିମା କିଭଳି ତାଙ୍କ ଜୀବନକୁ ପରିପୁଷ୍ଟ କରିଛି ସେ ସମ୍ପର୍କରେ କହିଥିଲେ। ସନ୍ଧ୍ୟା ଆଳତି ପରେ ଆନନ୍ଦ ସଭା ଅନୁଷ୍ଠିତ ହୋଇଥିଲା। ଗତକାଲି ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା। ଭକ୍ତ ମଣ୍ଡଳୀ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସୋଲାଖିଆ ବରଗଛ ନିକଟ ସ୍ମୃତି ମନ୍ଦିରରୁ ବାହାରି ତାଳବଣିଆ ସମ୍ମିଳନୀ ମଣ୍ଡପରେ ପହଞ୍ଚିଥିଲେ। ଶୋଭାଯାତ୍ରାରେ ସାହିଯାତ, ଘୋଡ଼ାନାଚ, ବାଘନାଚ ସହ ଦେଶବିଦେଶରୁ ଆସିଥିବା ଶହଶହ ଭକ୍ତ ସାମିଲ ହୋଇଥିଲେ। ସନ୍ଧ୍ୟାରେ ଅଧିବାସ ସଭା ଅନୁଷ୍ଠିତ ହୋଇଥିଲା।
Cricket: ଆଜି ୟୁନିଲାଇଟ୍ କପ୍ ଫାଇନାଲ୍: ବିଜେଇଏମ୍ ବନାମ ଡିଏଭି ଚନ୍ଦ୍ରଶେଖରପୁର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/01/fhfhssfhxvbvbbv-2026-02-01-03-03-15.jpg)