No road to the village: ଖଣି ଅଞ୍ଚଳର କରୁଣ ଚିତ୍ର: ଗାଁ’କୁ ରାସ୍ତା ନାହିଁ, ଜୀବନ ଦୁର୍ବିଷହ, ନାଳ ପାରି‌ହେଲେ ସ୍କୁଲ, ବର୍ଷାଦିନେ ପାଠପଢ଼ା ଠପ୍‌

Advertisment

ଓଡ଼ିଶାର ଖଣି ରାଜଧାନୀ କୋଇଡ଼ା। ଧନ ଦୃଷ୍ଟିରୁ ଏହା କୁବେର ଅଞ୍ଚଳ ଭାବ‌ରେ ଅଭିହିତ। ହେଲେ ଏଠାକାର ଜନଜୀବନର ଚିତ୍ର ଅତ୍ୟନ୍ତ କରୁଣ। ଯେମିତିକି ଜୀବନ ଏଠି ମୂଲ୍ୟହୀନ। କେତେବେଳେ ଜାଳେଣି ବୋଝ ତଳେ ହଜିଯାଉଛି ଏଠାକାର ଶୈଶବ....

ଓଡ଼ିଶାର ଖଣି ରାଜଧାନୀ କୋଇଡ଼ା। ଧନ ଦୃଷ୍ଟିରୁ ଏହା କୁବେର ଅଞ୍ଚଳ ଭାବ‌ରେ ଅଭିହିତ। ହେଲେ ଏଠାକାର ଜନଜୀବନର ଚିତ୍ର ଅତ୍ୟନ୍ତ କରୁଣ। ଯେମିତିକି ଜୀବନ ଏଠି ମୂଲ୍ୟହୀନ। କେତେବେଳେ ଜାଳେଣି ବୋଝ ତଳେ ହଜିଯାଉଛି ଏଠାକାର ଶୈଶବ....

adgddagzcvv

କୋଇଡ଼ା: ‌ଓଡ଼ିଶାର ଖଣି ରାଜଧାନୀ କୋଇଡ଼ା। ଧନ ଦୃଷ୍ଟିରୁ ଏହା କୁବେର ଅଞ୍ଚଳ ଭାବ‌ରେ ଅଭିହିତ। ହେଲେ ଏଠାକାର ଜନଜୀବନର ଚିତ୍ର ଅତ୍ୟନ୍ତ କରୁଣ। ଯେମିତିକି ଜୀବନ ଏଠି ମୂଲ୍ୟହୀନ। କେତେବେଳେ ଜାଳେଣି ବୋଝ ତଳେ ହଜିଯାଉଛି ଏଠାକାର ଶୈଶବ ତ କେତେବେଳେ ଦେଖିବାକୁ ମିଳେ ନଗଡ଼ାଠୁ ଆହୁରି ଭୟଙ୍କର ଦୃଶ୍ୟ। ତେବେ, ଖଣି ଅଞ୍ଚଳବାସୀଙ୍କୁ ଯଦି ଏଭଳି ଦୁର୍ବିଷହ ଜୀବନ ବଞ୍ଚିବାକୁ ପଡ଼ୁଛି, ତା’ହେଲେ ଜିଲ୍ଲା ଖଣିଜ ପାଣ୍ଠିରେ କାହାର ବିକାଶ ହେଉଛି? ବର୍ଷକୁ ୧୫ ହଜାର କୋଟି ରାଜସ୍ୱ ଦେବା ପରେ  ବି ଖଣି ଅଞ୍ଚଳର ଏ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିବା ସ୍ବାଭାବିକ। ଜୀବନଯନ୍ତ୍ରଣାର ନମୁନା ଭାବରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ର କାଲଟା ପଞ୍ଚାୟତ ପଣ୍ଡୁପୋଖରୀ ଗ୍ରାମକୁ ନିଆଯାଇପାରେ। ଦୀର୍ଘ ୫୫ ବର୍ଷ ଧରି ଏହି ଗାଁର ଚିତ୍ର ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଖଣି ପ୍ରକଳ୍ପରୁ ବାହାରୁଥିବା ଆବର୍ଜନା ଓ ରସାୟନମିଶ୍ରିତ ନାଳ ଏକମାତ୍ର ଭରସା। ଲୋକେ ପିଇବା ସହିତ ସ୍ନାନଶୌଚ ପାଇଁ ଏହି ଆବର୍ଜନା ପାଣି ବାଧ୍ୟବାଧକତାରେ ବ୍ୟବହାର କରୁଛନ୍ତି।

Orissa HC: ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୫ରେ ଖୋଲିବ, ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ

ପଣ୍ଡୁ‌ପୋଖରୀ ଗାଁରେ ନାଳପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ

ଏହି ନାଳ ପାରି ହୋଇ ପିଲାଏ ପାଠ ପଢ଼ି ଯାଆନ୍ତି। ବର୍ଷାଦିନେ ଯାତାୟାତ ସମ୍ଭବ ହେଉନଥିବାରୁ ପାଠପଢ଼ା ବନ୍ଦ। ଭାଗ୍ୟକୁ ଆଦରି ପଡ଼ିରହିଥିବା ଏଠାକାର ଆଦିବାସୀଙ୍କୁ ପ୍ରଶାସନ ଅଣଦେଖା କରିଆସୁଛି। ପ୍ରକାଶଥାଉକି, କୋଇଡ଼ା ବ୍ଲକ୍‌ ମୁଖ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ପଣ୍ଡୁପୋଖରୀ ଗାଁ। ଚତୁଃପାର୍ଶ୍ୱରେ ଖଣି ରହିଥିବାବେଳେ ଗ୍ରାମରେ ୬୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ବିଡ଼ମ୍ବନା ହେଉଛି, ଆଜି ବି ବିକାଶ ଏ ଗ୍ରାମର ବାଟ ମାଡ଼ିନି। ‌ କେବଳ ସେତିକି ନୁହେଁ, ପ୍ରତ୍ୟେକ ରାତି ଏହି ଅଞ୍ଚଳରେ ହାତୀ ଆତଙ୍କ ଲାଗି ରହୁଛି।

Paddy: ଟୋକନ ଲ୍ୟାପ୍ସ ଆଂଶଙ୍କାରେ ଚାଷୀ, ମନ୍ଥର ଗତିରେ ଚାଲିଛି ଧାନକିଣା

ଏଭଳି ଅବସ୍ଥାକୁ ନେଇ ଗ୍ରାମର ସମ୍ବାରୀ ମୁଣ୍ଡା କ୍ଷୋଭ ପ୍ରକାଶ କରି କହନ୍ତି, ‘ଆମକୁ କିଏ ପଚାରେ। ନେତାମାନେ କେବଳ ଭୋଟ ବେଳେ ଆସନ୍ତି, ତା’ପରେ ଭୁଲିଯାଆନ୍ତି। ନାଳ ହିଁ ଆମର ଏକମାତ୍ର ଭରସା। ବୋରିଂ ଗୋଟିଏ କମ୍ପାନି କରିଥିଲା, ହେଲେ ବିଦ୍ୟୁତ୍‌ ସଂଯୋଗ କାଟି ଦେବାରୁ ତାହା ବି କାମରେ ଲାଗୁନି। ସେହିପରି ଗ୍ରାମର ଅନ୍ୟଜଣେ ମହିଳା ସମିତା ହେମ୍ବ୍ରମ୍‌ଙ୍କ କହିବା କଥା ‌ହେଲା, ଅଙ୍ଗନବାଡ଼ି ୫ କିଲୋମିଟର ଦୂରରେ। ଛୋଟ ପିଲା ସେଠାକୁ ଚାଲିଚାଲି ଯିବେ କେମିତି? ରାସ୍ତାରେ ହାତୀ ଭୟ ଲାଗି ରହିଥିବାବେଳେ ନାଳ ପାର ହେବା  କଷ୍ଟସାଧ୍ୟ। ବର୍ଷା ହେଲେ ନାଳରେ ପାଣି ବଢ଼ି ଯୋଗୁ ପିଲାମାନେ ସ୍କୁଲ ଯାଇପାରନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe