A herd of 30 elephants destroyed crops and vegetable farms Photograph: (sambad.in)
ରରୁଆଁ: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅଂଚଳରେ ହାତୀ ଉପଦ୍ରବ ଜାରି ରହିଛି । ସୂଚନା ଅନୁଯାୟୀ ରରୁଆଁ ବ୍ଲକ୍ ଅର୍ନ୍ତଗତ ଅଙ୍ଗାରପଦା ଗ୍ରା.ପର ବାଉଁଶପାଳ ଗ୍ରାମର ଅଭିମନ୍ୟୁ ମହାନ୍ତଙ୍କ ସମେତ ବହୁ ଚାଷୀଙ୍କ ଧାନ ଫସଲ ସହିତ ବିଭିନ୍ନ ପନିପରିବା ଚାଷ ୩୦ ଟିକିଆ ହାତୀ ପଲ ଫସଲ ଖାଇବା ସହିତ ଦଳିଚକଟି ନଷ୍ଟ କରିଦେଇଛନ୍ତି ।
ତେବେ ବିଶେଷ କରି ଗ୍ରାମର ଅଭିମନ୍ୟୁଙ୍କର ଦେଢ ଏକର ଜମିରେ ମୂଳା, ମଟର ଛୁଇଁ,କୋଶଳା ଶାଗ ଚାଷ କରିଥିଲେ, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଆହୁରି ପଢ଼ନ୍ତୁ:Naxal Surrenders: ଦୁର୍ଦ୍ଦାନ୍ତ ସେଣ୍ଟ୍ରାଲ କମିଟି ସଦସ୍ୟ ରାମଧରଙ୍କ ସହ ୧୨ ନକ୍ସଲଙ୍କ ଆତ୍ମସମର୍ପଣ
ଏନେଇ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ କେହି ଘଟଣାସ୍ଥଳକୁ ଯାଇ ତଦନ୍ତ କରିନାହାନ୍ତି । ଯଥାଶୀଘ୍ର ବାଉଁଶପାଳ ଗ୍ରାମକୁ ଯାଇ ଚାଷୀଙ୍କ ନଷ୍ଟ ଫସଲର ଆକଳନ କରିବା ସହିତ ତାଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ସାଧାରଣରେ ଦାବି ହେଉଛି ।
ହାତୀ ପଲ ଗାଁ ମୁହାଁ
ହାତୀପଲ କେଉଁ ଅଂଚଳରେ ଅଛନ୍ତି ତାହା ଜଣାପଡି ନଥିବାବେଳେ ଚାଷୀମାନେ ଭୟଭୀତ ହୋଇ ରହିଛନ୍ତି । ତେବେ ହାତୀମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟର ଅଭାବ ଦେଖା ଦେଇଥିବାରୁ ସେମାନେ ଗାଁ ମୁହାଁ ହେଉଥିବା ଜଙ୍ଗଲ ବିଭାଗ କହିଛି।
ଆହୁରି ପଢ଼ନ୍ତୁ:Indigo Disruption : ଫେରୁଛି ସ୍ବାଭାବିକତା, ସୋମବାର ୧୮୦୦ ଫ୍ଲାଇଟ ଚଳାଚଳ କଲା ଇଣ୍ଡିଗୋ
Follow Us