Abhijit Majumdar in coma: ସୁଧୁରୁନି ସ୍ବାସ୍ଥ୍ୟାବସ୍ଥା, ଏବେ ବି କୋମାରେ ଅଭିଜିତ ମଜୁମଦାର

Advertisment

ଏବେ ବି କୋମାରେ ଅଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ସ୍ୱାସ୍ଥ୍ୟରେ ଆସୁନି ସୁଧାର । ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିନଥିବା ଜଣାପଡ଼ିଛି। ଅକ୍ଟୋବର ୨୩ରେ ତାଙ୍କର MRI brain scan କରାଯାଇଥିବା ବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନାହିଁ।

ଏବେ ବି କୋମାରେ ଅଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ସ୍ୱାସ୍ଥ୍ୟରେ ଆସୁନି ସୁଧାର । ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିନଥିବା ଜଣାପଡ଼ିଛି। ଅକ୍ଟୋବର ୨୩ରେ ତାଙ୍କର MRI brain scan କରାଯାଇଥିବା ବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନାହିଁ।

Abhijit Majumdar

Abhijit Majumdar still in coma Photograph: (sambad.in)

ଭୁବନେଶ୍ବର: ଏବେ ବି କୋମାରେ ଅଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ସ୍ୱାସ୍ଥ୍ୟରେ ଆସୁନି ସୁଧାର । ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିନଥିବା ଜଣାପଡ଼ିଛି। ଅକ୍ଟୋବର ୨୩ରେ ତାଙ୍କର MRI brain scan କରାଯାଇଥିବା ବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନାହିଁ। ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ଏମ୍ସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସେ Spontaneous mode ventilator support ରେ ରହିଛନ୍ତି ଏବଂ ତାଙ୍କ Vitals ସ୍ଥିର ରହିଛି। ଏହା ସତ୍ତ୍ବେ ବି ତାଙ୍କର Neurological ସମସ୍ୟାରେ କୌଣସି ସୁଧାର ହୋଇନାହିଁ ଓ ସେ କୋମାରେ ଅଛନ୍ତି।

ପ୍ରାୟ ୨ମାସ ହେଲା କୋମାରେ ଅଭିଜିତ

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ନିଜର ଦୈନନ୍ଦୀନ କାମକୁ ଠିକ୍ ରୂପେ କରୁଥିବା ବେଳେ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଗଣେଶ ପୂଜା ଏବଂ ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସେ ବେଶ୍ ଉତ୍ସାହିତ ମଧ୍ଯ ଥିଲେ । ମାତ୍ର ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମ‌ାରେ ରହିଛନ୍ତି। ତାଙ୍କୁ ସୁସ୍ଥ କରିବା ପାଇଁ ପରିବାର ଓ ଡାକ୍ତରମାନେ ଉଦ୍ୟମ ଚଳାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।

ଆହୁରି ପଢ଼ନ୍ତୁ: Ishit said sorry to Big B: ଅପମାନିତ କଲା ପରି ବ୍ୟବହାର ପାଇଁ ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଲେ ଇଶିତ୍

ଆହୁରି ପଢ଼ନ୍ତୁ: Cyclone 'Montha': ନାମ ଦେଲା ଥାଇଲାଣ୍ଡ, ଓଡ଼ିଶାରେ ପଡିବ ଏହି ପ୍ରଭାବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe