Advertisment

Accident: ହାଇୱା ଚାପିଦେଲା, ୩ ସାଙ୍ଗ ମୃତ

Advertisment

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଉପକଣ୍ଠ ଫୁଲନଖରା -ନିଆଳି ରାସ୍ତା ପାର୍ଶ୍ବ ଗଜାନନ ରେସିଡେନ୍ସି ନିକଟରେ ଏକ ବାଲି ବୋଝେଇ ହାଇୱା ଚକାତଳେ ଚାପିହୋଇ ତିନି ବନ୍ଧୁଙ୍କର ଦୁଃଖଦ ମୃତ୍ୟୁ ଘଟିଛି।

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଉପକଣ୍ଠ ଫୁଲନଖରା -ନିଆଳି ରାସ୍ତା ପାର୍ଶ୍ବ ଗଜାନନ ରେସିଡେନ୍ସି ନିକଟରେ ଏକ ବାଲି ବୋଝେଇ ହାଇୱା ଚକାତଳେ ଚାପିହୋଇ ତିନି ବନ୍ଧୁଙ୍କର ଦୁଃଖଦ ମୃତ୍ୟୁ ଘଟିଛି।

Dead

murder of child Photograph: (sambad.in)

ବାଲିଅନ୍ତା ବଜାର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଉପକଣ୍ଠ ଫୁଲନଖରା -ନିଆଳି ରାସ୍ତା ପାର୍ଶ୍ବ ଗଜାନନ ରେସିଡେନ୍ସି ନିକଟରେ ଏକ ବାଲି ବୋଝେଇ ହାଇୱା ଚକାତଳେ ଚାପିହୋଇ ତିନି ବନ୍ଧୁଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ନିଆଳି ଥାନା ଅନ୍ତର୍ଗତ କସର୍ଦା ଅଞ୍ଚଳର ସତ୍ୟଜିତ ଓଝା ଓରଫ ସିପୁ (୨୨), ଖୋର୍ଦ୍ଧା ଜଙ୍କିଆର ରସିଦ ରାଉତରାୟ ଓ ଦେଓଗଡ଼ର ବିକାଶ ମହାରଣା। ବିଳମ୍ବିତ ରାତିରେ ଏକ ବିବାହ ଭୋଜିରେ ଯୋଗ ଦେବା ପରେ ଦୋପଟି ମେଳଣ ଦେଖିବାକୁ ତିନିସାଙ୍ଗ ଏକ ବାଇକ୍‌ରେ ନିଆଳି ଅଭିମୁଖେ ଯାଉଥିଲେ। ଏକ ବାଲି ବୋଝେଇ ହାଇୱା ଗୋଟିଏ କାର୍‌କୁ ଓଭର୍‌ଟେକ୍‌ କରୁଥିବା ସମୟରେ ବାଇକ୍‌କୁ ଧକ୍କା ଦେଇଥିଲା। ତିନି ବନ୍ଧୁ ଗାଡ଼ିରୁ ଛିଟିକି ହାଇୱା ଚକା ତଳେ ପଡ଼ିଯାଇଥିଲେ। ଚକା ମାଡ଼ିଯିବାରୁ ସମସ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ହାଇୱା ଚାଳକ ଖସିଯିବାକୁ ଗାଡ଼ିର ବେଗ ବଢ଼ାଇଦେବାରୁ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ଦୋକାନ ଭାଙ୍ଗିବା ସହିତ ଏକ ଘଣ୍ଟା ଦୋକାନ ଛାତ ଦେହରେ ବାଜି ଗାଡ଼ିର ସମ୍ମୁଖଭାଗ ଚୂର୍‌ମାର୍‌ ହୋଇଯାଇଥିଲା। ଦୋକାନର ଛାତ ମଧ୍ୟ ଗଳି ପଡ଼ିଥିଲା। ଚାଳକ ଗାଡ଼ିରୁ ଡେଇଁ ଫେରାର୍‌ ହୋଇଯାଇଥିଲା।

Women Empowerment: ଗାଡି ଚଳାଇ ନିଆରା ପରିଚୟ ସୃଷ୍ଟି କରିଛନ୍ତି ସଞ୍ଜିତା, ରାଣୀ

ସେହିବାଟେ ଯାଉଥିବା ଲୋକେ ପାହାଳ ଥାନାକୁ ସୂଚନା ଦେବା ପରେ ପୁଲିସ ପହଞ୍ଚିଥିଲା। ରାସ୍ତା ଉପରେ ତିନି ବନ୍ଧୁଙ୍କ ଖିନ୍‌ଭିନ୍‌ ଶରୀର ପଡ଼ିଥିଲା। ସେମାନଙ୍କ ଅଧା ଶରୀର ଉପରେ ହାଇୱା ଚକା ଚଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଯୁବକଙ୍କ ସହାୟତାରେ ପୁଲିସ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରି ଥାନାକୁ ନେଇଥିଲେ। ତିନି ଯୁବକଙ୍କ ପରିଚୟ ଜାଣିବାକୁ ରାତିତମାମ ପୁଲିସ ଅନୁସନ୍ଧାନ ଚଳାଇ ପରିବହନ ବିଭାଗଠାରୁ ବାଇକ୍‌ର ସୂଚନା ମାଗିବା ପରେ ଏହାର ମାଲିକଙ୍କ ସହ ଯୋଗାଯୋଗ ହୋଇଥିଲା। କିଛିଦିନ ପୂର୍ବେ ସେ ଏହାକୁ ବିକ୍ରି କରିଦେଇଥିଲେ। ତେବେ ପୁଲିସ ତାଙ୍କଠାରୁ ସତ୍ୟଜିତଙ୍କ ବିଷୟରେ ଜାଣିବାକୁ ପାଇ ପରିବାର ଲୋକଙ୍କୁ ଜଣାଇବା ସହ ପାହାଳ ଥାନାକୁ ଡକାଇଥିଲେ।

Health: ବୃତ୍ତିରେ ୬୦ ବର୍ଷ: ରାଇରଙ୍ଗପୁର ଦରଦୀ ଚିକିତ୍ସକ ଡା. ପି.ଏସ୍. ମାଣିକେଶ୍ୱରୀ

ସତ୍ୟଜିତଙ୍କ ବାପା ଥାନାରେ ପହଞ୍ଚି ପୁଅ ଏବଂ ତା’ର ବନ୍ଧୁ ଏକ ଗ୍ୟାରେଜ୍‌ରେ କାମ କରୁଥିବା ସୂଚନା ଦେଇଥିଲେ। ମୃତ ରସିଦ ଓ ବିକାଶଙ୍କ ପରିବାରରେ କେହି ନାହାନ୍ତି। ପୂର୍ବରୁ ବାପା ମାଆଙ୍କୁ ହରାଇ ଦୁହେଁ ପେଟ ପାଇଁ ଭୁବନେଶ୍ୱରରେ ରହି କାମ କରୁଥିଲେ। ବ୍ୟବଚ୍ଛେଦ ପରେ ସତ୍ୟଜିତଙ୍କ ଶବ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଖୋର୍ଦ୍ଧା ଜଙ୍କିଆର ରସିଦଙ୍କର କେହି ନ ଥିବାରୁ ତାଙ୍କ ମାଉସୀଙ୍କ ପୁଅ ଓ ମାମୁପୁଅଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ପାହାଳ ଥାନା ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ ସହ ତଦନ୍ତ କରୁଥିବା ଥାନା ଅଧିକାରୀ ଅଶ୍ୱିନୀ ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe