ଭାଲୁପାଲିରେ ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ, ୫ ଗୁରୁତର

Advertisment

ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଛକରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣକର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ ସିନ୍ଦୁରପଙ୍କ ଗ୍ରାମର ଟ୍ରାକ୍ଟର ଚାଳକ ମୁକେଶ ବାଗ ଓ ଭାଲୁପାଲି....

ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଛକରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣକର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ ସିନ୍ଦୁରପଙ୍କ ଗ୍ରାମର ଟ୍ରାକ୍ଟର ଚାଳକ ମୁକେଶ ବାଗ ଓ ଭାଲୁପାଲି....

accident

ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଛକରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣକର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ ସିନ୍ଦୁରପଙ୍କ ଗ୍ରାମର ଟ୍ରାକ୍ଟର ଚାଳକ ମୁକେଶ ବାଗ ଓ ଭାଲୁପାଲି ଛକ ଅଞ୍ଚଳର ନାବାଳକ ବିଧାନ୍ତ ସାହୁ ବୋଲି ଜଣାପଡ଼ିଛି। ଦୁଇ ହେଲପର ବାମରା ଲଇକେରା ଅଞ୍ଚଳର ସାହାସପୁର ଗ୍ରାମର ଦିଲ୍ଲୀପ ଖଡ଼ିଆ ଓ ଅଜିତ ଖଡ଼ିଆ ଗୁରୁତର ହୋଇଛନ୍ତି। ଦିଲ୍ଲୀପ ଓ ଅଜିତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।

କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରୁନାହାନ୍ତି: କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରୁନାହାନ୍ତି, ଆଜି ସରକାର-ଓମ୍‌ସା ଆଲୋଚନା!

ଦୁର୍ଘଟଣାକୁ ନେଇ ହେଲପର ଅଜିତଙ୍କ କହିବା ଅନୁସାରେ, ଆଜି ସନ୍ଧ୍ୟାରେ ବୁର୍ଲାରୁ ଟ୍ରାକ୍ଟର (ଓଡି ୧୫ ଟି ୧୭୩୩)ରେ ଇଟା ଲୋଡ଼ କରି ଅଇଁଠାପାଲି ଆଣୁଥିଲେ। ଏହି ସମୟରେ ଭାଲୁପାଲି ଛକ ନିକଟରେ ଏକ ସ୍କୁଟି ଟ୍ରାକ୍ଟର ସମ୍ମୁଖକୁ ଚାଲିଆସିଥିଲା। ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ଡାହଣ ପଟକୁ ମୋଡ଼ି ଦେଇଥିଲେ। ଫଳରେ ଟ୍ରାକ୍ଟରଟି ରାସ୍ତା ମଝିରେ ଥିବା ଡିଭାଇଡରକୁ ଧକ୍କା ଦେଇ ରାସ୍ତା ପାର୍ଶ୍ବରେ ଥିବା ଏକ ଜଳଖିଆ ଦୋକାନକୁ ଧକ୍କା ଦେଇ ଓଲଟି ପଡ଼ିଥିଲା ବୋଲି କହିଛନ୍ତି। ସେହିପରି ମୃତ ମୁକେଶଙ୍କ ସ୍ତ୍ରୀ କହିଛନ୍ତି ଯେ, ବୁଢ଼ାରାଜା ଅଞ୍ଚଳର ସୁଜିତ ବୋଷଙ୍କ ଟ୍ରାକ୍ଟର ଡ୍ରାଇଭର ଭାବେ ମୁକେଶ କାମ କରୁଥିଲେ। ସେମାନେ ପ୍ରଧାନପଡ଼ାରେ ଏକ ଭଡ଼ା ଘରେ ରହୁଥିଲେ। ସେହିପରି ଦୁଇ ହେଲପର ମଧ୍ୟ ଅଇଁଠାପାଲି ଅଞ୍ଚଳରେ ଭଡ଼ା ଘରେ ରହୁଥିବା କହିଛନ୍ତି।

ଟ୍ରାକ୍ଟରଟି ରାସ୍ତା ପାର୍ଶ୍ବରେ ଥିବା ଏକ ଜଳଖିଆ ଦୋକାନକୁ ଧକ୍କା ଦେଇଥିଲା। ଫଳରେ ଜଳଖିଆ ଦୋକାନରେ ଥିବା ୩ ନାବାଳକ ଓ ତାଙ୍କ ମା’ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୁନନ୍ଦା ସାହୁ (୩୦)ଙ୍କ ପୁଅ ବିଧାନ୍ତ ସାହୁ (୬), ସିଦ୍ଧାନ୍ତ ସାହୁ (୯), ନିତେଶ ସାହୁ (୮)। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସନ୍ଧ୍ୟାରେ ଜଳଖିଆ ଦୋକାନରେ ଭିଡ଼ଥିଲା। ଏହି ସମୟରେ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଦୋକାନ ଭିତରକୁ ମାଡ଼ି ଆସିଥିଲା। ଦୋକାନକୁ ଧକ୍କା ଦେବା ପରେ ଗାଡ଼ିଟି ନାଳୀ ପାଖରେ ଓଲଟି ପଡ଼ିଥିଲା। ପରେ ଦୋକାନ ଭିତରେ ଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେପଟେ ଦୁର୍ଘଟଣାରେ ବିଧାନ୍ତଙ୍କ ଗୋଟିଏ ଗୋଡ଼ ଛିଣ୍ଡି ଯାଇଥିବା ବେଳେ ସିଦ୍ଧାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ  ନିଯୁକ୍ତି ହେଲେ ୪

ଉଭୟଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଧାନ୍ତର ମୃତ୍ୟୁ ହୋଇଥିବା ଅଇଁଠାପାଲି ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁ ସୂଚନା ଦେଇଛନ୍ତି। ସେହିପରି ସୁନନ୍ଦାଙ୍କୁ ମଧ୍ୟ ଗଭୀତ ଆଘାତ ଲାଗିଛି। ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା କହିଛନ୍ତି ଡାକ୍ତର। ତାଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରେ ବୋଲି କହିଛନ୍ତି। ନିତେଶଙ୍କ ବାମ ହାତ ଭାଙ୍ଗିଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଛନ୍ତି। ସେପଟେ ଜଳଖିଆ ଦୋକାନ ମାଲିକ ରାଜୁ ସାହୁଙ୍କ ଝିଅ ଓ ନାତି ହୋଇଥିବା ବେଳେ ଆମ ସଂସାର ଉଜୁଡ଼ିଗଲା ବୋଲି କହିଛନ୍ତି ପରିବାର ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe