Advertisment

AI can help increase creativity: ସୃଜନଶୀଳତା ବୃଦ୍ଧିରେ ସହାୟକ ହେଉ ଏଆଇ

Advertisment

ବର୍ତ୍ତମାନ ବିଶ୍ବବ୍ୟାପି କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ସମ୍ବନ୍ଧରେ ଚର୍ଚ୍ଚା ହେଉଛି। ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ଯେ ଏଆଇ ‌ସେମାନଙ୍କ ଚାକିରି ଛଡ଼ାଇ ନେବ। ତେବେ ଏହି ନକାରାତ୍ମକ ଚିନ୍ତା ପରିବର୍ତ୍ତେ ଏଆଇକୁ କିପରି କାର୍ଯ୍ୟରେ ଲଗାଯାଇ ପାରିବ ତାହା ଆମେ ଶିଖିବା ଉଚିତ।

ବର୍ତ୍ତମାନ ବିଶ୍ବବ୍ୟାପି କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ସମ୍ବନ୍ଧରେ ଚର୍ଚ୍ଚା ହେଉଛି। ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ଯେ ଏଆଇ ‌ସେମାନଙ୍କ ଚାକିରି ଛଡ଼ାଇ ନେବ। ତେବେ ଏହି ନକାରାତ୍ମକ ଚିନ୍ତା ପରିବର୍ତ୍ତେ ଏଆଇକୁ କିପରି କାର୍ଯ୍ୟରେ ଲଗାଯାଇ ପାରିବ ତାହା ଆମେ ଶିଖିବା ଉଚିତ।

fshfsbxvbxbvx

ଭୁବନେଶ୍ୱର: ବର୍ତ୍ତମାନ ବିଶ୍ବବ୍ୟାପି କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ସମ୍ବନ୍ଧରେ ଚର୍ଚ୍ଚା ହେଉଛି। ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ଯେ ଏଆଇ ‌ସେମାନଙ୍କ ଚାକିରି ଛଡ଼ାଇ ନେବ। ତେବେ ଏହି ନକାରାତ୍ମକ ଚିନ୍ତା ପରିବର୍ତ୍ତେ ଏଆଇକୁ କିପରି କାର୍ଯ୍ୟରେ ଲଗାଯାଇ ପାରିବ ତାହା ଆମେ ଶିଖିବା ଉଚିତ। ‘ସମ୍ବାଦ’ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ୍ କଲଚର(ସୋମାକ୍‌) ପକ୍ଷରୁ ‘ଡିଜିଟାଲ୍‌ ମିଡିଆ ଆଣ୍ଡ୍ ମାର୍କେଟିଂ କୋର୍ସ’ର ଶୁଭାରମ୍ଭ କରି ଏଭଳି କହିଛନ୍ତି ଅନୁଷ୍ଠାନର ନିର୍ଦ୍ଦେଶିକା ତଥା ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ। ଏଆଇ ଦ୍ବାରା କିଭଳି ନିଜର ସୃଜନଶୀଳତାକୁ ବୃଦ୍ଧି କରାଯାଇପାରିବ, ସେ ଦିଗ‌ରେ ସମସ୍ତେ ଆଗଭର ହେବା ଆବଶ୍ୟକ ବୋଲି ସେ କହିଥିଲେ। 

PMAY: ସହରାଞ୍ଚଳ ଗୃହନିର୍ମାଣ ମିସନକୁ ସୁଦୃଢ଼ କରିବ ‘ପିଏମଏୱାଇ-ଅର୍ବାନ ବନ୍ଧୁ’

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଏହି ପାଠ୍ୟକ୍ରମ ଉନ୍ନତ କ୍ୟାରିଅର ଗଠନରେ ସହାୟକ ହେବ ଏବଂ ‘ସମ୍ବାଦ’ ସବୁବେଳେ ଶିକ୍ଷାକୁ ନୂତନ ଦିଗ ଦେବାରେ ସହାୟକ ହୋଇଛି ବୋଲି କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଧୃତିକାମ ମହାନ୍ତି ବକ୍ତବ୍ୟ ପ୍ରଦାନ କରି କହିଥିଲେ, ବର୍ତ୍ତମାନ ଏଆଇ ଜୀବନର ଅଂଶ ପାଲଟିଗଲାଣି। ଏହା ବହୁ ନୂଆ ନୂଆ ସମ୍ଭାବନା ସୃଷ୍ଟି କରୁଛି। ତେଣୁ ଏହି ପାଠ୍ୟକ୍ରମ ପିଲାମାନଙ୍କୁ ନୂଆ କଥା ଶିଖିବା ଲାଗି ଅନୁପ୍ରାଣିତ କରିବ। ଏହି ଅବସରରେ ନୂତନ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା।

Arrest: ଗହଣା ଚୋରି ମାମଲା: ୨୪ ଘଣ୍ଟା ମଧ୍ୟରେ ଗିରଫ ହେଲେ ୩ ଡକାୟତ

କାର୍ଯ୍ୟକ୍ରମରେ ଏହି ପାଠ୍ୟକ୍ରମର ପ୍ରଶିକ୍ଷକ ଦୀପକ କୁମାର ପାଣି, ଜୟନ୍ତ ପାଢ଼ୀ, ଅନନ୍ୟା ମିଶ୍ର, ସାଗର ସଂଗମ ସାହୁ ଯୋଗଦେଇ ଏହାର ଉପାଦେୟତା ଓ ପଠନଶୈଳୀ ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକତା ବିଭାଗ ମୁଖ୍ୟ ଅମ୍ରିତା କୁଣ୍ଡୁ ମଞ୍ଚ ପରିଚାଳନା କରିଥିଲା ବେଳେ ଅଧ୍ୟାପିକା ଅଦିତି ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe