ସମ୍ବଲପୁର: ରାଜ୍ୟ ବର୍ତ୍ତମାନ ଡବଲ୍ ଇଞ୍ଜିନ୍ରେ ଚାଲିଛି, କିନ୍ତୁ ଆଇନଜୀବୀମାନଙ୍କ ସିଙ୍ଗଲ୍ ଇଞ୍ଜିନ୍ ଚାଲିବା ଆରମ୍ଭ ହେଲା। ପୂର୍ବରୁ ରାଜ୍ୟରେ ଦୁଇଗୋଷ୍ଠୀ ଥିବା ଓକିଲ ସଂଘ ବର୍ତ୍ତମାନ ଏକ ହୋଇଛି। ଏବେ ଓକିଲମାନଙ୍କ ସମସ୍ୟା ସମାଧାନର ବାଟ ଫିଟିପାରିବ ବୋଲି ଓଡ଼ିଶା ହାଇକୋର୍ଟର ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଭି. ନରସିଂହ କହିଛନ୍ତି। ମଙ୍ଗଳବାର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ (ଆଓଲା)ର ୫୪ତମ ବାର୍ଷିକ ସମ୍ମିଳନୀ ଉଦ୍ଯାପନୀ ଦିବସରେ ଯୋଗ ଦେଇ ନ୍ୟାୟମୂର୍ତ୍ତି ଶ୍ରୀ ନରସିଂହ କହିଲେ, ବର୍ତ୍ତମାନ ଆମମାନଙ୍କୁ ଏକ ହୋଇରହିବା ସହିତ ସୁପ୍ରିମକୋର୍ଟରେ ଓଡ଼ିଆଙ୍କ ସଂଖ୍ୟା ବଢ଼ାଇବାକୁ ଚେଷ୍ଟା କରିବା ଏବଂ ଓକିଲାତି କ୍ଷେତ୍ରରେ ମହିଳାମାନଙ୍କୁ ସୁଯୋଗ ଦେବା ଦିଗରେ କାମ କରିବା ଉଚିତ।
Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ
ଓକିଲାତି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସୁଯୋଗ ମିଳୁ: ଅନିନ୍ଦିତା ପୂଜାରୀ
ମହିଳାମାନଙ୍କୁ ଅଧିକ ସୁଯୋଗ ମିଳିଲେ ଦେଶର ଆଇନ ବ୍ୟବସ୍ଥା ଠିକ୍ ରହିବ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ସୁପ୍ରିମ୍କୋର୍ଟର ବରିଷ୍ଠ ଓକିଲ ଡ. ଅନିନ୍ଦିତା ପୂଜାରୀ କହିଲେ, ‘ଆଓଲା’ ସହିତ ମୁଁ ଛୋଟବେଳୁ ଜଡ଼ିତ। ମୋ ବାପାଙ୍କ ସହିତ ମିଶି ମୁଁ ‘ଆଓଲା’ ପାଇଁ ଅନେକ କାମ କରିବାର ସୁଯୋଗ ପାଇଛି। ମୋ ମା’ ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ଓକିଲ ଥିଲେ। ସେ ପ୍ରଥମେ ରାଉରକେଲାର ଜିଲ୍ଲା କୋର୍ଟରେ ଏପିପି ଭାବେ ଯୋଗ ଦେଇଥିଲେ। ସେ ସମୟରେ ମହିଳାମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ବର୍ତ୍ତମାନ ସମୟରେ ବି ମହିଳା ଆଇନଜୀବୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବେଳେବେଳେ ଜୀବନ ପ୍ରତି ବିପଦ ମଧ୍ୟ ରହୁଛି। ଅନେକ ସମୟରେ ସରକାର ଓକିଲଙ୍କ କଥା କର୍ଣ୍ଣପାତ କରୁନାହାନ୍ତି। ଛୁଆକୁ ଭୋକ ଲାଗିଲେ ଯେମିତି କାନ୍ଦେ, ଆମେ ମଧ୍ୟ ସେଭଳି ଆମ ସମସ୍ୟାକୁ ନେଇ ସରକାରଙ୍କ ପାଖରେ କାନ୍ଦିବାକୁ ପଡ଼ିବ।
Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ
କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ପଣ୍ତା, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ପ୍ରଦୀପ ବହିଦାର, ଡ. ଅନିନ୍ଦିତା ପୂଜାରୀଙ୍କୁ ସମ୍ମାନିତ କରାଯାଇଥିଲା। ‘ଆଓଲା’ର ସଧାରଣ ସଂପାଦକ ପ୍ରସନ୍ନ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ‘ଆଓଲା’ର ପୂର୍ବତନ ସଭାପତି ସତ୍ୟନାରାୟଣ ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ‘ଆଓଲା’ର ବର୍ତ୍ତମାନ ସଭାପତି ଶିଶିର କୁମାର ପାଢ଼ୀ, ଅନ୍ୟ ଦୁଇ ପୂର୍ବତନ ସଭାପତି ମାନସ ରଞ୍ଜନ ମହାପାତ୍ର ଓ ଜ୍ଞାନରଞ୍ଜନ ମହାନ୍ତି, ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ପ୍ରଦୀପ ବହିଦାର, ଉପସଭାପତି ଅରବିନ୍ଦ ନାୟକ, ସଂପାଦକ ପ୍ରଦ୍ୟୋତ ଶର୍ମା ପ୍ରମୁଖ ମଞ୍ଚାସୀନ ଥିଲେ।
Follow Us