ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ,: ୩ କିମି କାନ୍ଧରେ ବୋହିଲେ କଫିନ

ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓଡ଼ିଶାର ସବୁଠାରୁ ପଛୁଆ ବ୍ଲକ୍‌ ଭାବେ ପରିଗଣିତ ହୋଇ ଆସିଛି। ବର୍ଷାଦିନେ ବ୍ଲକ୍‌ ସଦର ମହକୁମା ସମେତ ଅନ୍ୟାନ୍ୟ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥାଏ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସାନବଡ଼ଗାଁ ଗ୍ରାମର ୨ ନଂ ୱାର୍ଡରେ...

Ambulance stopped halfway, carried coffin on shoulders for 3 km

Ambulance stopped halfway, carried coffin on shoulders for 3 km Photograph: (sambad.in)

ଗୁରୁଣ୍ଡିଆ: ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓଡ଼ିଶାର ସବୁଠାରୁ ପଛୁଆ ବ୍ଲକ୍‌ ଭାବେ ପରିଗଣିତ ହୋଇ ଆସିଛି। ବର୍ଷାଦିନେ ବ୍ଲକ୍‌ ସଦର ମହକୁମା ସମେତ ଅନ୍ୟାନ୍ୟ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥାଏ। ଏହାର ଏକ ସଦ୍ୟତମ ଉଦାହରଣ ମଙ୍ଗଳବାର ଦେଖିବାକୁ ମିଳିଥିଲା ଗୁରୁଣ୍ଡିଆ ବ୍ଲକ୍‌ ସଦର ମହକୁମା ଠାରୁ ମାତ୍ର ୫ କିମି ଦୂର ସାନବଡ଼ଗାଁ ଗ୍ରାମର ୨ ନଂ ୱାର୍ଡରେ। ଗତ ଦୁଇଦିନ ହେବ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି।

ଲଗାଣ ବର୍ଷା ଯୋଗୁ ସାନବଡ଼ଗାଁ ଗ୍ରାମକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଶେଷରେ ଲୋ‌କେ ନିଜ କାନ୍ଧରେ କଫିନ୍‌ ବୋହିବା ଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ସାନବଡ଼ଗାଁ ଗ୍ରାମର ବେରଥା କୁଜୁର(୬୯)ଙ୍କର ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା।

ଏକ ମହାପ୍ରୟାଣ ଗାଡ଼ିରେ ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିଲା। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଗାଡ଼ିଟି ଗାଁର ଆଣ୍ଠୁଏ  କାଦୁଅ ରାସ୍ତା‌ରେ ଫସିଯାଇଥିଲା। ଫଳରେ ସମ୍ପର୍କୀୟ ପ୍ରାୟ ୩ କିମି ରାସ୍ତା କଫିନକୁ କାନ୍ଧରେ ବୋହି ଘରକୁ ନେଇଥିଲେ।

ଅଧିକ ପଢ଼ନ୍ତୁ: ନକ୍ସଲଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ: ୧୮ ହଜାର ଡେଟୋନେଟର ଜବତ

ଗୁରୁଣ୍ଡିଆ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ନିଆଯାଇଥିଲେ ହେଁ ଏଠାରୁ ୫ କିମି ଦୂରରେ ଥିବା ଏହି ଗ୍ରାମ ଗମନାଗମନ କ୍ଷେତ୍ରରେ ପଛୁଆ ହୋଇରହିଛି। ବର୍ଷାଦିନରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁରୁଣ୍ଡିଆ ପଞ୍ଚାୟତର ସାନବଡ଼ଗାଁ ୨ ନଂ ୱାର୍ଡ। 

ଏଠାରେ ୩୫ ପରିବାରର ୨ ଶହରୁ ଉର୍ଦ୍ଧ୍ବ ଲୋକ ରହନ୍ତି। ଗୁରୁଣ୍ଡିଆରୁ ନୁନିଆପାଲି ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ସଂଯୋଗ ହୋଇଥିବା ୩ କିମିର ମାଟି ରାସ୍ତାରେ ଗୁରୁଣ୍ଡିଆ ପଞ୍ଚାୟତ ପକ୍ଷରୁ ମନରେଗା(ଏମ୍‌ଜିଏନ୍‌ଆରଇଜିଏ୦ରେ ୨୦୧୬-୧୭ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୧୪ ଲକ୍ଷ ଟଙ୍କା ବ୍ୟୟ ହୋଇଛି।

ଅଧିକ ପଢ଼ନ୍ତୁ: ପୁଲିସ କ୍ୟାମ୍ପ୍ ସ‌ତ୍ତ୍ବେ ଚାଲିଛି ପଥର ଚାଲାଣ: ୪ ଗାଡ଼ି ଅଟକାଇଲେ ଗ୍ରାମବାସୀ

sundargarh | coffin | ambulance

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe