Anganwadi infrastructure weak Photograph: (sambad.in)
ନବରଙ୍ଗପୁର: ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ନବରଙ୍ଗପୁର ଜିଲ୍ଲାରେ ଦୁର୍ବଳ ଥିବା ସ୍ଥିତି ସ୍ପଷ୍ଟ ହୋଇଛି ।ଜିଲ୍ଲାରେ ମୋଟ୍ ୧୦ଟି ବ୍ଲକ୍। ଉମରକୋଟ୍ ଓ ନବରଙ୍ଗପୁର ପୋରାଂଚଳକୁ ନେଇ ୧୦ଟି ସିଡିପିଓଙ୍କ ଅଧିନରେ ୯୯ଟି ମଣ୍ଡଳରେ ରହିଛି। ମଣ୍ଡଳର ୨୩୩୦ଟି କେନ୍ଦ୍ରରୁ ୧୯୩୭ଟି କେନ୍ଦ୍ରର କାର୍ଯ୍ଯ ନିଜସ୍ବ କୋଠାରେ ଚାଲିଛି ।
୩୯୩ଟି ସ୍ଥାନରେ ନିଜସ୍ବ କେନ୍ଦ୍ର ନାହିଁ, ୬୮୫ଟି ସ୍ଥାନରେ ବିଦ୍ଯୁତ ସଂଯୋଗ, ୫୪୩ଟି ସ୍ଥାନରେ ନଳକୁପ, ୭୮୪ଟି ସ୍ଥାନରେ ଶୌଚାଳୟ ଓ ୩୯୩ଟି ସ୍ଥାନରେ ଶୌଚାଳୟ ନାହିଁ। ୩୨ଟି ଅତ୍ଯନ୍ତ ବିପଦସଂକୁଳ ଚିହ୍ନଟ ହୋଇଛି। ଏଥିରୁ ୫ଟିର ସମ୍ପୁର୍ଣ୍ଣ ନିର୍ମାଣ ସରିବା ପରେ ବି ବିଭାଗକୁ ହସ୍ତାନ୍ତର ହୋଇନି। ୧୪୫ଟି ନିର୍ମାଣ ଚାଲିଥିବା ବେଳେ ୨୦୯ଟିରେ ନିର୍ମାଣ ଆରମ୍ଭ ହୋଇନି ।
ଆହୁରି ପଢ଼ନ୍ତୁ:Vigilance Raid: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ, ୪ ସ୍ଥାନରେ ଚଢ଼ଉ
ଚନ୍ଦାହାଣ୍ଡି ବ୍ଲକ୍ ୧୪୨ରୁ ୧୧୮ଟି, ଡାବୁଗାଁରେ ୧୪୨ରୁ ୧୧୨ଟି, ଝରିଗାଁରେ ୩୦୪ରୁ ୨୬୮ଟି, କୋଷାଗୁମୁଡା ୩୧୦ରୁ ୨୫୧ଟି, ନବରଙ୍ଗପୁର ୧୬୩ରୁ ୧୩୦ଟି, ନନ୍ଦାହାଣ୍ଡିବ୍ଲକରେ ୧୩୫ରୁ ୮୯ଟି,ପାପଡାହାଣ୍ଡି ୨୯୪ରୁ ୨୫୪ଟି, ରାଇଘର ୩୧୩ରୁ ୨୭୦ଟି, ତେନ୍ତୁଳିଖୁଣ୍ଟି ୨୦୪ରୁ ୧୪୨ଟି, ଉମରକୋଟ୍ ୩୨୩ରୁ ୨୯୩ଟି ନିଜସ୍ବ କେନ୍ଦ୍ର ରହିଛି। ଏପରି ୧୯୩୭ଟି ନିଜସ୍ବ କେନ୍ଦ୍ର ରହିଛି। ଏହାରି ମଧ୍ଯରୁ ୩୨ଟି ଣ ଅବସ୍ତାରେ ରହିଛି ।
ନୂଆକୋଠା ନିର୍ମାଣ ପାଇଁ ରାଜ୍ଯସରକାର ୨୩୨୯ଟି କୁ ଅନୁମୋଦନ କରିବା ସହ ଟଙ୍କା ମଞୁର କରିଥିଲେ। କାମ ଆରମ୍ଭ ହେବାପରେ ଏବେ ୧୪୫ଟି କେନ୍ଦ୍ର ବିଭିନ୍ନ ପର୍ଯ୍ଯାୟରେ ନିର୍ମାଣଧିନ ରହିଛି।ଏଥିରେ ୧୮ଟି ଫାଉଣ୍ଡେସନ୍, ୧୧ଟି ପ୍ଳିନ୍ଥ, ୭ଟି ଲିଣ୍ଟଲ, ୨ଟି ଓ୍ବିଣ୍ଡୋ, ୨୯ଟି ରୁଫ, ୨୫ଟି ସ୍ଲାବ୍, ୫ଟି ରୁଫ୍ ଲେଡ୍, ୪୮ଟି ଫିନସିଙ୍ଗ୍ ଲେବଲରେ ଅଛି।
ସର୍ବାଧିକ ତେନ୍ତୁଳିଖୁଣ୍ଟି ବ୍ଲକରେ ୪୧ଟି, ନନ୍ଦାହାଣ୍ଡିବ୍ଲକରେ ୩୩ଟି, କୋଷାଗୁମୁଡାରେ ୨୮ଟି, ଝରିଗାଁରେ ୨୬ଟି, ନବରଙ୍ଗପୁରରେ ୧୯ଟି, ପାପଡାହାଣ୍ଡିରେ ୧୫ଟି, , ରାଇଘରରେ ୨୩ଟି, ଡାବୁଗାଁରେ ୯ଟି, ଉମରକୋଟରେ ୭ଟି ଓ ଚନ୍ଦାହାଣ୍ଡିରେ ୭ଟି ଏଭଳି ସର୍ବମୋଟ ୨୦୯ଟିର କାମ ଏଯାଏଁ ଆରମ୍ଭ ହେଇପାରିନି। ଚୁକ୍ତିନାମା ଜମି ଆଦି ବିଭିନ୍ନ ବାଧା ବାଧକରେ ଏହାର ନିର୍ମାଣ ଅଟକି ରହିଛି।
ବିପଦସଙ୍କୁଳ ଅବସ୍ଥାରେ ରହିଛି
କୋଷାଗୁମୁଡା ବ୍ଲକରେ ୧୦ଟି ବିପଦସଙ୍କୁଳ ଅବସ୍ଥାରେ ରହିଛି । ପାପଡାହାଣ୍ଡିରେ ୭ଟି, ଉମରକୋଟରେ ୬ଟି, ରାଇଘରରେ ୨ଟି, ତେନ୍ତୁଳିଖୁଣ୍ଟିରେ ଗୋଟିଏ, ଝରିଗାଁ ଓ ନନ୍ଦାହାଣ୍ଡିରେ ୩ଟି ଲେଖାଏଁ ମୋଟ୍ ୩୨ଟି ବିପଦସଂକୁଳ ସ୍ଥତିରେ ରହିଛି। ଦୀର୍ଘ ବହୁ ବର୍ଷଧରି ଏହି ସମସ୍ଯା ଲାଗିରହିଥିବା ବେଳେ ବିଭିନ୍ନ ବିଭାଗ ମଧ୍ଯରେ ସମନ୍ବୟ, ଦୁରଦୃଷ୍ଟି, କ୍ଷେତ୍ରପରିଦର୍ଶନ ଓ ସମିକ୍ଷା ଅଭାବରୁ ଭିତ୍ତିଭୂମି ଦୋହଲି ଯାଇଛି ।
ଗତ ଜିଲ୍ଲା ପରିଷଦ ଓ ଦିଶା ବୈଠକରେ ସାଂସଦ ଇଂ.ବଳଭଦ୍ର ମାଝି, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ସଭ୍ଯା ଡ. ଲିପିକା ମାଝି ଅଙ୍ଗନଓ୍ବା଼ଡି କେନ୍ଦ୍ରର ଭିତ୍ତିଭୂମି ନେଇ ଚିନ୍ତା ପ୍ରକଟ କରି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଡ. ସ୍ବାଇଁ ଏନେଇ ସ୍ବତନ୍ତ୍ର ବୈଠକ କରି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୈପଦୀ କହଁର ପୁନଃ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଆହୁରି ପଢ଼ନ୍ତୁ:Transgender Conflict: ବାଂଲାଦେଶୀ କିନ୍ନର ସନ୍ଦେହ, ୪ ଜଣଙ୍କୁ ଥାନା ଜିମା ଦେଲେ ଅନ୍ୟ ଗୋଷ୍ଠୀ
ନିର୍ମାଣ ଆରମ୍ଭ ହୋଇ ନଥିବା ଏବଂ ଟେଣ୍ଡର ସରିଥିବା କେନ୍ଦ୍ର ଅଗ୍ରଗତିର ମନ୍ଥରତାକୁ ନେଇ ବିଚାର କେବେ ସୁଦ୍ଧା ସରିବ ବୋଲି ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣିଙ୍କୁ ପ୍ରଶ୍ନ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Follow Us