ନବଜାତ ଶିଶୁକନ୍ୟା ବିକ୍ରି ମାମଲା: ସନ୍ଦେହ ଘେରରେ ଥିବା ଏଏନ୍‌ଏମ୍‌ ନିଳମ୍ବିତ

ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତ ଏଏନ୍‌ଏମ୍‌ ନିଲମ୍ବିତ ହୋଇଛନ୍ତି। ଏଏନ୍‌ଏମ୍‌ ‌ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ନିଲମ୍ବନ କରିଛନ୍ତି।  

d0c1805c-27d4-45a7-97ab-2167cf08b70d

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତ ଏଏନ୍‌ଏମ୍‌ ନିଲମ୍ବିତ ହୋଇଛନ୍ତି।ଏଏନ୍‌ଏମ୍‌ ‌ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ନିଲମ୍ବନ କରିଛନ୍ତି।  

ଏହି ଖବର ପଢ଼ନ୍ତୁ: ବବିଙ୍କ ଭାଇଙ୍କ ନାମରେ ୪ ମାମଲା ରୁଜୁ

ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମ ପାଲିପଡ଼ାର ଅମୃତ ନାଗଙ୍କ ସ୍ତ୍ରୀ ଅରୁଣାବତୀ ନାଗ ଗତ ନଭେମ୍ବର ୨ ତାରିଖରେ ସୁନାମୁଦୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପରଦିନ ଅର୍ଥାତ୍ ନଭେମ୍ବର ୩ ତାରିଖରେ ଆଶାକର୍ମୀ ମା’ ଓ ଶିଶୁର ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆସିଥିଲେ। ଏହି ସମୟରେ ସେ ଶିଶୁକନ୍ୟାକୁ ଦେଖିବାକୁ ପାଇ ନଥିଲେ। ତେଣୁ ସେ ଅରୁଣାଙ୍କୁ ଶିଶୁକନ୍ୟା ସମ୍ପର୍କରେ ପଚାରିଥିଲେ। ତେବେ ପୂର୍ବରୁ ୫ ଜଣ ସନ୍ତାନ ଥିବା ଓ ଆର୍ଥିକ ପରିସ୍ଥିତି ଠିକ ନ ଥିବାକୁ ଶିଶୁର ଲାନାନପାଳନ କରିବା ପାଇଁ ସେ  ତାଙ୍କ ସମ୍ପର୍କୀୟ ଦମ୍ପତିଙ୍କୁ ଟେକିଦେଇଥିବା କହିଥିଲେ।

ଏହି ଖବର ପଢ଼ନ୍ତୁ: ଶ୍ମଶାନରେ ବଞ୍ଚି ଉଠିଲେ ବିଦ୍ୟାଙ୍ଗ ବ୍ୟକ୍ତି

ଅମୃତ ନାଗଙ୍କ ସ୍ତ୍ରୀ ଅରୁଣାବତୀ ନାଗ ଗତ ନଭେମ୍ବର ୨ ତାରିଖରେ ସୁନାମୁଦୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପରଦିନ ଅର୍ଥାତ୍ ନଭେମ୍ବର ୩ ତାରିଖରେ ଆଶାକର୍ମୀ ମା’ ଓ ଶିଶୁର ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆସିଥିବା ବେଳେ ଶିଶୁକନ୍ୟାକୁ ନଦେଖି ଅରୁଣାଙ୍କୁ ଶିଶୁ କନ୍ୟା ସମ୍ପର୍କରେ ପଚାରିଥିଲେ।

ଆଶାକର୍ମୀ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ୧୦ ଦିନ ପରେ  ବଲାଙ୍ଗୀର ଶିଶୁସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ପଚରାଉଚରା ବେଳେ ଶିଶୁକନ୍ୟାର ମା’ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଶିଶୁସୁରକ୍ଷା ଅଧିକାରୀ ଲାଠୋର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ନଭେମ୍ବର ୧୯ ତାରିଖରେ ଗାଁରେ ପହଂଚିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅରୁଣାଙ୍କୁ ଘଟଣାକୁ ନେଇ ପଚାରିଥିଲେ। ତେବେ ଅରୁଣାର ପ୍ରସବ କରାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ମମତା ଭୋଇ ଲାଠୋରର ଆଲୋକ ଅଗ୍ରୱାଲଙ୍କ ମାଧ୍ୟମରେ ରାମପୁରର ଆଭା ଅଗ୍ରୱାଲ ଓ ରବୀନ୍ଦ୍ର ଅଗ୍ରୱାଲଙ୍କୁ ଶିଶୁକନ୍ୟାକୁ ଦେଇଥିବା କହିଥିଲେ। 

ଏହି ଖବର ପଢ଼ନ୍ତୁ: ରେଳବାଇର ୱାଲଟିୟର ଡିଭିଜନ୍‌କୁ ମିଳିଲା ନୂଆ ଡିଆରଏମ୍

ମହିଳା ସ୍ୱାସ୍ଥ୍ୟକର୍ମୀ ଶିଶୁବିକ୍ରି ଘଟଣାକୁ ଖଣ୍ଡନ କରୁଥିବା ବେଳେ ଦୀର୍ଘ ୧୮ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ କିଛି ନ ଜଣାଇବା ସହ ଶିଶୁକୁ ଦେବା ବେଳେ ଆଇନ ଅନୁଯାୟୀ କୌଣସି ପଦକ୍ଷେପ ନେଇ ନ ଥିବା ସ୍ବାସ୍ଥ୍ଯ କର୍ମୀଙ୍କ କାର୍ଯ୍ୟଶୈଳୀ ଉପରେ ସନ୍ଦେହ ଘନିଭୂତ ହୋଇଥିଲା। ଏହା ଜାଣି ଉପମୁଖ୍ୟମନ୍ତ୍ରୀ ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ପୁଲିସ ଓ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ସନ୍ଦେହ ପରେ ତଦନ୍ତ କରି ମମତା ଭୋଇଙ୍କୁ ପ୍ରଶାସନ ଆଜି ନିଲମ୍ବିତ କରା ଯାଇଥିବା ଜଣାପଡିଛି।

ଏହି ଖବର ପଢ଼ନ୍ତୁ: ଭାରତ ୧୫୦ରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ୬୭/୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe