ଭୁବନେଶ୍ବର: ପାଞ୍ଚ ଦିନ ବିଧାନସଭା ଗୃହ ସ୍ବାଭାବିକ ହେଲା ପରେ ଆଜି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। କଂଗ୍ରେସ ସଭ୍ୟମାନଙ୍କ ପ୍ରତି ପାତରଅନ୍ତର କରାଯାଉଛି ବୋଲି ଅଭିଯୋଗ କରି ସେମାନେ ହୋହଲ୍ଲା କରିଥିଲେ। ଫଳରେ ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ବାଧାପ୍ରାପ୍ତ ହୋଇଥିଲା। ଗତକାଲି ବିଧାନସଭାରେ ବେସରକାରୀ କାର୍ଯ୍ୟ ଦିବସ ଥିଲା। କଂଗ୍ରେସ ପକ୍ଷରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏକ ସଂକଳ୍ପ ଆଣିଥିଲେ। ଏଥିରେ ଦର୍ଶାଯାଇଥିଲା, ‘ରାଜ୍ୟରେ ଓବିସି/ଏସ୍ସିବିସି ଏବଂ ଅନୁସୂଚିତ ଜାତି/ଜନଜାତି ବର୍ଗର ସଂଖ୍ୟାନୁପାତିକ ଆଧାରରେ ସମସ୍ତ ପ୍ରକାର ଉଚ୍ଚଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଲାଗୁ କରିବା ସଙ୍ଗେ ସଙ୍ଗେ ଏହି ସଂଖ୍ୟାନୁପାତିକ ସଂରକ୍ଷଣ ବ୍ୟବସ୍ଥାକୁ ‘ସମ୍ବାଧାନର ନବମ ସୂଚୀ’ରେ ସାମିଲ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖନ୍ତୁ।’ ଏହି ସଂକଳ୍ପ ଉପରେ ଆଲୋଚନା ପାଇଁ ସେମାନେ କହିଥିଲେ। କିନ୍ତୁ ଗତକାଲି ଦ୍ବିତୀୟାର୍ଦ୍ଧରେ ଗୋଟିଏ ବିଲ୍ ଉପରେ ଆଲୋଚନା ହୋଇ ପାସ୍ ହେଲା ବେଳକୁ ସଂଧ୍ୟା ୭ଟା ୧୫ ହୋଇଯାଇଥିଲା। ତେଣୁ କଂଗ୍ରେସକୁ ଆଉ ଆଲୋଚନା ପାଇଁ ସୁଯୋଗ ଦିଆଯାଇ ନଥିଲା।
Chinese Reusable Rocket : ବିଫଳ ହେଲା ସ୍ପେଶ-ଏକ୍ସର ଚାଇନିଜ୍ ନକଲ
ସଂରକ୍ଷଣ ସଂକ୍ରାନ୍ତରେ କଂଗ୍ରେସ ଦେଇଥିଲା ସଂକଳ୍ପ
ଆଲୋଚନା ପାଇଁ ସୁଯୋଗ ନ ମିଳିବାରୁ ପ୍ରତିବାଦ
ଆଜି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ଉତ୍କ୍ଷିପ୍ତ ହୋଇ ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ। ପାତରଅନ୍ତର ଚଳିବ ନାହିଁ ବୋଲି ନାରା ଦେଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ। ହୋହଲ୍ଲା ଭିତରେ ବାଚସ୍ପତି ପ୍ରଶ୍ନକାଳ ଜାରି ରଖିଥିଲେ। ତେବେ କଂଗ୍ରେସ ସଭ୍ୟମାନେ ନାରାବାଜି ଜାରି ରଖିବାରୁ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ଶୂନ୍ୟକାଳରେ ଶ୍ରୀ କାଡ଼ାମ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଗତକାଲି ବେସରକାରୀ କାର୍ଯ୍ୟ ଦିବସର ଅଧା ସମୟ ସରକାରୀ କାର୍ଯ୍ୟ ଏବଂ ବାକି ସମୟ ବେସରକାରୀ ସଭ୍ୟଙ୍କ ବ୍ୟବହାର ପାଇଁ ପରାମର୍ଶଦାତା କମିଟି ବୈଠକରେ ସହମତି ପ୍ରକାଶ ପାଇଥିଲା। କିନ୍ତୁ କାଲି ସମ୍ପୂର୍ଣ୍ଣ ସମୟ ସରକାରୀ କାର୍ଯ୍ୟ ପାଇଁ ନିଆଗଲା। ବେସରକାରୀ କାର୍ଯ୍ୟ ଦିବସରେ ୭ଟା ଯାଏ ଗୃହ ଚାଲିବାର ବ୍ୟବସ୍ଥା ଅଛି। ବାଚସ୍ପତି ଚାହିଁଲେ ସମୟସୀମା ବଢ଼ାଇପାରିବେ। ଗତକାଲି ବାଚସ୍ପତି ବିଲ୍ ପାସ୍ ପାଇଁ ୧୫ ମିନିଟ୍ ଗୃହ କାର୍ଯ୍ୟକୁ ବଢ଼ାଇଲେ। ବିଲ୍ ପାସ୍ ହେଲା ପରେ ସଂକଳ୍ପ ଉପରେ ଆଲୋଚନା ପାଇଁ କଂଗ୍ରେସକୁ ସମୟ ଦିଆଗଲା ନାହିଁ। ଓଡ଼ିଶାର ଆଦିବାସୀ, ଦଳି, ପଛୁ୍ଆବର୍ଗଙ୍କୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ମିଳିବା ଦରକାର। ସମ୍ବିଧାନ ନବମ ସୂଚୀରେ ଏହି ସଂଖ୍ୟାନୁପାତିକ ସଂରକ୍ଷଣ ବ୍ୟବସ୍ଥାକୁ ସ୍ଥାନିତ କରିବା ପାଇଁ ସଂକଳ୍ପରେ ପ୍ରସ୍ତାବ ରଖାଯାଇଥିଲା। ଯଦି ଆମେ ସଂରକ୍ଷଣ ନେଇ ସଂକଳ୍ପ ଆଣିଲେ ଅସୁବିଧା ହେଉଛି, ତେବେ ସରକାର ନିଜେ ସଂକଳ୍ପ ଆଣନ୍ତୁ। ଆମେ ସମର୍ଥନ କରିବୁ।
Nabarangpur: ଶିଶୁ ଗୁରୁତର ମାମଲା: ମାମଲାର ଯାଞ୍ଚ କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ
ଏହା ପରେ କଂଗ୍ରେସ ସଭ୍ୟମାନେ ପୁଣି ହୋହଲ୍ଲା ଜାରି ରଖିଲେ। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ଗତକାଲି ବେସରକାରୀ କାର୍ଯ୍ୟ ଦିବସରେ ସରକାରୀ ବିଲ୍ ନ ନେଇଥିଲେ କିଛି ଅସୁବିଧା ହୋଇ ନଥା’ନ୍ତା। ଯଦି ସନ୍ଧ୍ୟା ୭ଟା ପରେ ଗୃହ ଚାଲିପାରିଲା, ତେବେ ରାତି ୯ଟା ଯାଏଁ ଚାଲିଥିଲେ କ’ଣ ଅସୁବିଧା ହୋଇଥା’ନ୍ତା। କଂଗ୍ରେସ ସଭ୍ୟଙ୍କ ହୋହଲ୍ଲା ଚାଲିଥିବାରୁ ବାଚସ୍ପତି ବିଭିନ୍ନ ପର୍ଯ୍ୟାୟରେ ୧୨ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ। ୧୨ଟା ୩୦ରେ ବାଚସ୍ପତି କହିଥିଲେ ଯେ ଆସନ୍ତା ୧୨ ତାରିଖରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସରେ କଂଗ୍ରେସର ସଂକଳ୍ପକୁ ନିଆଯିବ। ଏହା ପରେ ଗୃହ ପରିସ୍ଥିତି ସ୍ବାଭାବିକ ହୋଇଥିଲା ଏବଂ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/05/fshfshffsxvb-2025-12-05-02-23-08.jpg)