ଭୁବନେଶ୍ବର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରି ୨୪ ଯାଏଁ ଚାଲିବ। ଫେବ୍ରୁଆରି ୧୮ ଓ ୧୯ରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଫେବ୍ରୁଆରି ୨୦ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ରେ ବଜେଟ୍ ପାରିତ ହେବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଣିବାର ସମ୍ଭାବନା ଥିବାରୁ ଏନେଇ ବି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
Amit Shah: ୧୨ ବର୍ଷ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ନୂତନ ସୁବର୍ଣ୍ଣ ଅଧ୍ୟାୟ: ଶାହ
ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ଯେପରି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକି ତିନି ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଗୃହ କାର୍ଯ୍ୟ ପରିଚାଳନାରେ ସହଯୋଗ କରିବା ପାଇଁ ସମସ୍ତ ବିଧାୟକଙ୍କର ସହଯୋଗ ଲୋଡ଼ିଛି। ସବୁ ଦଳ ସହଯୋଗ କରିବେ ବୋଲି କହିଛନ୍ତି। ହେଲେ ବିରୋଧୀ କେଉଁ କେଉଁ ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରିବେ ସେନେଇ ବାଚସ୍ପତିଙ୍କୁ ଆଗୁଆ ଜଣାଇ ଦେଇଛନ୍ତି। ଗୃହରେ ଯେପରି ତାଙ୍କ ସ୍ବର ଚପାଇ ଦିଆ ନ ଯାଏ ସେନେଇ ବାଚସ୍ପତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।
Horoscope 2026 February 17 : ଜାଣନ୍ତୁ ଆଜିର ରାଶିଫଳ
ସେହିପରି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଆମେ ବିଧାନସଭାରେ ମୁଖ୍ୟତଃ ଚାଷୀଙ୍କ ପ୍ରସଙ୍ଗ ଉଠାଇବୁ। ବର୍ତ୍ତମାନ କଟ୍ନିଛଟ୍ନି ବନ୍ଦ ହେଉ ନାହିଁ। ଏହାକୁ ଆମେ ବିଧାନସଭାରେ ପ୍ରଥମେ ଉଠାଇବୁ। ରାଜ୍ୟବାସୀଙ୍କ ସ୍ବାର୍ଥରେ ଯେଉଁ ପ୍ରସଙ୍ଗ ରହିବ ଆମେ ଉତ୍ଥାପନ କରିବୁ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ବିରୋଧୀଙ୍କୁ ଗୃହରେ ଅଧିକ ସମୟ ଦେବା ପାଇଁ ଆମେ ବାଚସ୍ପତିଙ୍କୁ ଅନୁରୋଧ କରିଛୁ। ଆମେ ଚାଷୀ, କୋଟିଆ, ନାରୀ ସୁରକ୍ଷା କଥା ଉଠାଇବୁ। ଏସ୍ସି, ଏସ୍ଟି, ଓବିସି ପ୍ରସଙ୍ଗ ମଧ୍ୟ ଉଠାଇବୁ। ଆଜିର ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/30/assembly-2025-11-30-02-04-11.jpg)