Accused arrested: ପେଟ୍ରୋଲ୍‌ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ: ଅଭିଯୁକ୍ତ ଗିରଫ

Advertisment

ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ଅନ୍ତର୍ଗତ ଗୌରେନମୁଣ୍ଡାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ ନେଇ ପ୍ରଥମେ ଠେଙ୍ଗାରେ ଆକ୍ରମଣ ଓ ପରେ ପେଟ୍ରୋଲ୍‌ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ ହୋଇଛି।

ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ଅନ୍ତର୍ଗତ ଗୌରେନମୁଣ୍ଡାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ ନେଇ ପ୍ରଥମେ ଠେଙ୍ଗାରେ ଆକ୍ରମଣ ଓ ପରେ ପେଟ୍ରୋଲ୍‌ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ ହୋଇଛି।

arrest

minor rape attempt , teacher arrested Photograph: (sambad.in)

ଗାଈସିଲାଟ: ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ଅନ୍ତର୍ଗତ ଗୌରେନମୁଣ୍ଡାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ ନେଇ ପ୍ରଥମେ ଠେଙ୍ଗାରେ ଆକ୍ରମଣ ଓ ପରେ ପେଟ୍ରୋଲ୍‌ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ ହୋଇଛି। ଗୁରୁତର ଆହତ ଅମରୀ ସାହୁଙ୍କୁ ବଲାଙ୍ଗୀର ଡାକ୍ତରଖାନାରୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। 

SIR before Panchayat elections: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏସ୍‌ଆଇଆର୍! ସୋମବାର ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ

ଆହତଙ୍କ ଭାଇ ଛାଲ ସାହୁଙ୍କ ଲିଖିତ ଅଭିଯୋଗ କ୍ରମେ ଗାଈସିଲାଟ ପୁଲିସ ଅଭିଯୁକ୍ତ ଗୌରନମୁଣ୍ଡା ଗାଁର ରାକେଶ ସାହୁ (୨୮)କୁ ଗିରଫ କରିଛି। ଶନିବାର ଦିନ ଗୋଟାଏ ସମୟରେ ରାକେଶ ଗୌରନମୁଣ୍ଡା ଗୋଷ୍ଠୀକେନ୍ଦ୍ରଠାରେ ଅମରୀଙ୍କୁ ଆକ୍ରମଣ କରିଥିଲା। ଏହି ସମୟରେ ଦୁଃଖୁ ମେହେର ଓ ହର୍ଷ ଡୁଡୁକା ପହଞ୍ଚି ଛଡ଼ାଇଥିଲେ। ପରେ ଅମରୀ ଘରକୁ ଯିବା ସମୟରେ ରାକେଶ ପୁଣି ଠେଙ୍ଗାରେ ଆକ୍ରମଣ କରିଥିଲା। ଅମରୀ ତଳେ ପଡ଼ିଯିବାରୁ ବୋତଲରେ ଆଣିଥିବା ପେଟ୍ରୋଲ୍‌ ତାଙ୍କ ଦେହରେ ଢାଳି ଦିଆସିଲି ମାରିଦେଇଥିଲା।

Ratna bhanda: ରତ୍ନଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ: ରଥଯାତ୍ରା ପୂର୍ବରୁ ହୋଇପାରେ ଗଣତିମଣତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe