Balanga minor girl burnt to death case: Congress questions police action, surrounds DG's office on Friday Photograph: (sambad.in)
ଭୁବନେଶ୍ବର: ବଳଙ୍ଗା ନାବାଳିକା ପୋଡ଼ି ମୃତ୍ୟୁ ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ବଳଙ୍ଗା ପୀଡିତାଙ୍କ ମୃତ୍ୟୁର କିଛି ସମୟ ପରେ ଡିଜି ପୁଲିସଙ୍କ ଆକାଉଣ୍ଟରୁ ଟ୍ୱିଟ କରାଯାଇଥିଲା କେହି ସମ୍ପୃକ୍ତି ନାହାନ୍ତି ବୋଲି। ପୁଲିସ ଗୋଟିଏ ପକ୍ଷ ଭାବେ କାମ କରିଛି। ପୁରୀ ଏସ୍ପି ପୂର୍ଵରୁ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପାଇଛୁ ବୋଲି କହୁଥିଲେ.। ଏହାକୁ ଖୁଲାସା କରିବା ଆବଶ୍ୟକତା ଥିଲା। ତଦନ୍ତ ଚାଲିଥିବା ବେଳେ କୌଣସି ତଥ୍ୟ ଗଣମାଧ୍ୟମକୁ ଆସିବା କଥା ନୁହେଁ। ହେଲେ ପୁଲିସର ଟ୍ୱିଟ କାହା ସ୍ୱାର୍ଥରେ ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରଶ୍ନ କରିଛନ୍ତି।
ପୁଲିସ ବିଏନଏସ ଆଧାରରେ ନୁହେଁ ସରକାରଙ୍କ ଇଙ୍ଗିତରେ କାମ କରୁଛି। ପୁଲିସ ବଳଙ୍ଗା ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଛି।
ଅଧିକ ପଢ଼ନ୍ତୁ: ପୁଲିସ ଜବତ କରିଥିବା ଟ୍ରକ୍ରୁ ଯନ୍ତ୍ରାଂଶ ଚୋରି: ୩ ଗିରଫ
ରାଜ୍ୟରେ ନାରୀ ଜଳୁଛି। ଗତ କାଲି କେନ୍ଦ୍ରାପଡ଼ା ଘଟଣାରେ କେବଳ ଆଇଆଇସିଙ୍କୁ ବଦଳି କରାଯାଇଛି। ପୋଲିସର ଅବହେଳା ଜଣା ପଡ଼ିଥିଲେ ସୁଦ୍ଧା କାହିଁକି ତାଙ୍କ ବିରୋଧରେ ବଡ଼ ଆକ୍ସନ ହୋଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଇଆଇସିଙ୍କୁ ନିଲମ୍ବନ କରି ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ ବୋଲି ନିଶିକାନ୍ତ ମିଶ୍ର ଦାବି କରିଛନ୍ତି।
ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି ଶୁକ୍ରବାର କଂଗ୍ରେସ ଡିଜି କାର୍ଯ୍ୟାଳୟ ଘେରାଉ କରିବ ବୋଲି କଂଗ୍ରେସ ମିଡ଼ିଆ ସେଲ ଚେୟାରମ୍ୟାନ ଅରବିନ୍ଦ ଦାସ କହିଛନ୍ତି।
ଆସନ୍ତା ଅଗଷ୍ଟ ୧୦ ତାରିଖରେ ବଳଙ୍ଗା ପୀଡିତାଙ୍କ ପାଇଁ ନାରୀ ନ୍ୟାୟ ପଦ ଯାତ୍ରା କରାଯିବ। ସେହିପରି ଆସନ୍ତା ୧୪ ଅଗଷ୍ଟରେ ଏଫ୍ଏମ୍ କଲେଜ ପୀଡ଼ିତାଙ୍କ ପାଇଁ ଏଫ୍ଏମ୍ କଲେଜରୁ ନାରୀ ନ୍ୟାୟ ପଦଯାତ୍ରା କରାଯିବ ବୋଲି ଅରବିନ୍ଦ ଦାସ କହିଛନ୍ତି।
ଅଧିକ ପଢ଼ନ୍ତୁ: ମୁଁ ହିନ୍ଦୀରେ କହିବିନି, ବୁଝିଲେ ବୁଝ ନହେଲେ ନାହିଁ; ଜାଣନ୍ତୁ କାହିଁକି ଏଭଳି କହିଲେ କାଜୋଲ
congress | nishikant mishra
Follow Us