banda girl: ଉପାନ୍ତ ଅଞ୍ଚଳର ଦେବଦୂତ ବଣ୍ଡା ଯୁବତୀ: ପଢ଼ିନାହାନ୍ତି ମେଡିକାଲ ପାଠ, କରୁଛନ୍ତି ରୋଗୀ ସେବା

Advertisment

ବଣ୍ଡା ଜନଜାତିଙ୍କ ପାଇଁ ଦେବଦୂତ ସାଜିଛନ୍ତି ୪ ଯୁବତୀ। ଖଇରପୁଟ ବ୍ଲକ୍‌ ଅଣ୍ଡ୍ରାହାଲ ପଞ୍ଚାୟତ ଡୁମୁରିପଡ଼ା ଡାକ୍ତରଖାନାରେ ଆଦିମ ଜନଜାତିର ଲୋକଙ୍କୁ ନିସ୍ବାର୍ଥପର ସ୍ବାସ୍ଥ୍ୟସେବା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି।

ବଣ୍ଡା ଜନଜାତିଙ୍କ ପାଇଁ ଦେବଦୂତ ସାଜିଛନ୍ତି ୪ ଯୁବତୀ। ଖଇରପୁଟ ବ୍ଲକ୍‌ ଅଣ୍ଡ୍ରାହାଲ ପଞ୍ଚାୟତ ଡୁମୁରିପଡ଼ା ଡାକ୍ତରଖାନାରେ ଆଦିମ ଜନଜାତିର ଲୋକଙ୍କୁ ନିସ୍ବାର୍ଥପର ସ୍ବାସ୍ଥ୍ୟସେବା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି।

gdagdazcv

ମାଲକାନଗିରି: ବଣ୍ଡା ଜନଜାତିଙ୍କ ପାଇଁ ଦେବଦୂତ ସାଜିଛନ୍ତି ୪ ଯୁବତୀ। ଖଇରପୁଟ ବ୍ଲକ୍‌ ଅଣ୍ଡ୍ରାହାଲ ପଞ୍ଚାୟତ ଡୁମୁରିପଡ଼ା ଡାକ୍ତରଖାନାରେ ଆଦିମ ଜନଜାତିର ଲୋକଙ୍କୁ ନିସ୍ବାର୍ଥପର ସ୍ବାସ୍ଥ୍ୟସେବା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି। ନର୍ସ ହେବାର ସର୍ବନିମ୍ନ ଯୋଗ୍ୟତା ନଥିଲେ ମଧ୍ୟ ଦୃଢ଼ ଇଚ୍ଛା ଶକ୍ତି, ଉଦ୍ୟମ ଓ ତାଲିମ ବଳରେ ଅଞ୍ଚଳର ରୋଗୀଙ୍କ ସେବା କରିବାକୁ ଆଗେଇ ଆସିଛନ୍ତି। ସେମାନେ ହେଲେ ମଙ୍ଗଳି କିର୍ସାନି, ସନକି ଶିଶା, ଗୁରୁବାରି ମୁଦୁଲି ଏବଂ ସୁନ୍ଦରୀ ଶିଶା। 

Vladimir Putin : ଶେଷ ହେଲା ପୁଟିନଙ୍କ ଚର୍ଚ୍ଚିତ ଭାରତ ଗସ୍ତ

ପ୍ରାଥମିକ ଶିକ୍ଷା ପରେ ବିଭିନ୍ନ କାରଣରୁ ୬ ଯୁବତୀ ପାଠପଢ଼ାରେ ଡୋରି ବାନ୍ଧିଥିଲେ। କିନ୍ତୁ ମନ ଭିତରେ ରୋଗୀ ସେବା କରିବାର ପ୍ରବଳ ଆଗ୍ରହ ରହିଥିଲା। ରୋଗୀ ସେବା ଆଗ୍ରହକୁ ଦେଖି ଆଶା କିରଣ ସଂସ୍ଥା ଏମାନଙ୍କୁ ସ୍ବାସ୍ଥ୍ୟସେବା ସମ୍ପର୍କିତ ତାଲିମ ପ୍ରଦାନ କରିଥିଲା। ବିଭିନ୍ନ ସ୍ଥାନକୁ ପଠାଇ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ତାଲିମ ଦେଇଥିଲା। ତାଲିମ ଗ୍ରହଣ କରିଥିବା ୬ ଯୁବତୀଙ୍କ ମଧ୍ୟରୁ ୪ ଜଣ ମଙ୍ଗଳି, ସନକି, ଗୁରୁବାରି ଓ ସୁନ୍ଦରୀ ନିୟମିତ ଭାବେ ମେଡିକାଲରେ ସେବା ଯୋଗାଇ ଆସୁଛନ୍ତି। ଦୈନିକ ଡୁମୁରିପଡ଼ା ଡାକ୍ତରଖାନାକୁ ୩୦ରୁ ୪୦ ରୋଗୀ ଆସୁଥିବା ବେଳେ ସ୍ବାସ୍ଥ୍ୟ ପରୀକ୍ଷା କରି ସାଧାରଣ ରୋଗ ଲାଗି ଆବଶ୍ୟକୀୟ ଔଷଧ ପ୍ରଦାନ କରୁଛନ୍ତି। ବିଶେଷ କରି ବଣ୍ଡାଘାଟି ମ୍ୟାଲେରିଆ ପ୍ରବଣ ହୋଇଥିବାରୁ ମ୍ୟାଲେରିଆ ନିରାକରଣ ପାଇଁ ବିଶେଷ ଧ୍ୟାନ ଦେଉଥିବା କହିଛନ୍ତି। 

Stone mafia challenges government: ସରକାରଙ୍କୁ ଚାଲେଞ୍ଜ ଦେଲେ ପଥର ମାଫିଆ: ଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ

ସେହିପରି ଝାଡ଼ାବାନ୍ତି ଓ ଅନ୍ୟ ରୋଗ ବ୍ୟାପିବା ସମୟରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି।ଦୁର୍ଘଟଣାରେ ଆହତ ରୋଗୀଙ୍କ ଚିକିତ୍ସା କରିବା ସହ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଯତ୍ନ ନେଇଥାନ୍ତି। ବହୁତ ବଡ଼ ଚିକିତ୍ସା କରିପାରୁନଥିଲେ ମଧ୍ୟ ଗୁରୁତର ରୋଗୀଙ୍କୁ ପ୍ରାଥମିକ ସେବା ଯୋଗାଇବା, ଇଞ୍ଜେକସନ ଦେବା ଏବଂ ରୋଗୀ କିପରି ଔଷଧ ସେବନ କରିବେ ସେ ସବୁ ବିଷୟରେ ଟିକିନିଖି ବୁଝାଉଛନ୍ତି। ଯାହା କି ଉପାନ୍ତ ଅଞ୍ଚଳରେ ଜଣେ ଡାକ୍ତରଙ୍କ ଭୂମିକା ସହ ସମାନ। ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳରେ ନିୟମିତ ଡାକ୍ତର ରହୁନଥିବାରୁ ବହୁ ପୂର୍ବରୁ ଏମିତି ଯୁବତୀଙ୍କୁ ତାଲିମ ଜରିଆରେ ସ୍ବାସ୍ଥ୍ୟସେବା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe