ISKCON Rath Yatra: ‘ଋଷିକେଶ ମଧୁବନ ଆଶ୍ରମରେ ରଥଯାତ୍ରା ସହ ଇସ୍କନର କୌଣସି ସଂପର୍କ ନାହିଁ’

ଉତ୍ତରାଖଣ୍ଡର ଋଷିକେଶସ୍ଥିତ ମଧୁବନ ଆଶ୍ରମରେ ଗତ ୭ ତାରିଖ ଦିନ ଅଦିନିଆ ରଥଯାତ୍ରାକୁ ନେଇ ଭୁବନେଶ୍ୱର ଇସ୍କନ ପକ୍ଷରୁ କୁହାଯାଇଛି ଯେ, ଋଷିକେଶ ମଧୁବନ ଆଶ୍ରମରେ ହୋଇଥିବା ରଥଯାତ୍ରା ସହ ଇସ୍କନର କୌଣସି ସଂପର୍କ ନାହିଁ। ସେ ସଂସ୍ଥା ଅଲଗା।

iskon

Bhubaneswar ISKCON says no relation with Madhuban Ashram of Rishikesh. Photograph: (sambad.in)

ଭୁବନେଶ୍ବର: ଉତ୍ତରାଖଣ୍ଡର ଋଷିକେଶସ୍ଥିତ ମଧୁବନ ଆଶ୍ରମରେ ଗତ ୭ ତାରିଖ ଦିନ ଅଦିନିଆ ରଥଯାତ୍ରାକୁ ନେଇ ଭୁବନେଶ୍ୱର ଇସ୍କନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଇସ୍କନ ଭୁବନେଶ୍ବରର ମୁଖପାତ୍ର ପ୍ରଣେଶ୍ବର କ୍ରୀଷ୍ଣ ଦାସ କହିଛନ୍ତି, ଋଷିକେଶ ମଧୁବନ ଆଶ୍ରମରେ ହୋଇଥିବା ରଥଯାତ୍ରା ସହ ଇସ୍କନର କୌଣସି ସଂପର୍କ ନାହିଁ। ସେ ସଂସ୍ଥା ଅଲଗା।

ଆହୁରି ପଢ଼ନ୍ତୁ: Digital Arrest: ବିଚାରପତିଙ୍କ ନକଲି ଦସ୍ତଖତ ମାଧ୍ୟମରେ କୋଟି କୋଟି ଟଙ୍କା ହଡ଼ପ

ପ୍ରଣେଶ୍ବର କ୍ରୀଷ୍ଣ ଦାସ କହିଛନ୍ତି, ୨୦୧୯ରୁ ଦେଶରେ ଗଜପତି ଅଦିନିଆ ରଥଯାତ୍ରା ମନା କରିବା ପରେ ଭାରତରେ କୌଣସି ସ୍ଥାନରେ ଇସ୍କନ ରଥଯାତ୍ରା କରୁନାହିଁ। ଗଣମାଧ୍ୟମରେ ଇସ୍କନ ନା ନେଇ ବାରମ୍ବାର ଖବର ପ୍ରସାରଣ କରାଗଲା। ଋଷିକେଶ ମଧୁବନ ଆଶ୍ରମ ଓ ଇସ୍କନ ଅଲଗା। ଜଗନ୍ନାଥ ସଂସ୍କୃତି ସହ ଆମେ ଜଡ଼ିତ। ଭାରତ ବାହାରେ ଅଦିନିଆ ରଥଯାତ୍ରାର ଉପରେ ଆମର କୌଣସି ହସ୍ତକ୍ଷେପ ନାହିଁ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଆଗେ ପରିବେଶ, ପରେ ପର୍ବ ! ଦୀପାବଳିରେ ଜାଳନ୍ତୁ ଧୂଆଁବିହୀନ ଦୀପ ଓ ମହମବତୀ...

ସୂଚନାଯୋଗ୍ୟ, ଅତିଥିରେ ମହାପ୍ରଭୁଙ୍କ ରଥଯାତ୍ରା କରି ପୁଣି ବିବାଦୀୟ ସ୍ଥିତି ସୃଷ୍ଟି କରିଛି ଇସ୍କନ୍। ଅକ୍ଟୋବର ୭ ତାରିଖରେ ଋଷିକେଶର ମଧୁବନ ଆଶ୍ରମ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ୨୮ତମ ରଥଯାତ୍ରା କରାଯାଇଛି। ଅଦିନରେ ରଥଯାତ୍ରାକୁ ନେଇ ଗଜପତି ମହାରାଜା ବାରମ୍ବାର କ୍ଷୋଭ ପ୍ରକାଶ କରିବା ସହ ଗତ ସେପ୍ଟେମ୍ବର ୬ ତାରିଖରେ ବସିଥିବା ବୈଠକର ନିଷ୍ପତ୍ତି ମୁତାବକ ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠା ସମ୍ବଳିତ ଚିଠି ଇସ୍କନ୍‌ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ନୀତି ଓ ପରମ୍ପରାକୁ ନ ମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଇସ୍କନ୍‌କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଗଜପତି। ମାତ୍ର ମାସେ ଯାଇନି, ଇସ୍କନ୍‌ ଏହି ଚିଠିକୁ ଫୁ କରିଦେଇଛି। ଅନ୍ୟପକ୍ଷରେ ଇସ୍କନ୍‌ର ଏଭଳି ମନମାନିକୁ ନେଇ ଜଗନ୍ନାଥପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ‘ଆଉ କ୍ଷମା ନାହିଁ, ଇସ୍କନ୍‌ର ଏହି ଅଦିନିଆ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନିଆଯାଉ’ ବୋଲି ଦାବି କରିଛନ୍ତି।

ISKCON Ratha Yatra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe