ନୂଆବର୍ଷ ଆରମ୍ଭରୁ ଅବକାରୀ ବିଭାଗକୁ ବଡ଼ ସଫଳତା

ନୂଆବର୍ଷ ଆରମ୍ଭରୁ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ନୂତନ ବର୍ଷର ପାଳନ ତଥା ରାଜ୍ୟରେ ବିଭିନ୍ନ ଗୁରୁତ୍ବପୁର୍ଣ ଉତ୍ସବ ଗୁଡିକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଗତ ଡିସେମ୍ବର ୨୮ ତାରିଖ ଠାରୁ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଅଭିଯାନ କରଯାଇଥିଲା...

Big success to the  excise department

Big success to the excise department Photograph: (sambad.in)

ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ନୂତନ ବର୍ଷର ପାଳନ ତଥା ରାଜ୍ୟରେ ବିଭିନ୍ନ ଗୁରୁତ୍ବପୁର୍ଣ ଉତ୍ସବ ଗୁଡିକୁ ଦୃଷ୍ଟିରେ ରଖି ଆଇନ ଏବଂ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କର ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଗତ ଡିସେମ୍ବର ୨୮ ତାରିଖ ଠାରୁ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚୋରା, ନକଲି ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର ପ୍ରସ୍ତୁତି, ଚାଲାଣ ଏବଂ ବିକ୍ରି ବିରୁଦ୍ଧରେ ଏକ ସ୍ଵତନ୍ତ୍ର ଅଭିଯାନ କରଯାଇଥିଲା । 

ଏହି ଅଭିଯାନରେ ସମୁଦାୟ ୪୦୧୩ଟି ମାମଲା ରୁଜୁ କରା‌ଯାଇ ଥିବା ବେଳେ ୨୧୭୬ ଜଣଙ୍କୁ ଗିରଫ କରା‌ଯାଇଅଛି ।

ଏହି ସ୍ବତନ୍ତ୍ର ଚଢଉରେ ମୋଟ ୧,୬୯,୫୬୪ ଲିଟର ଚୋରା ଦେଶୀ ମଦ, ୧୭,୧୧,୫୭୦ କ.ଗ୍ରା. ପୋଚ, ୭୪୫୧ ଲିଟର ଶୁଳ୍କ ପୈଠ ହୋଇଥିବା ମଦ, ୨୭୯୪ ଲିଟର ନକଲି/ ଶୁଳ୍କ ପୈଠ ହୋଇନଥିବା ବିଦେଶୀ ମଦ ଜବତ କରା‌ଯାଇଅଛି। ଏତଦ୍‌ବ୍ୟତୀତ, ୧୬୯୩୭ କିଲୋଗ୍ରାମ୍ ମହୁଲ ଫୁଲ, ୮୮୪ କିଲୋଗ୍ରାମ୍, ଗଞ୍ଜେଈ, ୨୬୯୭ ଗ୍ରାମ୍ ହେରୋଇନ, ୨୧ ଲିଟର କଫ ସିରପ, ୨୨୭ଟି ଦୁଇ ଚକିଆ ଯାନ ଏବଂ ୩୧ଟି ତିନି ଚକିଆ/ ଚାରି ଚକିଆ ଯାନ ମଧ୍ୟ ଜବତ କରା‌ଯାଇଛି। ଏହି ସବୁ ଜବତ ଜିନିଷର ଆନୁମାନିକ ମୂଲ୍ୟ ୧୯ କୋଟି ଟଙ୍କା ହେବ ବୋଲି ଆକଳନ କରା‌ଯାଇଅଛି।

ଜବତ ହୋଇଥିବା ସାମଗ୍ରୀ ଗୁଡିକ ମଧ୍ୟରେ ବାଲେଶ୍ବର ଜିଲ୍ଲାରେ ଗୋଟିଏ ଚାରି ଚକିଆ ଯାନରେ ଝାଡଖଣ୍ଡ ରାଜ୍ୟରୁ ଚୋରା ଚାଲାଣ କରା‌ଯାଇଥିବା ୧୦୮୦ ଲିଟର ନକଲି ମଦ, ରାୟଗଡ଼ା ଜିଲ୍ଲାରେ ୧୨୪୨ ଲିଟର ନକଲି ମଦ ସହିତ ୩ ଜଣ ମଦ ମାଫିଆ ଗିରଫ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଜରୁରୀକାଳୀନ ପରିସ୍ଥିତିରେ ଜେଲ୍‌ରେ ଥିବା ଲୋକଙ୍କୁ ୨୦ ହଜାର ପେନ୍‌ସନ୍‌ ସହିତ ମାଗଣା ଚିକିତ୍ସା ସୁବିଧା

କଟକ ଜିଲ୍ଲାରେ ଏକ ଚାରି ଚକିଆ ଯାନରେ  ଚୋରା ଚାଲାଣ ହେଉଥିବା ବେଳେ ୫୨୫ ଲିଟର ଚୋରା ଦେଶୀ ମଦ ଯାହାକି ଚୌଦ୍ଵାର ଅଞ୍ଚଳରେ ବେଆଇନ ଭାବେ  ପ୍ରସ୍ତୁତ ହେବାର ଅନୁମାନ କରିଯାଉଛି।

ଯେଉଁ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାମାନେ ଡୁପ୍ଲିକେଟ/ଭେଜାଲ ମଦ ବିକ୍ରୟ କରିବେ, ସେମାନଙ୍କର ଲାଇସେନ୍ସ ରଦ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରା‌ଯିବ ବୋଲି ଅବକାରୀ କମିସନର ନରସିଂହ ଭୋଳ କହିଛନ୍ତି ।

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଥିବା ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ‌ଚୋରି କଲେ ଡାକ୍ତରାଣୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe