BJD celebrates its 29th foundation day: ୨୯ତମ ପ୍ରତିଷ୍ଠା ଦିବସ ପାଳିଲା ବିଜେଡି: ଶହେ ବର୍ଷ ପାଇଁ ବିଜେଡି ଓଡ଼ିଶାବାସୀଙ୍କ ସ୍ବର ହେବ

Advertisment

ଗଣତନ୍ତ୍ରରେ ହାରଜିତ ରହିଛି। କିଛି ଲୋକ ଓ କିଛି ଦଳ ଏବେ ବିଜୁ ଜନତା ଦଳକୁ ନେଇ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି ଗୁଜବ କରୁଛନ୍ତି। ସେମାନେ ଜାଣି ରଖିବା ଉଚିତ ଯେ ବିଜେଡି ଓଡ଼ିଶାବାସୀଙ୍କ ଦଳ।

ଗଣତନ୍ତ୍ରରେ ହାରଜିତ ରହିଛି। କିଛି ଲୋକ ଓ କିଛି ଦଳ ଏବେ ବିଜୁ ଜନତା ଦଳକୁ ନେଇ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି ଗୁଜବ କରୁଛନ୍ତି। ସେମାନେ ଜାଣି ରଖିବା ଉଚିତ ଯେ ବିଜେଡି ଓଡ଼ିଶାବାସୀଙ୍କ ଦଳ।

dadggdzvvc

ଭୁବନେଶ୍ବର: ଗଣତନ୍ତ୍ରରେ ହାରଜିତ ରହିଛି। କିଛି ଲୋକ ଓ କିଛି ଦଳ ଏବେ ବିଜୁ ଜନତା ଦଳକୁ ନେଇ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି ଗୁଜବ କରୁଛନ୍ତି। ସେମାନେ ଜାଣି ରଖିବା ଉଚିତ ଯେ ବିଜେଡି ଓଡ଼ିଶାବାସୀଙ୍କ ଦଳ। ସାଢ଼େ ୪କୋଟି ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ। ବିଜେଡି ରହିଛି ଓ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସ୍ୱର ହୋଇ ରହିବ ବୋଲି ଆଜି ଶଙ୍ଖ ଭବନରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। 

Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...

୨୯ତମ ପ୍ରତିଷ୍ଠା ଦିବସ ପାଳିଲା ବିଜେଡି
ରାଜ୍ୟରେ ସରକାର ଥିବା ଅନୁଭବ ହେଉନାହିଁ: ନବୀନ

ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ପଟ୍ଟନାୟକ ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରି ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଚାଲିଛି, କିନ୍ତୁ ବିକାଶ କାହିଁ? ଚାଷୀକୁ ସାର ମିଳୁନି କି ମଣ୍ଡି ଖୋଲୁନାହିଁ। ମିସନ ଶକ୍ତି ମା’ମାନେ ହଇରାଣ ହେଉଛନ୍ତି। ଗତ ୧୮ମାସରେ ୧୮ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ଲିକ୍‌ ହେଲାଣି। ଆଇନଶୃଙ୍ଖଳା କଥା ନ କହିବା ଭଲ। ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଏପରିକି ଛୋଟ ଛୋଟ ଝିଅମାନେ ମଧ୍ୟ ନିରାପଦ ନୁହଁନ୍ତି। ରାଜ୍ୟରେ ଏକ ସରକାର ଥିବା ପରି ଅନୁଭବ ହେଉନାହିଁ। 

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ଯୁବ ସମାଜକୁ  ଦଳର ଅମୂଲ୍ୟ ସମ୍ପତ୍ତି  ଭାବେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଲେ, ବିଜେଡିର ଯୁବ ବନ୍ଧୁମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବା ସହ ଦଳ ବିରୋଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରନ୍ତୁ। ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରତାପ ଜେନା, ଭୁବନେଶ୍ବର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ମୁଜିବୁଲ୍ଲା ଖାଁ, ସସ୍ମିତ ପାତ୍ର, ବିଧାୟକ ଅନନ୍ତ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁ, ମୁଖପାତ୍ର ଲେନିନ ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe