ନୂଆଦିଲ୍ଲୀ: ବର୍ଷ ୨୦୨୫ ସରି ଆସିଲାଣି। ଆଜି, ଡିସେମ୍ବର ୨୫ ତାରିଖ, ଗୁରୁବାର; ଷ୍ଟକ୍ ମାର୍କେଟ୍ର ବର୍ଷର ଶେଷ ଟ୍ରେଡିଂ ପବ୍ଲିକ୍ ହଲିଡେ’। ଖ୍ରୀଷ୍ଟମାସ ପାଇଁ ନ୍ୟାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ରେ ଟ୍ରେଡିଂ ବନ୍ଦ ରହିଛି। ଏହି ସମୟ ମଧ୍ୟରେ ଇକ୍ୱିଟି, ଡେରିଭେଟିଭ୍ସ ଓ କରେନ୍ସି ସେଗ୍ମେଣ୍ଟରେ କୌଣସି କାରବାର ହେବନାହିଁ।
ଖ୍ରୀଷ୍ଟମାସ ପାଇଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ) ମଧ୍ୟ ବନ୍ଦ ରହିଛି। ଏନ୍ଏସ୍ଇ ଆସନ୍ତାବର୍ଷ ଷ୍ଟକ୍ ମାର୍କେଟ୍ ଛୁଟିର ଏକ ତାଲିକା ପ୍ରକାଶ କରିଛି। ଆସନ୍ତୁ ଜାଣିବା ୨୦୨୬ରେ କେଉଁ ଦିନ ଷ୍ଟକ୍ ମାର୍କେଟ୍ ବନ୍ଦ ରହିବ...
ଷ୍ଟକ୍ ମାର୍କେଟ୍ ଛୁଟି ୨୦୨୬:
ନ୍ୟାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ୨୦୨୬ ମସିହା ପାଇଁ ଏହାର ଛୁଟି କ୍ୟାଲେଣ୍ଡର ପ୍ରକାଶ କରିଛି। କ୍ୟାଲେଣ୍ଡର ଅନୁସାରେ, ୨୦୨୬ରେ ସେୟାର୍ ବଜାରରେ ମୋଟ୍ ୧୫ଟି ଛୁଟି ରହିବ। ଏହାସହିତ, ପ୍ରତି ଶନିବାର ଓ ରବିବାର ସାପ୍ତାହିକ ଛୁଟି ରହିବ। ଏହି ଦିନଗୁଡ଼ିକରେ କୌଣସି କାରବାର ହେବନାହିଁ।
୨୦୨୬ ମସିହାରେ ସାଧାରଣ ଛୁଟି ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବ। ଗଣତନ୍ତ୍ର ଦିବସରେ ସେୟାର୍ ବଜାର ବନ୍ଦ ରହିବ। ଏହାପରେ ମାର୍ଚ୍ଚ ୩ ତାରିଖରେ ହୋଲି ପାଇଁ ସେୟାର୍ ବଜାର ବନ୍ଦ ରହିବ। ମାର୍ଚ୍ଚ ୨୬ ତାରିଖରେ ଶ୍ରୀରାମ ନବମୀ ଓ ମାର୍ଚ୍ଚ ୩୧ ତାରିଖରେ ଶ୍ରୀ ମହାବୀର ଜୟନ୍ତୀ ପାଇଁ ଛୁଟି ରହିବ। ଏପ୍ରିଲ ୩ ତାରିଖରେ ଗୁଡ୍ ଫ୍ରାଇଡେ ଏବଂ ଏପ୍ରିଲ ୧୪ ତାରିଖରେ ଡକ୍ଟର ବାବାସାହେବ ଆମ୍ବେଦକର ଜୟନ୍ତୀ ପାଇଁ କୌଣସି ବ୍ୟବସାୟ ହେବନାହିଁ।
ଆହୁରି ପଢ଼ନ୍ତୁ- Shah Rukh Khan in Jailer-2?: ରଜନୀକାନ୍ତଙ୍କ ‘ଜେଲର୍-୨’ରେ ଶାହରୁଖ ଖାନ ରହିବେ କି? ବିବାଦରେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନ
୧ ମଇରେ ମହାରାଷ୍ଟ୍ର ଦିବସରେ ସେୟାର୍ ବଜାର ଛୁଟି ରହିବ। ଏହାପରେ ୨୮ ମଇରେ ବକ୍ରିଦ୍ ପାଇଁ ଛୁଟି ରହିବ। ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ, ୨ ଅକ୍ଟୋବରରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଯୋଗୁଁ ସାଧାରଣ କାରବାର ବନ୍ଦ ରହିବ। ୨୦ ଅକ୍ଟୋବରରେ ଦଶହରା, ୧୦ ନଭେମ୍ବରରେ ଦୀପାବଳି-ବଳିପ୍ରତିପଦା ଓ ୨୪ ନଭେମ୍ବରରେ ଗୁରୁ ନାନକ ଜୟନ୍ତୀ ପାଇଁ ଛୁଟି ରହିବ। ଡିସେମ୍ବର ୨୫ ତାରିଖରେ ବର୍ଷର ଶେଷ ପ୍ରମୁଖ ପର୍ବ ଖ୍ରୀଷ୍ଟମାସ ପାଇଁ କୌଣସି କାରବାର ହେବନାହିଁ।
୨୦୨୬ ମସିହାରେ ବଜାରର ପ୍ରଥମ ଓ ଶେଷ ଛୁଟି:
ଏନ୍ଏସ୍ଇର ଛୁଟି ତାଲିକା ଅନୁସାରେ, ୨୦୨୬ ମସିହାରେ ଷ୍ଟକ୍ ବଜାରର ପ୍ରଥମ ବାଣିଜ୍ୟିକ ଛୁଟି ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସରେ ହେବ। ବର୍ଷର ଶେଷ ବାଣିଜ୍ୟିକ ଛୁଟି ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/25/untitled-20-copy-2025-12-25-17-10-17.jpg)