BJD Meeting: ଭୁବନେଶ୍ବରରେ ଯାଜପୁର ନେତାଙ୍କ ବଡ଼ ବୈଠକ: ପ୍ରମିଳା ମଲ୍ଲିକଙ୍କ ଘରେ ଏକାଠି ହେଲେ ଛାମୁଆ ନେତା, ଦଳରେ ହଲଚଲ...

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନ ଠାରୁ ଶଙ୍ଖ ଭବନର ଦୂରତା ମାତ୍ର କେଇ ହାତ ଦୂରରେ । ହେଲେ ତା ସତ୍ତ୍ୱେ ମଧ୍ୟ ଏହି ନେତାମାନେ କାହିଁକି ପ୍ରମିଳାଙ୍କ ଘରେ ଏକାଠି ହେଲେ, ତାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉନି...

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନ ଠାରୁ ଶଙ୍ଖ ଭବନର ଦୂରତା ମାତ୍ର କେଇ ହାତ ଦୂରରେ । ହେଲେ ତା ସତ୍ତ୍ୱେ ମଧ୍ୟ ଏହି ନେତାମାନେ କାହିଁକି ପ୍ରମିଳାଙ୍କ ଘରେ ଏକାଠି ହେଲେ, ତାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉନି...

bjd

bjd Photograph: (Sambad.in)

ଭୁବନେଶ୍ବର: ପୁଣି ମେଳି ବାନ୍ଧିଲେ ବିଜେଡି ନେତା । ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ । ତେବେ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ସହିତ ରାଜ ନାରାୟଣ ମହାପାତ୍ର, ସୁଜାତା ସାହୁ, ଶର୍ମିଷ୍ଠା ସେଠୀ ଏବଂ ବିଶ୍ୱ ମଲ୍ଲିକଙ୍କ ଭଳି ନେତା ସାମିଲ ହୋଇଛନ୍ତି । ତେବେ ଏକାଧିକ ବିଜେଡି ନେତାଙ୍କ ଏହି ବୈଠକ ସୌଜନ୍ୟମୂଳକ ନା ଏହା ପଛରେ ଅନ୍ୟ କିଛି ଗୁମର ଲୁଚିଛି, ସେନେଇ କୌଣସି ବି ସୂଚନା ମିଳିପାରିନି ।

ଆହୁରି ପଢନ୍ତୁ- Rayagada Collector: ସମୟାନୁବର୍ତ୍ତିତାର ପାଠ ପଢାଇଲେ ରାୟଗଡ଼ା ଜିଲ୍ଲାପାଳ: ଡେରିରେ ଆସିଥିବା ଅଧିକାରୀଙ୍କ ଉପରେ ଆକ୍ସନ ନେଲେ, ବାହାରେ ଛିଡ଼ା କରିଦେଲେ...

ତେବେ କିଛି ଦିନ ତଳେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ନେତା ବୈଠକ କରିବାକୁ ଚାହିଁଲେ ଦଳର କାର୍ଯ୍ୟାଳୟ ଶଙ୍ଖ ଭବନରେ ଏକାଠି ହୁଅନ୍ତୁ ଆଉ ସେହି ଜାଗାରେ ହିଁ ବୈଠକ କରନ୍ତୁ । ହେଲେ ତା ପରେ ମଧ୍ୟ ଦଳର ଏକାଧିକ ନେତା ଶଙ୍ଖ ଭବନ ବାହାରେ ମିଟିଂ କରୁଥିବା ନଜର ଆସିଛନ୍ତି । ଏହି କ୍ରମରେ ପ୍ରମିଳାଙ୍କ ଘରେ ବବି ଦାସଙ୍କ ସହିତ ଯାଜପୁର ବିଜେଡି ନେତା କାହିଁକି ଏକାଠି ହୋଇଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ?

ଆହୁରି ପଢନ୍ତୁ- Massive Fire: ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ନେଇଗଲା ସବୁକିଛି... ଜଳିଗଲା ଶତାଧିକ ଜୀବନ, ଘରଦ୍ବାର ସବୁ ପୋଡ଼ି ପାଉଁଶ...

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନ ଠାରୁ ଶଙ୍ଖ ଭବନର ଦୂରତା ମାତ୍ର କେଇ ହାତ ଦୂରରେ । ହେଲେ ତା ସତ୍ତ୍ୱେ ମଧ୍ୟ ଏହି ନେତାମାନେ କାହିଁକି ପ୍ରମିଳାଙ୍କ ଘରେ ଏକାଠି ହେଲେ, ତାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉନି । ଖାସ୍ କରି ଯାଜପୁର ବିଜେଡି ନେତାଙ୍କ ଏହି ମେଳିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe