Pollution: ପ୍ରଦୂଷଣ ବଢ଼ାଉଛି ଇଟାଭାଟି: ସହର ଜଗିଛନ୍ତି, ଉପକଣ୍ଠ ମେଲା

Advertisment

ଭୁବନେଶ୍ବରରେ ବାୟୁମଣ୍ଡଳ ପ୍ରଦୂଷଣ ମାତ୍ରା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି। ଏକ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ଅଧିକାଂଶ ସମୟ ୩ଶହରୁ ଖସୁନି। ସଂଧ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି।

ଭୁବନେଶ୍ବରରେ ବାୟୁମଣ୍ଡଳ ପ୍ରଦୂଷଣ ମାତ୍ରା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି। ଏକ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ଅଧିକାଂଶ ସମୟ ୩ଶହରୁ ଖସୁନି। ସଂଧ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି।

GJGJGJBCNBN

ଭୁବନେଶ୍ୱର: ଭୁବନେଶ୍ବରରେ ବାୟୁମଣ୍ଡଳ ପ୍ରଦୂଷଣ ମାତ୍ରା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି। ଏକ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ଅଧିକାଂଶ ସମୟ ୩ଶହରୁ ଖସୁନି। ସଂଧ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ପ୍ରଦୂଷଣମାତ୍ରା ଏତେ ବଢ଼ିଯାଇଛି ଯେ ରାତିରେ ଘନ କୁହୁଡ଼ିରେ ଯିବା କଷ୍ଟକର ହୋଇପଡ଼ୁଛି। ଏକ୍ୟୁଆଇ ଏତେ ଅଧିକ ରହିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ। ଦିଲ୍ଲୀ ଭଳି ସ୍ଥିତି ଉପୁଜିବା ଆଗରୁ ପ୍ରଦୂଷଣର ଏହି ଭୟାବହତାକୁ ରୋକିବାକୁ ଭୁବନେଶ୍ବର ମହାନଗର ନିଗମ ଅଣ୍ଟା ଭିଡ଼ିଛି ସତ, କିନ୍ତୁ ସେତେଟା ସଫଳ ହୋଇପାରିନି।

Good News: ତୁମୁଣିରେ ଘର ତୋଳିବାକୁ ନେଇ ଗାଁ ଏକତା

କାରଣ ସହରକୁ ଜଗିଥିବା ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଉପକଣ୍ଠ ଅଞ୍ଚଳକୁ ସଂପୂର୍ଣ୍ଣ ଅଣଦେଖା କରିଦେଇଛି। ଫଳସ୍ବରୂପ ଉପକଣ୍ଠ ଅଞ୍ଚଳରେ ମାଳମାଳ ବେଆଇନ୍‌ ଇଟାଭାଟି ଖୋଲିଛି ଓ ନିତି ଏଠାରେ ଇଟା ପୋଡ଼ାଯାଉଛି। ବାୟୁମଣ୍ଡଳର ଉଷ୍ମତା ଓ ପ୍ରଦୂଷଣ ବଢ଼ୁଥିବାରୁ ମାଟିଇଟା ତିଆରି ଓ ପୋଡ଼ିବାରେ ସରକାର କଟକଣା ଲଗାଇଛନ୍ତି। ବିଭିନ୍ନ ଶିଳ୍ପସଂସ୍ଥାରୁ ବାହାରୁଥିବା ପାଉଁଶରୁ ପ୍ରସ୍ତୁତ ଇଟା ନିର୍ମାଣ କାର୍ଯ୍ୟରେ ବ୍ୟବହାରକୁ ଗୁରୁତ୍ବ ଦେଇଛନ୍ତି। କିନ୍ତୁ ଏହି ନିୟମକୁ କେହି ମାନିବାକୁ ନାରାଜ। ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀକୁଳିଆ ଅଞ୍ଚଳରେ ବେଧଡ଼କ ଇଟାଭାଟି ପୋଡ଼ାଯାଉଛି। ବରିମୁଣ୍ଡ-ଗନ୍ଦରପୁର ରାସ୍ତା, କଲ୍ୟାଣପୁର ଆଦି ଅଞ୍ଚଳରେ ଏକାଧିକ ଇଟାଭାଟି ଚାଲିଛି। ଯେଉଁଥିରୁ  କଳାଧୂଆଁ ବାୟୁମଣ୍ଡଳକୁ ଛଡ଼ାଯାଉଛି। ଏହା ଉଭୟ ଦୈତ୍ୟନଗରୀ ଭୁବନେଶ୍ବର ଓ କଟକକୁ ଗୁରୁତର ପ୍ରଭାବିତ କରୁଛି। 

ଚାଲିଛି ମାଳମାଳ ବେଆଇନ୍‌ ଇଟାଭାଟି
ଅବାଧ ମାଟିଇଟା ପୋଡ଼ୁଛନ୍ତି, ଧୂଆଁ ଛାଡ଼ୁଛନ୍ତି
ଗ୍ରାମାଞ୍ଚଳରେ ଥିବାରୁ ହାତ ମାରୁନାହାନ୍ତି

କୁଆଖାଇ ନଦୀକୂଳିଆ ଅଞ୍ଚଳରେ ଭୁବ‌ନେଶ୍ବର ମହାନଗର ନିଗମ ୪ ନମ୍ବର ୱାର୍ଡକୁ ଲାଗି ଏକାଧିକ ସ୍ଥାନରେ ଚିମିନି ଇଟାଭାଟି ଖୋଲିଛି। ଏମାନେ ଇଟା ତିଆରି ପାଇଁ ନଦୀକୂଳକୁ ଖୋଳି ପ୍ରକୃତିକୁ ତ ଖିନ୍‌ଭିନ୍‌ କରୁଛନ୍ତି, ଏଥିସହ ମାଟି ଇଟାପୋଡ଼ି ଏହାର ଧୂଆଁକୁ ବାୟୁମଣ୍ଡଳକୁ ସିଧାସଳଖ ଛାଡ଼ୁଛନ୍ତି। ସମାନ ସ୍ଥିତି ନଖରା ଓ ଆଖପାଖ ଅଞ୍ଚଳରେ। ଯେହେତୁ ଏହା ଭୁବନେଶ୍ବର ଓ କଟକ ମହାନଗର ନିଗମର ମଧ୍ୟବର୍ତ୍ତୀ ଅଞ୍ଚଳରେ ରହୁଛି, ଏହି ଦୁଇ ମହାନଗର ନିଗମ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।  ଯାହାର ପୂର୍ଣ୍ଣ ଫାଇଦା ନେଉଛନ୍ତି, ଏଭଳି ଇଟାପୋଡ଼ି କରୁଥିବା ବ୍ୟକ୍ତିମାନେ। ଏଣୁ ଏହାର ଧୂଆଁ ଉଭୟ କଟକ ଓ ଭୁବନେଶ୍ବରର ବାୟୁମଣ୍ଡଳକୁ ପ୍ରଦୂଷଣ କରୁଛି। ଯେହେତୁ ଏହି ଅଞ୍ଚଳ ଭୁବନେଶ୍ବର ନିକଟବର୍ତ୍ତୀ, ଭୁବନେଶ୍ବର ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରୁଛି।

Mohan Charan Majhi: ଗଂଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେଲେ ରାଜ୍ୟ ସରକାର

ରାଜଧାନୀ ଉପକଣ୍ଠରେ ଓ ଅଧିକାରୀଙ୍କ ନାକ ତଳେ ଏଭଳି ବେଆଇନ୍‌ କାର୍ଯ୍ୟ ଚାଲିଥିଲେ ବି ରାଜସ୍ବ ବିଭାଗର ଅଧିକାରୀମାନେ ନିରବଦ୍ରଷ୍ଟା ସାଜିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଭୁବନେଶ୍ବର ମହାନଗର ନିଗମ ନିଜ ଅଞ୍ଚଳରେ ହୋଟେଲ୍‌ରେ କାଠ ଓ ଅଙ୍ଗାରରେ ରୋଷେଇବାସ, ଅଳିଆ, କାଠ ଆଦିରେ ନିଆଁ ଲଗାଇବା ସହ ନିର୍ମାଣ ସଂସ୍ଥା ଉପରେ କଟକଣା ଲଗାଇଛି। ସହରରେ ଧୂଳି ନ ଉଡ଼ିବା ପାଇଁ ପାଣି ସିଞ୍ଚନ କରୁଛି। ପୁରୁଣା ଭୁବନେଶ୍ବରରେ ବାୟୁମଣ୍ଡଳ ପ୍ରଦୂଷଣ ଅଧିକ ଥିବାରୁ ଏହି ଅଞ୍ଚଳ ଉପରେ ଅଧିକ ନଜର ଦେଉଛି। କିନ୍ତୁ ସହର ଉପକଣ୍ଠ ଅଞ୍ଚଳର ଏଭଳି ପ୍ରଦୂଷଣ ପ୍ରତି କାହାରି ନଜର ନାହିଁ। ରାଜ୍ୟ ସରକାର ଏ ଦିଗରେ ଗୁରୁତର ସହ ଚିନ୍ତାର କରିବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe