bustling capital city was hit by a cold snap Photograph: (sambad.in)
ଭୁବନେଶ୍ୱର :ରାଜଧାନୀ ଭୁବନେଶ୍ୱରର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୧୧.୯ ଡିଗ୍ରି ସେଲସିୟସକୁ ଖସି ଆସିଛି। ଗତ ତିନି ଦିନ ମଧ୍ୟରେ ରାଜଧାନୀ ତାପମାତ୍ରା ୩.୨ ଡିଗ୍ରି ସେଲସିୟସ ହ୍ରାସ ପାଇଛି। ଫଳରେ ଚଳଚଞ୍ଚଳ ଭୁବନେଶ୍ବରର ଜୀବନଯାତ୍ରା ଠପ୍ ହୋଇଯାଇଛି। ହାତଗୋଡ଼ କୋଲ ମାରିଯାଉଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରାଜଧାନୀ ଭୁବନେଶ୍ବରର ତାପମାତ୍ରା କମ୍ରାଗତ କମିବାରେ ଲkଗିଛି। ଡିସେମ୍ବର ୨୧ ତାରିଖରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୫.୧ ଡିଗ୍ରି ସେଲସିୟସଥିଲା। ଡିସେମ୍ବର ୨୨ ତାରିଖରେ ଏହା କମି ୧୩.୬ ଡିଗ୍ରି ସେଲସିୟସ ହୋଇଥିଲା। ସେହିପରି ଡିସେମ୍ବର ୨୩ ତାରିଖରେ ତାପମାତ୍ରା ୧୧.୯ ଡିଗ୍ରି ରେକର୍ଡ କରାଯାଇଛି।
ଆହୁରି ପଢ଼ନ୍ତୁ:Sulia Yatra: ସାମୁହିକ ବଳି ସହିତ ଶୁଲିଆ ଯାତ୍ରା ଆରମ୍ଭ
ଖ୍ରୀଷ୍ଟମାସଠାରୁ ଶୁଖିଲା, ଥଣ୍ଡା ଉତ୍ତର-ପଶ୍ଚିମ ପବନ
ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଖ୍ରୀଷ୍ଟମାସଠାରୁ ଶୁଖିଲା, ଥଣ୍ଡା ଉତ୍ତର-ପଶ୍ଚିମ ପବନ ବହିବା ସହିତ ରାଜଧାନୀର ତାପମାତ୍ରା ପୁଣି କମିବ।
ଏହା ସହିତ ଆର୍ଦ୍ରତାଯୁକ୍ତ ବାୟୁ ସଞ୍ଚାଳନ ଯୋଗୁ ଘନ କୁହୁଡ଼ି ବଢ଼ିବ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଘନ କୁହୁଡ଼ି ଦୃଶ୍ୟମାନତାକୁ ହ୍ରାସ କରି ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିପାରେ ବୋଲି ଆଇଏମଡି ସତର୍କ ସୂଚନା ଜାରି କରିଛି।
ଆଇଏମଡି ଅନୁଯାୟୀ, କୋରାପୁଟରେ ତାପମାତ୍ରା ଥଣ୍ଡା ୬.୩ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି। ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯଥେଷ୍ଟ କମ୍ ତାପମାତ୍ରା ଅନୁଭୂତ ହୋଇଛି, ଦାରିଙ୍ଗବାଡିରେ ୭ ଡିଗ୍ରି, ନବରଙ୍ଗପୁରରେ ୮ ଡିଗ୍ରି, ଫୁଲବାଣୀରେ ୮.୫ ଡିଗ୍ରି, ଝାରସୁଗୁଡାରେ ୯.୪ ଡିଗ୍ରି, ବୌଦ୍ଧରେ ୯.୫ ଡିଗ୍ରି, ଅନୁଗୁଳରେ ୯.୬ ଡିଗ୍ରି, ଭୁବନେଶ୍ୱରରେ ୧୧.୯ ଡିଗ୍ରି ଏବଂ କଟକରେ ୧୨.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।
ଡିସେମ୍ବର ୨୫ ରୁ ୨୭ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, ସମ୍ବଲପୁର ଏବଂ ସୋନପୁର ଭଳି ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଆଇଏମଡି ସତର୍କ କରିଛି।
ଆହୁରି ପଢ଼ନ୍ତୁ:RSS ହିନ୍ଦୁ ବିରୋଧୀ ନୁହେଁ, ମୋହନ ଭାଗବତ ଜଣେ ଭଲ ମଣିଷ : ବରେଲଭି
Follow Us