CBI vs CBI: ସିବିଆଇ ବନାମ ସିବିଆଇ: ନିଜ ଏଏସ୍ଆ‌ଇ ବିରୋଧରେ ମାମଲା ରୁଜୁ

Advertisment

ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ଓଡ଼ିଶାର କୋଇଲା ସମୃଦ୍ଧ ଅଞ୍ଚଳରେ ‘ସୁରକ୍ଷା ଏବଂ ଅସୁଲି’  ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ନିଜ ଏଏସ୍ଆ‌ଇଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲା ଏକ ବଡ଼ଧରଣର ଆପରାଧିକ ମେଣ୍ଟର ପର୍ଦ୍ଦାଫାସ କରିଛି....

ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ଓଡ଼ିଶାର କୋଇଲା ସମୃଦ୍ଧ ଅଞ୍ଚଳରେ ‘ସୁରକ୍ଷା ଏବଂ ଅସୁଲି’  ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ନିଜ ଏଏସ୍ଆ‌ଇଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲା ଏକ ବଡ଼ଧରଣର ଆପରାଧିକ ମେଣ୍ଟର ପର୍ଦ୍ଦାଫାସ କରିଛି....

Rampur Sub Area Manager caught by CBI while taking bribe of Rs. 20,000

cbi arrested another accused nitsh kumar from bihar Photograph: (sambad.in)

ଦେବାଶିଷ କବି
ସୁନ୍ଦରଗଡ଼: ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ଓଡ଼ିଶାର କୋଇଲା ସମୃଦ୍ଧ ଅଞ୍ଚଳରେ ‘ସୁରକ୍ଷା ଏବଂ ଅସୁଲି’  ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ନିଜ ଏଏସ୍ଆ‌ଇଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲା ଏକ ବଡ଼ଧରଣର ଆପରାଧିକ ମେଣ୍ଟର ପର୍ଦ୍ଦାଫାସ କରିଛି, ଯେଉଁଥିରେ ଜଣେ ସିବିଆଇ ଅଧିକାରୀ ‘ଅସୁଲିକାରୀଙ୍କଠାରୁ ଅସୁଲି’ ଆଦାୟ କରୁଥିଲେ। ସଂସ୍ଥା ଭିତରେ ଜଣେ ଗୁପ୍ତଚର ରଖିବା ସହିତ ଲାଞ୍ଚ ଟଙ୍କାକୁ ରଖିବା ପାଇଁ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲେ। ଅଭିଯୋଗ ଅନୁସାରେ, ସିବିଆଇ ଭୁବନେଶ୍ୱର ଶାଖାର ଏଏସ୍ଆ‌ଇ ପ୍ରଶାନ୍ତ ପଲେଇ ଓ ଏମ୍‌ସିଏଲ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ପ୍ରଚ୍ଛନ୍ନ ସହଯୋଗରେ ଏହି କାରବାର ଚାଲିଥିଲା। 

ASO Exam: ହାଇକୋର୍ଟ ଏଏସ୍‌ଓ ପରୀକ୍ଷା କେଳେଙ୍କାରୀ: ୧୪ କୋଟିର ଡିଲ୍‌, ୬ ଗିରଫ

ଶ୍ରୀ ସେଠୀ ଗର୍ଜନବାହାଲ ଖୋଲାମୁହଁ କୋଇଲା ଖଣିରେ ଘରୋଇ ପରିବହନକାରୀଙ୍କ ପାଇଁ କୋଇଲା ଗ୍ରେଡ୍ ଓ ଲୋଡିଂରେ ହେରଫେର କରୁଥିଲେ। ଏହି ବେଆଇନ କାରବା‌ରରେ ଆଇନଗତ ସୁରକ୍ଷା ଦେବାକୁ ଯାଇ ଏଏସ୍‌ଆଇ ଶ୍ରୀ ପଲେଇ, ଶ୍ରୀ ସେଠୀଙ୍କ ପାଖରୁ ଅର୍ଥ ନେଉଥିଲେ। ଶ୍ରୀ ପଲେଇଙ୍କ ନିର୍ଦ୍ଦେଶରେ ଶ୍ରୀ ସେଠୀ, ଶ୍ରୀକାନ୍ତ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କୁ ସିବିଆଇର ଡେପୁଟି ଏସ୍‌ପିଙ୍କ ପାଇଁ ଟାଇପିଷ୍ଟ ଭାବେ କାମ କରିବାକୁ ବ୍ୟବସ୍ଥା କରିଥିଲେ। ଏହି ‘ଛଦ୍ମ କର୍ମଚାରୀ’ଙ୍କ ମାସିକ ୨୫,୦୦୦ ଟଙ୍କା ଦରମା ଏକ ଘରୋଇ କମ୍ପାନି ଦ୍ୱାରା ପ୍ରଦାନ କରାଯାଉଥିଲା। ସେ ସିବିଆଇର ଆଣ୍ଟି-କରପ୍‌ସନ୍ ବ୍ରାଞ୍ଚ ଅଫିସ ଭିତରର ସମସ୍ତ ଖବର ଜଣାଉଥିଲେ। ଗତବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଲାଞ୍ଚ ଟଙ୍କା କାରବାର ପଲେଇଙ୍କ ପରିବାର ଲୋକଙ୍କ ଆକାଉଣ୍ଟ ମାଧ୍ୟମରେ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଅନୁସାରେ, ଗତ ଜୁଲାଇ ୧୭ ତାରିଖରେ ପଲେଇଙ୍କ ପୁଅ ସତ୍ୟପ୍ରକାଶ ପଲେଇଙ୍କ ଏସ୍‌ବିଆଇ ଆକାଉଣ୍ଟରେ ଲକ୍ଷେ ଟଙ୍କା ଜମା ହୋଇଥିଲା। ପରେ ପୁଅର ଏହି ଆକାଉଣ୍ଟରୁ ପତ୍ନୀ ସ୍ବର୍ଣ୍ଣଲତା ପଲେଇଙ୍କ ଆକାଉଣ୍ଟକୁ ୭ ହଜାର ଟଙ୍କା ପଠାଯାଇଥିଲା। ସେହିପରି ଫାଇନାନ୍‌ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ର ନଜରରୁ ବଞ୍ଚିବା ପାଇଁ ସେପ୍ଟେମ୍ବର ମାସରେ ଏମ୍‌ସିଏଲର ଜଣେ କନିଷ୍ଠ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଆଉ ୧ ଲକ୍ଷ ଟଙ୍କା ପଠାଯାଇଥିଲା। ଏତଲାରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଏମ୍‌ସିଏଲ ପକ୍ଷରୁ ଶ୍ରୀ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ କଲାବେଳେ ପଲେଇ ନିଜର ସିବିଆଇ କ୍ଷମତା ବ୍ୟବହାର କରି ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ଭୟ ଦେଖାଇଥିଲେ। ଫଳରେ ଶ୍ରୀ ସେଠୀ ଲାଭଜନକ ପଦବିରେ ଅବସ୍ଥାପିତ ରହିବା ଦ୍ବାରା ତାହା ଶ୍ରୀ ପଲେଇଙ୍କୁ ସୁହାଉଥିଲା। 

Police Investigation: ଏଯାଏଁ ଅନ୍ଧାରରେ ‘ପୁଲିସ ତଦନ୍ତ ପାଣ୍ଠି’: ହତ୍ୟାକାଣ୍ଡ ପାଇଁ ୨୫ ହଜାର, ଦୁଷ୍କର୍ମ ପାଇଁ ୩୭ ହଜାର, ସାଇବର ଅପରାଧ ପାଇଁ ୪୫ ହଜାର

କେବଳ ସେତିକି ନୁହେଁ, ଶ୍ରୀ ପଲେଇ ଏମ୍‌ସିଏଲ କ୍ୟାଟରିଂ ଓ ଗେଷ୍ଟହାଉସ ଟେଣ୍ଡରର ଗୁପ୍ତ ତଥ୍ୟ ମାଗିଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହାକୁ ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟାକୁ ଏଡ଼ାଇବା ପାଇଁ ହ୍ୱାଟସ୍ ଆପ୍ ମାଧ୍ୟମରେ ନିଜ ପସନ୍ଦର କଣ୍ଟ୍ରାକ୍ଟରମାନଙ୍କୁ ତଥ୍ୟ ଲିକ୍ କରାଯାଇଥିଲା। ଭାରତୀୟ ନ୍ୟାୟ ସଂହିତା ୨୦୨୩ ଧାରାର ୬୧(୨), ୩୧୮ (୪) ଓ ଦୁର୍ନୀତି ନିବାରଣ ଅଧିନିୟମ ଅନୁଯାୟୀ ରୁଜୁ ହୋଇଥିବା ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ନୂଆଦିଲ୍ଲୀ ୟୁନିଟ୍‌ର ଡେପୁଟି ଏସ୍‌ପି ଅମିତ କୁମାର ଦ୍ୱିବେଦୀଙ୍କୁ ଦାୟିତ୍ୱ ଦିଆଯାଇଛି। ସିବିଆଇ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରିବା ସହ ଭୁବନେଶ୍ୱର, ରାଉରକେଲା ଏବଂ ବ୍ରହ୍ମପୁରର ଏକାଧିକ ସ୍ଥାନରେ ଚଢ଼ାଉ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe