MLAs salary and allowances: ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଲ୍‌କୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ମାମଲା ଖାରଜ

Advertisment

ବିଧାୟକଙ୍କ ଦରମା‌ ଓ ଭତ୍ତା ବୃଦ୍ଧି ପ୍ରସଙ୍ଗକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜ‌ଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ....

ବିଧାୟକଙ୍କ ଦରମା‌ ଓ ଭତ୍ତା ବୃଦ୍ଧି ପ୍ରସଙ୍ଗକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜ‌ଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ....

high court22

କଟକ: ବିଧାୟକଙ୍କ ଦରମା‌ ଓ ଭତ୍ତା ବୃଦ୍ଧି ପ୍ରସଙ୍ଗକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜ‌ଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଜନସ୍ବାର୍ଥ ଆବେଦନର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଥିଲା। ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ବିଧାନସଭାରେ ପାରିତ ‌ହୋଇଥିବା ବିଲ୍‌କୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି। ବିଧାନସଭାରେ ପାରିତ ବିଲ୍‌ ରାଜ୍ୟପାଳଙ୍କ ସ୍ବୀକୃତି ପାଇବା ପରେ ଆଇନରେ ପରିଣତ ହୋଇଥାଏ। 

Orissa HC: ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୫ରେ ଖୋଲିବ, ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ

ଏହି କ୍ଷେତ୍ରରେ ବିଧାନସଭା‌ରେ ପାରିତ ବିଲ୍‌କୁ ବିରୋଧ କରି ମାମଲା ଦାୟର କରାଯାଇଥିବାରୁ ଏହା ଗ୍ରହଣୀୟ ନୁହେଁ। ଅପରିପକ୍ବ ସ୍ଥିତିରେ ଏ ସଂପର୍କିତ ଆବେଦନ ଦାୟର କରାଯାଇଥିବାରୁ ଏହାକୁ ଖାରଜ କରାଯାଉ ବୋଲି ଆଡଭୋକେଟ୍‌ ଜେନେରାଲ୍‌ ଦର୍ଶାଇଥିଲେ। ଏଥି ସହିତ ଏଭଳି ଯୁକ୍ତି ସପକ୍ଷରେ ସୁପ୍ରିମକୋର୍ଟ ଓ ଆହ୍ଲାବାଦ ହାଇକୋର୍ଟଙ୍କ ରାୟର ନଜିର ଆଡଭୋକେଟ୍‌ ଜେନେରାଲ୍‌ ଉପସ୍ଥାପନ କରିଥିଲେ। ଏହାପରେ ହାଇକୋର୍ଟ ଏ ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ଏଥି ସହିତ ଆଇନଜୀବୀ କବିତା ପାତ୍ରଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟଙ୍କୁ ଏଜିଏ ଦେବାଶିଷ ତ୍ରିପାଠୀ, ଏଏସ୍‌ସି ଐଶ୍ବର୍ଯ୍ୟା ଦାଶ ସହାୟତା କରୁଥିବା ବେଳେ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ମାମଲା ପରିଚାଳନା କରୁଥିଲେ।

Shivraj Singh: ଭିବି-ଜୀ ରାମ ଜୀ-୨୦୨୫ ଅଧିନିୟମ ଗ୍ରାମୀଣ ରୋଜଗାରକୁ ବଢ଼ାଇବା ପାଇଁ ବଡ଼ ଲକ୍ଷ୍ୟ ରଖିଛି: କେନ୍ଦ୍ରମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe