CM Condolence: କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କଟକ ସହରର ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିବା ନେଇ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Mohan Majhi1

CM Mohan Majhi grief on Cuttack building collapsed. Photograph: (sambad.in)

ଭୁବନେଶ୍ବର: କଟକ ସହରର ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିବା ନେଇ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସିଏମ୍‌ଓ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରାଯାଇ କୁହାଯାଇଛି ଯେ, କଟକରେ ଘଟିଥିବା ଏକ ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୩ଜଣ (ଅବଦୁଲ ମୁଜାହିଦ, ଅବଦୁଲ ଜାହିଦ ଓ ଅବଦୁଲ ଜଲିଲ) ଙ୍କର ପ୍ରାଣହାନୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ସମସ୍ତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସାର ସୁବନ୍ଦୋବସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି।

ଆହୁରି ପଢ଼ନ୍ତୁ: DSP Deepti Sharma: ଦୀପ୍ତିଙ୍କ ଦବଙ୍ଗଗିରି: ଖାଲି ପଡ଼ିଆରେ ନୁହେଁ ପୁଲିସରେ ବି ଚାଲେ… ଜାଣନ୍ତୁ କେଉଁଠି ଡିଏସପି ଅଛନ୍ତି ସ୍ପିନ୍ କୁଇନ୍ ଦୀପ୍ତି ଶର୍ମା ?

ଚାପି ହୋଇଗଲେ ପରିବାର

କମିସନରେଟ୍‌ ପୁଲିସ କହିଛି, ଆଜି ଅପରାହ୍‌ଣ ୪ଟା ୪୫ରେ ମଣିସାହୁ ଛକ ନିକଟରେ ଥିବା ଏକ ଆପାଟ୍‌ମେଣ୍ଟର ଅଂଶବିଶେଷ ଭୁଶୁଡ଼ିଥିଲା। ଭୁଶୁଡ଼ିଥିବା ଛାତର ଅଂଶବିଶେଷ ନିକଟରେ ଥିବା ବସ୍ତିର ଘର ଉପରେ ପଡ଼ିଥିଲା। ଫଳରେ ଯେଉଁ ଛୋଟ ଘରେ ଅବଶେଷ ପଡ଼ିଥିଲା, ସେଠାରେ ଏକ ପରିବାର ରହୁଥିଲେ। ଦୁର୍ଘଟଣା ସଂପର୍କିତ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ। ସ୍ବାମୀ,ସ୍ତ୍ରୀ, ଜଣେ ମହିଳା ଓ ଦୁଇ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବାପା, ମା’ ଓ ଜଣେ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  

ଆହୁରି ପଢ଼ନ୍ତୁ: World Cup Trophy With Father: ବିଶ୍ବକପ୍ ବିଜୟ ଓ ବାପାଙ୍କ ଖୁସି: ନିଜ ପିଲାଙ୍କ ସ୍ବପ୍ନ ଓ ସଫଳତାରେ ବିଭୋର ହେଲେ, ବିଶ୍ବକପ୍ ଧରି ଧୂମ୍ ନାଚିଲେ…

ଶୋକାକୁଳ ପରିବେଶ

କଟକ ସହରରେ ଐତିହାସିକ ବାଲିଯାତ୍ରା ଗତ ୫ ତାରିଖ ଠାରୁ ଆରମ୍ଭ ହୋଇ ଏହା ଏବେ ଜାରି ରହିଛି। ମହାନଦୀ କୂଳରେ ଆୟୋଜିତ ଏହି ଯାତ୍ରାରେ ଲକ୍ଷାଧିକ ଲୋକ ଉତ୍ସାହର ସହିତ ଅଂଶଗ୍ରହଣ କରୁଛନ୍ତି। ଅନ୍ୟପଟରେ ସହରରେ ଆଜି ସନ୍ଧ୍ୟାରେ ଘଟିଥିବା ଅପ୍ରୀତିକର ଘଟଣା ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe