ଭୁବନେଶ୍ୱର: ଆମ ସରକାର ହେଉଛି ଲୋକଙ୍କ ସରକାର। ଆମ ପାଇଁ ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର। ତେଣୁ ସରକାରଙ୍କ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟା ଏବେ ସଚିବାଳୟରୁ ବାହାରି ଲୋକଙ୍କ ପାଖକୁ ଯାଇଛି। ଜନସାଧାରଣଙ୍କ ଠାରୁ ସେମାନଙ୍କ ବହୁମୂଲ୍ୟ ମତାମତ ଆହ୍ୱାନ କରି ଅନୁଧ୍ୟାନ ଓ ତର୍ଜମା ପରେ ବଜେଟ୍ରେ ସ୍ଥାନିତ କରାଯାଉଛି। ଏ ସବୁ ଦୃଷ୍ଟିରୁ ‘ଲୋକଙ୍କ ବଜେଟ୍’ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍ଭେନସନ୍ ହଲ୍ଠାରେ ଆୟୋଜିତ ପ୍ରାକ୍ ବଜେଟ୍ ପରାମର୍ଶ ସଭା ବୈଠକରେ କହିଛନ୍ତି। ନିକଟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଜନମତରୁ ସଂଗ୍ରହ କରାଯାଇଥିଲା। ଆହୁରି ମଧ୍ୟ ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ଶ୍ରୀ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ, କଟକ-ଭୁବନେଶ୍ୱର-ପାରାଦୀପ-ପୁରୀ ଅର୍ଥନୈତିକ କରିଡର ପରିକଳ୍ପନା ଜନମତରୁ ଆସିଛି। ଜନମତ ଆଧାରରେ ନୀତି, ଯୋଜନା କାର୍ଯ୍ୟକ୍ରମରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ କରାଯାଉଛି। ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ଘୋଷଣାକୁ ନେଇ ସମସ୍ତଙ୍କଠୁ ସୁଚିନ୍ତିତ ମତାମତ ଓ ପରାମର୍ଶ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ।
Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଖ ଦୂର ହେଉନି
ବିଭିନ୍ନ କ୍ଷେତ୍ରର ୫୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞ ଯୋଗଦେଲେ
‘ଲୋକଙ୍କ ବଜେଟ୍’ ପ୍ରସ୍ତୁତ ହେବ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ, ରୋଜଗାର ସୃଷ୍ଟି ଓ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିଛି। କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଓ ରାଜ୍ୟ ସରକାରଙ୍କ ଦ୍ବାରା ମହିଳା ଓ କୃଷକମାନଙ୍କ ଲାଗି ନିଆଯାଉଥିବା ପଦକ୍ଷେପ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଚଳଚଞ୍ଚଳ କରିଛି। ୨୦୨୬-୨୭ରେ ମଧ୍ୟ କେନ୍ଦ୍ର ବଜେଟ୍ରେ ମଧ୍ୟ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରାଯାଇଛି। ୨୦୨୬-୨୭ ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ୱେବ୍ ପୋର୍ଟାଲ୍, ଇ-ମେଲ୍, ଏସ୍ଏମ୍ଏସ୍, ହ୍ବାଟସ୍ଆପ୍ ଜରିଆରେ ବହୁ ସୁଚିନ୍ତିତ ମତାମତ ଆସିବାରେ ଲାଗିଛି। ଆଜି ବୈଠକରେ ଯେଉଁସବୁ ସୁଚିନ୍ତିତ ପରାମର୍ଶ ମିଳିଛି, ବିଭାଗ ତାକୁ ରେକର୍ଡ କରି ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
Horoscope 2026 February 06 : ଜାଣନ୍ତୁ ଆଜିର ରାଶିଫଳ
ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥ ସଚିବ ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ, ଏ.କେ. ତ୍ରିପାଠୀ, ଆର୍. ଏନ୍. ସେନାପତି, ଓଡ଼ିଶା ବ୍ୟବସାୟୀ ମହାସଂଘ, ଓଡ଼ିଶା ଯୁବ ଉଦ୍ୟୋଗୀ ସଂଘ, ଏନ୍ଜିଓ ସଦସ୍ୟ, ଫିନ୍ଟେକ୍ର ସିଇଓ, ବରିଷ୍ଠ ରାଜନେତା ସାରଦା ଶତପଥୀ, ସଜ୍ଜନ ଶର୍ମା, ମନୋଜ ମହାପାତ୍ରଙ୍କ ସମେତ ବିଭିନ୍ନ କ୍ଷେତ୍ରର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ବତ ମିଶ୍ର, ଅର୍ଥ ସଚିବ ସଞ୍ଜୀବ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Follow Us