ଭୁବନେଶ୍ବର: ଗୋମାତାଙ୍କ ଚୋରା ଚାଲାଣ କରୁଥିବା ମାଫିଆମାନଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୪ ଦିନ ତଳେ କେନ୍ଦୁଝର ଜିଲ୍ଲାରୁ ଗୋ-ମାଫିଆଙ୍କ ଉପରେ ଚଢ଼ଉ ଆରମ୍ଭ ହୋଇଛି। କେନ୍ଦୁଝର ସମେତ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାରେ ଏକକାଳୀନ ଚଢ଼ଉ ହେବା ଦ୍ବାରା ମାଫିଆଙ୍କଠାରୁ ପ୍ରଚୁର ସମ୍ପତ୍ତି ଠାବ ହୋଇଛି। ଦୁଇ କୋଟି ନଗଦ ଟଙ୍କା ସହ ଏକ କେଜି ସୁନା, ୩ କେଜି ରୁପା ଜବତ ହୋଇଛି। ଗୋ-ମାଫିଆଙ୍କଠାରୁ ୧୦୦ କୋଟି ଟଙ୍କାର ସମ୍ପତ୍ତି ବାହାରିଥିବାବେଳେ ୧୪ ଜଣ ମାଫିଆ ଏବେ ଜେଲ୍ ଭିତରକୁ ଯାଇଛନ୍ତି। ଆଗକୁ ଏଭଳି ଚଢ଼ଉ ଜାରି ରହିବ। ଗୋମାତାଙ୍କ ସୁରକ୍ଷା ପାଇଁ ଆମ ସରକାର ବଦ୍ଧପରିକର। ଗୋମାତାଙ୍କ ଚୋରାଚାଲାଣ କାର୍ଯ୍ୟରୁ ବିରତ ରୁହନ୍ତୁ। ଅନ୍ୟଥା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Good News: ଅସହାୟ ବୃଦ୍ଧଙ୍କ ଶବଦାହ କରି ମାନବିକତାର ପରିଚୟ ଦେଲେ ସ୍ବେଚ୍ଛାସେବୀ
ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ମଞ୍ଚରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଢଙ୍ଗରେ ଗୋ-ମାଫିଆମାନଙ୍କୁ ଚେତାବନୀ ଦେଇଛନ୍ତି। ସେ ଆହୁରି କହିଲେ, ଯଦି ଗୋମାତାର ସୁରକ୍ଷା ଓ ଅଧିକ ସେବାଯତ୍ନ କରିବା ତେବେ ଯାଇ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ିପାରିବ। ସେଥିପାଇଁ ଅଧିକରୁ ଅଧିକ ଗୋଶାଳା ନିର୍ମାଣ, ଅସହାୟ ବୁଲା ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ଓ ପରିଚାଳନା କରିବାକୁ ଗୁରୁତ୍ବ ଦିଆଯାଉଛି। ରାଜ୍ୟର ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୯୨% ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଗାମୀ ଦିନରେ ଜମି ହୋଲ୍ଡିଂ ଆହୁରି କମିଯିବ। ତେଣୁ କୃଷି ସହିତ ମାଛଚାଷ, ଗୋପାଳନ, ପ୍ରାଣୀ ପାଳନ କରିବା ଉଚିତ। ରାଜ୍ୟ ସରକାର ୧୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଦେଢ଼ବର୍ଷ ଭିତରେ ରାଜ୍ୟରେ ୧.୩୫ ଲକ୍ଷ ଲିଟର ଅଧିକ ଦୁଗ୍ଧ ଉତ୍ପାଦନ ହେଉଛି। ଏହା ମାଧ୍ୟମରେ ୪.୭୩ ଲକ୍ଷ ହିତାଧିକାରୀଙ୍କୁ ୨୬୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଥି ସହିତ ଦୁଗ୍ଧ ବ୍ୟବସାୟୀଙ୍କ ପାଇଁ ଓମ୍ଫେଡ୍ ପକ୍ଷରୁ ଲିଟର ପିଛା ୨ ଟଙ୍କା ଅଧିକ ସହାୟତା ଦିଆଯାଉଛି। କେବଳ ମାଈ ବାଛୁରୀ ଜନ୍ମ ପାଇଁ ଲିଙ୍ଗ ନିରୂପିତ ଶୁକ୍ରାଣୁ ମାଧ୍ୟମରେ କୃତ୍ରିମ ପ୍ରଜନନ ଯୋଜନା ଆରମ୍ଭ ହୋଇଛି। ଏହା ମାଧ୍ୟମରେ ରାଜ୍ୟର ୨.୩୦ ଲକ୍ଷ ଗୋପାଳକ ଉପକୃତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
କେଜିଏ ସୁନା, ୩ କେଜି ରୁପା,୨ କୋଟି ଜବତ ହେଲାଣି
ଜେଲ୍ ଗଲେଣି ୫ ଜିଲ୍ଲାର ୧୪ ଗୋ-ମାଫିଆ
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଗାମୀ ଦିନରେ ଗୋସମ୍ପଦ ଓ ଗୋମାତାର ସୁରକ୍ଷା ପାଇଁ ରାଜ୍ୟରେ ଯେ କୌଣସି ସ୍ଥାନରେ ଗୋଶାଳା ନିର୍ମାଣ ହେବ, ସେଥିପାଇଁ ରାଜସ୍ୱ ବିଭାଗ ଜମି ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରାଜ୍ୟରେ ଦୁଗ୍ଧ ବିପ୍ଲବରେ ଏକ ନୂଆ ଦିଗନ୍ତ ଆଣିଛି। ଚାଷୀମାନଙ୍କୁ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ର ସମ୍ପର୍କରେ ଅଧିକ ସଚେତନ କରିବାକୁ ୩୧୪ ବ୍ଲକ୍ ଓ ୩୦ ଜିଲ୍ଲାରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମେଳା ଆୟୋଜନ ହୋଇଥିଲା।
Education: ’ଶିକ୍ଷାକ୍ଷେତ୍ରରେ ନବରଙ୍ଗପୁର ଆଗାମୀ ଦିନରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ’
ଏ କ୍ଷେତ୍ରର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣଠାରୁ ଆରମ୍ଭ କରି ଚାଷୀମାନଙ୍କୁ ସହାୟତା ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ, ଅନୁଗୁଳର ଦିଲ୍ଲୀପ ପ୍ରଧାନଙ୍କୁ ଗୋପାଳରତ୍ନ ସମ୍ମାନ ଓ ଯାଜପୁରର ସୁକାନ୍ତ କୁମାର ବିଶ୍ୱାଳଙ୍କୁ ନାଟିଭ୍ ବ୍ରେଡ୍ କନ୍ଜର୍ଭେସନ୍ ପୁରସ୍କାର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ୬ଜଣ ଏବଂ ପ୍ରାଣୀ ପାଳନ କ୍ଷେତ୍ରରେ ୬ ଜଣ ଶ୍ରେଷ୍ଠ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା।
Follow Us