Choudwar Jail tender in doubt: ସନ୍ଦେହରେ ଚୌଦ୍ବାର ଜେଲ୍‌ ଟେଣ୍ଡର: ଆର୍ଥିକ ବିଡ୍ ଖୋଲିବା ପୂର୍ବରୁ ତାଲିକା ପ୍ରଘଟ!

Advertisment

ଚୌଦ୍ବାର ସର୍କଲ ଜେଲ୍‌ରେ କଏଦୀଙ୍କ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ହୋଇଛି। ଆର୍ଥିକ ବିଡ୍‌ ଖୋଲିବା ପୂର୍ବରୁ ଚୂଡ଼ାନ୍ତ ବିଡର୍‌ଙ୍କ ତାଲିକା ପ୍ରଘଟ ହୋଇଯାଇଛି।

ଚୌଦ୍ବାର ସର୍କଲ ଜେଲ୍‌ରେ କଏଦୀଙ୍କ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ହୋଇଛି। ଆର୍ଥିକ ବିଡ୍‌ ଖୋଲିବା ପୂର୍ବରୁ ଚୂଡ଼ାନ୍ତ ବିଡର୍‌ଙ୍କ ତାଲିକା ପ୍ରଘଟ ହୋଇଯାଇଛି।

jail cuttack

କଟକ: ଚୌଦ୍ବାର ସର୍କଲ ଜେଲ୍‌ରେ କଏଦୀଙ୍କ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ହୋଇଛି। ଆର୍ଥିକ ବିଡ୍‌ ଖୋଲିବା ପୂର୍ବରୁ ଚୂଡ଼ାନ୍ତ ବିଡର୍‌ଙ୍କ ତାଲିକା ପ୍ରଘଟ ହୋଇଯାଇଛି। ଟେଣ୍ଡର ଫିକ୍ସିଂ ଅଭିଯୋଗ କରି କେତେକ ବିଡର୍‌ କଟକ ଏଡିଏମ୍‌ଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି। ପୂର୍ବରୁ ଜେଲ୍‌ରେ କଏଦୀଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ପରିମଳ ବ୍ୟବସ୍ଥାରେ ବ୍ୟବହାର ହେଉଥିବା ସାମଗ୍ରୀଗୁଡ଼ିକ ସ୍ଥାନୀୟ ଅଞ୍ଚଳରୁ କିଣାଯାଉଥିଲା। ଜେଲ୍ ବିଭାଗ ଚଳିତ ବର୍ଷ ଟେଣ୍ଡର ମାଧ୍ୟମରେ ଏହାକୁ କିଣିବାକୁ ପଦକ୍ଷେପ ନେଇଥିଲା। ଆବଶ୍ୟକ ସାମଗ୍ରୀ ସମ୍ପର୍କରେ ରିକ୍ୟୁଜିସନ୍ ମାଗିବା ପରେ ମୋଟ ୧୫୧ ସାମଗ୍ରୀର ତାଲିକା ପ୍ରସ୍ତୁତ ହୋଇଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି ଜେଲ୍ ବିଭାଗ ପକ୍ଷରୁ ୨୦୨୫ ନଭେମ୍ବର ୩୦ରେ ପ୍ରକାଶ ପାଇଥିଲା। ସର୍ତ୍ତ ଅନୁଯାୟୀ, ବର୍ଷକ ପାଇଁ ହେବାକୁ ଥିବା ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହୀ ସଂସ୍ଥା ବୈଷୟିକ ବିଡ୍ ପାଇଁ ଏକ ପଞ୍ଜୀକରଣ ଆବେଦନ ୨୦୨୫ ଡିସେମ୍ବର ୨୯ ସୁଦ୍ଧା ଦାଖଲ କରିଥିଲେ। ସର୍ବନିମ୍ନ ୨୫ ପ୍ରତିଶତ ସାମଗ୍ରୀ ପାଇଁ ସେମାନେ ଆବେଦନ କରିଥିବା ବେଳେ ବୈଷୟିକ ବିଡ୍ ପାଇଁ ଏକ ମୂଲ୍ୟାଙ୍କନ କମିଟି ଗଠନ କରାଯାଇଥିଲା। ଏହି କମିଟି ଆବେଦନ ଯାଞ୍ଚ କରିବା ପରେ ଯେଉଁମାନେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ଟେଣ୍ଡର ପେପର୍ ଦିଆଯାଇଥିଲା। ପରେ ଆର୍ଥିକ ବିଡ୍‌ରେ ସର୍ବନିମ୍ନ ଦେୟ ଦେଇଥିବା ବିଡରଙ୍କୁ ଡକାଯାଇ ସାମଗ୍ରୀ ଯୋଗାଣ ପାଇଁ ଅନୁମତି ଦେବାର ବ୍ୟବସ୍ଥା ଥିଲା।

Tender fixing ban lifted: ଟେଣ୍ଡର ଫିକ୍ସିଂ ବାଟ ମୁକୁଳା: କାହା ସ୍ବାର୍ଥରେ‘-୧୪.୯୯%’ ବିଡିଂ ନିୟମ ହଟିଲା?

ଏଡିଏମ୍‌ଙ୍କ ନିକଟରେ ବିଡର୍‌ଙ୍କ ଅଭିଯୋଗ

କିନ୍ତୁ ଚୌଦ୍ବାର ସର୍କଲ ଜେଲ୍‌ରେ ଏହି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଛି। ଏହି ଟେଣ୍ଡର ପ୍ରକ୍ରିୟାରେ ୩୦ ଜଣ ଆବେଦନ କରିଥିଲେ। ସେଥିରୁ ବୈଷୟିକ କମିଟି ଦ୍ବାରା ୧୭ ଜଣ ଚୟନ ହୋଇଥିଲେ। ଫେବ୍ରୁଆରି ୪ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଆର୍ଥିକ ବିଡ୍ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ୬ ତାରିଖରେ ଆର୍ଥିକ ବିଡ୍‌ ଖୋଲିବାର ଥିଲା। ତେଣୁ ସମସ୍ତେ ଏହି ଆର୍ଥିକ ବିଡ୍‌ରେ ସାମଗ୍ରୀର ଦେୟ ସମ୍ପର୍କିତ କାଗଜପତ୍ର ଦାଖଲ କରିଥିଲେ। ୬ ତାରିଖରେ କଟକ ଏଡିଏମ୍‌ଙ୍କ ଅଧ୍ୟକ୍ଷତାରେ ଖୋଲିବାକୁ ଥିବା ଏହି ବିଡ୍ ପୂର୍ବରୁ କିଏ କେଉଁ ସାମଗ୍ରୀ ପାଇଁ ବିଡ୍‌ କରିଛନ୍ତି, ଏ ନେଇ ତଥ୍ୟ ପ୍ରଘଟ ହୋଇଥିବା କୁହାଯାଉଛି। ପୂର୍ବଥର ଯେଉଁ ଠିକାଦାର ଯେଉଁ ସାମଗ୍ରୀ ଦେଇଥିଲେ ଏଥର ବି ସମାନ ସାମଗ୍ରୀର ଟେଣ୍ଡର ପାଇବାର ମସୁଧା କରାଯାଇଛି। ଅନ୍ୟପଟେ ୧୫୧ ସାମଗ୍ରୀ ବଦଳରେ ୧୦୭ଟି ପାଇଁ ଟେଣ୍ଡର ହୋଇଛି। ଅବଶିଷ୍ଟ ୪୪ ସାମଗ୍ରୀ ପାଇଁ ଟେଣ୍ଡର କରା ନଯାଇ ସ୍ଥାନୀୟ ଅଞ୍ଚଳରୁ କିଣିବା ପାଇଁ ଷଡ୍‌ଯନ୍ତ୍ର କରାଯାଉଥିବା ଅଭିଯୋଗ ହେଉଛି। ଏହି ଘଟଣାର ତଦନ୍ତ ହେଲେ ଟେଣ୍ଡର ସଂକ୍ରାନ୍ତ ଅନେକ ତଥ୍ୟ ସାମନାକୁ ଆସିବ ବୋଲି କୁହାଯାଉଛି।

Mamata defends herself in Supreme Court: ସୁପ୍ରିମକୋର୍ଟରେ ନିଜେ ପକ୍ଷ ରଖିଲେ ମମତା: ‘ନ୍ୟାୟ’ କବାଟ ପଛରେ କାନ୍ଦୁଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe