Advertisment

Chromite mine: ଶହେ ବର୍ଷରେ ସରିଯିବ କ୍ରୋମାଇଟ୍‌: ପାଞ୍ଚ ଦଶନ୍ଧିରେ ସାରିଦେବେ, ୨୦୮୦ ବେଳକୁ ଦେଖିବାକୁ ମିଳିବନି ଲୁହାପଥର

Advertisment

ଦେଶର ଏକତୃତୀୟାଂଶ ଲୁହାପଥର ଓଡ଼ିଶାରେ ଗଛିତ ଅଛି। ହେଲେ ରାଜ୍ୟରୁ ଏବେ ଯେଉଁ ହାରରେ ଲୁହାପଥର ଉତ୍ତୋଳନ ହେଉଛି, ଅତିବେଶିରେ ଆଉ ପାଞ୍ଚ ଦଶନ୍ଧି ପରେ ରାଜ୍ୟର ମାଟିତଳେ ଆଉ ଲୁହାପଥର ନ ଥିବ।

ଦେଶର ଏକତୃତୀୟାଂଶ ଲୁହାପଥର ଓଡ଼ିଶାରେ ଗଛିତ ଅଛି। ହେଲେ ରାଜ୍ୟରୁ ଏବେ ଯେଉଁ ହାରରେ ଲୁହାପଥର ଉତ୍ତୋଳନ ହେଉଛି, ଅତିବେଶିରେ ଆଉ ପାଞ୍ଚ ଦଶନ୍ଧି ପରେ ରାଜ୍ୟର ମାଟିତଳେ ଆଉ ଲୁହାପଥର ନ ଥିବ।

mine

କପିଳେନ୍ଦ୍ର ପ୍ରଧାନ
ଅନୁଗୁଳ: ଦେଶର ଏକତୃତୀୟାଂଶ ଲୁହାପଥର ଓଡ଼ିଶାରେ ଗଛିତ ଅଛି। ହେଲେ ରାଜ୍ୟରୁ ଏବେ ଯେଉଁ ହାରରେ ଲୁହାପଥର ଉତ୍ତୋଳନ ହେଉଛି, ଅତିବେଶିରେ ଆଉ ପାଞ୍ଚ ଦଶନ୍ଧି ପରେ ରାଜ୍ୟର ମାଟିତଳେ ଆଉ ଲୁହାପଥର ନ ଥିବ। ଲୁହାପଥରଶୂନ୍ୟ ହୋଇଯିବ ଓଡ଼ିଶା। ୨୦୮୦ ମସିହା ବେଳକୁ ଲୁହାପଥର ଦେଖିବାକୁ ମିଳିବନି। ରାଜ୍ୟ ସରକାରଙ୍କ ପକ୍ଷରୁ  ସଦ୍ୟପ୍ରକାଶିତ ଓଡ଼ିଶା ଅର୍ଥ‌ନୈତିକ ସର୍ଭେ ରିପୋର୍ଟରୁ ମିଳିଛି ଏମିତି ଆଖିତରାଟି ଦେଲାଭଳି ତଥ୍ୟ।

Arrest: ଆସିକା ପୋଲିସ ଉପଖଣ୍ଡରେ ଅପରେସନ ସାଇବର କବଚ ଅଧୀନରେ ୯ ଗିରଫ

ବିଧାନସଭାରେ ଉପସ୍ଥାପିତ ଅର୍ଥ‌ନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬ର ତଥ୍ୟ କହୁଛି, ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ମାଟିତଳେ ମୋଟ ୧୦ ହଜାର ୧୯୬ ନିୟୁତ ଟନ୍‌ ଲୁହାପଥର ମହଜୁଦ ଥିଲା। ସେଥିମଧ୍ୟରୁ କେବଳ ୨୦୨୪-୨୫ ଆର୍ଥିକ ବର୍ଷ ମୋଟ ୭୫ ହଜାର ୬୪୧ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟର ୧୭୮.୯୯ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ ହୋଇଛି, ଯାହାକି ରାଜ୍ୟରେ ଥିବା ମୋଟ ଲୁହାପଥରର ୧.୮%। ୨୦୨୪-୨୫ରେ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୪୨,୪୨୮ କୋଟି ଟଙ୍କା ମୂଲ୍ୟର ୧୦୦ ନିୟୁତ ଟନ୍‌ ଲୁହାପଥର ଉ‌ତ୍ତୋଳନ ‌ହୋଇଛି। ଏହାପଛକୁ ସୁନ୍ଦରଗଡ଼ ଜିଲ୍ଲାରୁ ୩୦ ହଜାର ୩୬୦ କୋଟି ଟଙ୍କା ମୂଲ୍ୟର ୭୧.୮୪ ନିୟୁତ ଟନ୍‌, ଯାଜପୁରରୁ ୨,୧୪୭ କୋଟି ଟଙ୍କାର ୫.୦୮ ନିୟୁତ ଟନ୍‌ ଓ ମୟୂରଭଞ୍ଜରୁ ୭୦୫ କୋଟି ଟଙ୍କା ମୂଲ୍ୟର ୧.୬୬ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳିତ ହୋଇଛି। ଯଦି ଏହି ହାରରେ ଲୁହାପଥର ଉତ୍ତୋଳନ ଜାରି ରହେ, ତେବେ ଆଗାମୀ ୫୫ ବର୍ଷ ମଧ୍ୟରେ ରାଜ୍ୟର ମାଟିତଳେ ମହଜୁଦ ଥିବା ସମସ୍ତ ଲୁହାପଥର ଶେଷ ହୋଇଯିବ।

୨୦୮୦ ବେଳକୁ ଦେଖିବାକୁ ମିଳିବନି ଲୁହାପଥର, ରାଜ୍ୟରେ ମହଜୁଦ ଅଛି ୧୦,୧୯୬ ନିୟୁତ ଟନ୍‌

୨୦୨୪-୨୫ରେ ୧୭୮.୯୯ ନିୟୁତ ଟନ୍‌ ଉତ୍ତୋଳନ
ଉତ୍ପାଦିତ ଲୁହାପଥରର ମୂଲ୍ୟ ୭୫,୬୪୧ କୋଟି
ଶହେ ବର୍ଷରେ ସରିଯିବ କ୍ରୋମାଇଟ୍‌ 

ଖାଲି ସେତିକି ନୁହେଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଦର୍ଶାଉଛି, ଓଡ଼ିଶା ଆଉ ଶହେ ବର୍ଷ ପରେ କ୍ରୋମାଇଟ୍‌ଶୂନ୍ୟ ହୋଇଯିବ। ଦେଶର ମୋଟ କ୍ରୋମାଇଟ୍‌ରେ ପ୍ରାୟ ୯୫%ରୁ ଅଧିକ ଓଡ଼ିଶାରେ ‌ରହିଛି। ରାଜ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୩୧୧.୫୭ ନିୟୁତ ଟନ୍‌ କ୍ରୋମାଇଟ୍‌ ମହଜୁଦ ଥିଲା। ଏହି ଆର୍ଥିକ ବର୍ଷରେ ରାଜ୍ୟରୁ ୫ ହଜାର ୯୦୩ କୋଟି ଟଙ୍କା ମୂଲ୍ୟର ୩.୧୮ ନିୟୁତ ଟନ୍‌ କ୍ରୋମାଇଟ୍‌ ଉତ୍ତୋଳନ ହୋଇଛି, ଯାହାକି ରାଜ୍ୟର ମୋଟ ‌କ୍ରୋମାଇଟ୍‌ର ୧%। ଯଦି ଏହି ହାରରେ କ୍ରୋମାଇଟ୍‌ ଉତ୍ତୋଳନ ଜାରି ରହିବ, ତେବେ ୨୧୨୫ ମସିହା ବେଳକୁ ଓଡ଼ିଶା କ୍ରୋମାଇଟ୍‌ଶୂନ୍ୟ ହୋଇଯିବ। 

The water absorbed by the mine: ଶୁଖିଗଲା ଚିରସ୍ରୋତା ଖଣ୍ଡାଧାର: ଖଣି ଶୋଷିନେଲା ପାଣି, ପ୍ରଥମ ଥର ଘଟିଲା ବ୍ୟତିକ୍ରମ

ସୂଚନା ଥାଉକି, ଦେଶର ମୋଟ ଖଣିଜ ଉତ୍ପାଦନରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ୨୦୨୪-୨୫ ଆର୍ଥିକ ବର୍ଷରେ ସାରା ଦେଶରେ ଉତ୍ତୋଳନ ହୋଇଥିବା ମୋଟ ଖଣିଜ ପଦାର୍ଥରେ ଓଡ଼ିଶା ଏକାକୀ ୪୩.୭୨% ଅଂଶୀଦାର ରହିଛି। ଏହା ପଛକୁ ୧୬.୧୧% ସହ ରାଜସ୍ଥାନ ଦ୍ବିତୀୟ ଏବଂ ୧୩.୯୯% ସହ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe