Advertisment

Practical exam: ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା: ଭାଗନେବେ ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ, ସିସିଟିଭି ନଜରରେ ରହିବ ପରୀକ୍ଷାକେନ୍ଦ୍ର

Advertisment

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଶୁକ୍ରବାର(ଜାନୁଆରି ୨)ଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଶୁକ୍ରବାର(ଜାନୁଆରି ୨)ଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ।

exam

Photograph: (CLTI)

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଶୁକ୍ରବାର(ଜାନୁଆରି ୨)ଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ। ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ରୁ ଅଧିକ ଓ କଳା ବିଭାଗରେ ପ୍ରାୟ ୮୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରି ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପରୀକ୍ଷା ହେବ। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ ଏବଂ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ପାଇଁ ସୁଯୋଗ ମିଳିବ। ପରୀକ୍ଷାରେ କୌଣସି ପ୍ରକାର ସମସ୍ୟା ଉପୁଜିଲେ, ତୁରନ୍ତ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ ପରିଷଦ ପକ୍ଷରୁ କୁହାଯାଇଛି।

SIR : ଏସଆଇଆର ଯୋଗୁଁ ୨୮ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ସମସ୍ତ କେନ୍ଦ୍ରରେ ପରୀକ୍ଷା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ପହଞ୍ଚିସାରିଛି। ୧୮୦୦ରୁ ଅଧିକ ସରକାରୀ, ଅନୁଦାନପ୍ରାପ୍ତ ଓ ସେଲ୍ଫ ଫାଇନାନ୍ସିଂ କଲେଜରେ ପ୍ରାକ୍ଟିକାଲ୍‌ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପୂର୍ବରୁ ସମସ୍ତ କେନ୍ଦ୍ରରେ ସିସିଟିଭିକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା ସମେତ ମୂଲ୍ୟାୟନ, ମାର୍କ ଫଏଲ୍‌ରେ ମାର୍କ ଚଢ଼ାଇବା, ଉତ୍ତରଖାତା ସଂଗ୍ରହ, ପରୀକ୍ଷକଙ୍କ ରିପୋର୍ଟ, ଉତ୍ତରଖାତା ପ୍ୟାକେଟ୍‌ ସିଲ୍‌ ପରି ବିଭିନ୍ନ କାର୍ଯ୍ୟକ୍ରମ ସିସିଟିଭି ନଜରରେ ହେବ। ସେଲ୍ଫ ଫାଇନାନ୍ସିଂ ବିଦ୍ୟାଳୟଗୁଡ଼ିକ ସିସିଟିଭି ଫୁଟେଜ୍‌ର ସିଡି/ଡିଭିଡି ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ। କୌଣସି କେନ୍ଦ୍ରରୁ ଅନିୟମିତତା ଅଭିଯୋଗ ଆସିଲେ ପରିଷଦର ଅଧିକାରୀମାନେ ଗସ୍ତ କରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। ପରୀକ୍ଷା ସରିବା କ୍ଷଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) କର୍ତ୍ତୃପକ୍ଷ ଉତ୍ତରଖାତାଗୁଡ଼ିକର ମୂଲ୍ୟାୟନ କରି  ସେହି ଦିନ ସେଠାରେ ହିଁ ମାର୍କ ଫୁଏଲ୍‌ ପ୍ରସ୍ତୁତ କରିବେ। ଜାନୁଆରି ୫ରୁ ୧୫ ମଧ୍ୟରେ ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ଓ ପ୍ରାକ୍ଟିକାଲ୍‌ ପରୀକ୍ଷାର ମାର୍କ ସାମ୍‌ସ ପୋର୍ଟାଲ୍‌ରେ ଦାଖଲ କରିବେ। ଜାନୁଆରି ୨୭ରୁ ଫେବ୍ରୁଆରି ୪ ମଧ୍ୟରେ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କର ହାର୍ଡକପି ପରିଷଦ ନିକଟରେ ଦାଖଲ କରିବେ। ଧାର୍ଯ୍ୟ ସମୟ ପରେ ଆସିଥିବା ପ୍ରାକ୍ଟିକାଲ୍‌ ରେକର୍ଡଗୁଡ଼ିକୁ ଗ୍ରହଣ କରାଯିବ ନାହିଁ ବୋଲି ପରିଷଦ ସ୍ପଷ୍ଟ କରିଛି।

Exam: ଯୁକ୍ତ୨ ଇଣ୍ଟରନାଲ୍‌ ପରୀକ୍ଷା ଆରମ୍ଭ: ୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ, ସିସିଟିଭି ନଜରରେ ପରୀକ୍ଷା ଅନୁଷ୍ଠିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe