Truck hit electric pole: ବିଦ୍ୟୁତ ଖୁଣ୍ଟ ପଡ଼ି ନବମ ଶ୍ରେଣୀ ଛାତ୍ର ଗୁରୁତର

ଟିଉସନରୁ ଫେରୁଥିବା ବେଳେ ପଞ୍ଚାୟତ ଅଫିସ ପାଖ ଗୁଲାସାହି ନିକଟରେ ଏକ କୁକୁଡା ବୋଝେଇ ଟ୍ରକ୍ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖଣ୍ଟକୁ ଧକା ଦେଇଥିଲା। ବିଦ୍ୟୁତ ଖୁଣ୍ଟଟି ଦେବାଶିଷଙ୍କ ସାଇକେଲ ଉପରେ ପଡ଼ିବାରୁ ଦେବାଶିଷଙ୍କର ସାଇକେଲ ଭାଙ୍ଗିବା ସହିତ ସେ ଗୁରୁତର ଭାବେ ଆହତ ହୋଇଥିଲେ....

Class 9 student seriously injured after falling on electric pole

Class 9 student seriously injured after falling on electric pole Photograph: (sambad.in)

ସୋର: ବିଦ୍ୟୁତ ଖୁଣ୍ଟ ପଡି ଜଣେ ନବମ ଶ୍ରେଣୀର ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଛାତ୍ର ଜଣଙ୍କ ହେଲେ ସୋର ଥାନା ସରଶଙ୍ଖ ଗ୍ରାମର ଦେବାଶିଷ ବେହେରା(୧୪)। ଦେବାଶିଷ ନିକଟସ୍ଥ ସରଶଙ୍ଖ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି।

ଗୁରୁବାର ସକାଳେ ଟିଉସନରୁ ଫେରୁଥିବା ବେଳେ ପଞ୍ଚାୟତ ଅଫିସ ପାଖ ଗୁଲାସାହି ନିକଟରେ ଏକ କୁକୁଡା ବୋଝେଇ ଟ୍ରକ୍ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖଣ୍ଟକୁ ଧକା ଦେଇଥିଲା। ଫଳରେ ବିଦ୍ୟୁତ ଖୁଣ୍ଟଟି ଦେବାଶିଷଙ୍କ ସାଇକେଲ ଉପରେ ପଡ଼ିବାରୁ ଦେବାଶିଷଙ୍କର ସାଇକେଲ ଭାଙ୍ଗିବା ସହିତ ସେ ଗୁରୁତର ଭାବେ ଆହତ ହୋଇଥିଲେ।

ସାଇକେଲ ଉପରେ ପଡ଼ିଲା ବିଦ୍ୟୁତ ଖୁଣ୍ଟ

ଆହୁରି ପଢ଼ନ୍ତୁ:Sankarsan Parida Nomore: ବରିଷ୍ଠ ବିଜେପି ନେତା ତଥା କବି ଶଙ୍କର୍ଷଣ ପରିଡ଼ାଙ୍କର ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Class 9 student seriously injured after falling on electric pole
Class 9 student seriously injured after falling on electric pole Photograph: (sambad.in)

ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସୋର ପୁଲିସ ଗାଡିକୁ ଜବତ କରି ଥାନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ:Health Ministry: ପ୍ରଚୁରପାଣି ପିଇବା ଦ୍ବାରା ଦ୍ରୁତଗତିରେ ହ୍ରାସ ପାଇବ ମେଦବହୁଳତା: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe