Three Odia tourists killed in accident in Jammu Kashmir. Photograph: (Dainik Jagaran)
ଭୁବନେଶ୍ବର: ଦୁଇ ଦିନ ପୂର୍ବରୁ ଜମ୍ମୁ କଶ୍ମୀରର କଟରାରେ ଘଟିଥିବା ଦୁର୍ଘଟଣାରେ ତିନି ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସିଏମ୍ଓ ପକ୍ଷରୁ କରାଯାଇଥିବା ଟୁଇଟ୍ରେ ଜମ୍ମୁର କଟରାରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ତରଭାର ଯୋଗେନ୍ଦ୍ର ମଟାରୀ, ବିଚିତ୍ର ସାହୁ ଏବଂ କବିତା ସାହୁଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଆହୁରି ପଢ଼ନ୍ତୁ: Mehul Choksi : ଭାରତକୁ ପ୍ରତ୍ୟାର୍ପଣ ହେବ ମେହୁଲ ଚୋକସି, ବେଲଜିୟମ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ସୁବର୍ଣ୍ଣପୁରଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମୃତ୍ୟୁବରଣ କରିଥିବା ୩ଜଣ ତୀର୍ଥଯାତ୍ରୀଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ ଜାମ୍ମୁରେ ଚିକିତ୍ସିତ ହେଉଥିବା ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି।
ଆହୁରି ପଢ଼ନ୍ତୁ: Konark Police: ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଗର୍ଜିଲେ ଗ୍ରାମବାସୀ, ଘେରାଉ କଲେ ଥାନା
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର କଟରା-ଉଦ୍ଦମପୁର ରାସ୍ତାରେ ସେରଲ ଚେକ୍ପୋଷ୍ଟ ହେଲିପ୍ୟାଡ ନିକଟରେ ଦୁଇଦିନ ପୂର୍ବରୁ ଏକ ସଡ଼କର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ସମେତ ମୋଟ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଆହତଙ୍କୁ ଜମ୍ମୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ସଡ଼କ ଦୁର୍ଘଟଣା ସେହି ସମୟରେ ହୋଇଛି, ଯେଉଁ ସମୟରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରି ହେଲିପ୍ୟାଡରୁ ଅଟୋରେ ଯାତ୍ରୀ ହୋଇ କଟରା ଆଡ଼କୁ ଫେରୁଥିଲେ। ଏହି ଶ୍ରଦ୍ଧାଳୁମାନେ ପୂର୍ବାହ୍ଣ ପ୍ରାୟ ୧୦ଟାରେ ଏକ ଅଟୋ (ଜେକେ ୧୪ସି ୯୫୧୮)ରେ ପୈଥଲରୋଡରୁ କଟରା ଆଡ଼କୁ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ (ଜେକେ ୦୨ ଏକ୍ୟୁ ୫୩୫୩) ଜୋରଦାର ଧକ୍କା ଦେଇଥିଲା। ମୃତ ଅଟୋ ଚାଳକ ଉଦ୍ଦମପୁର ର ଚଢ଼ଲ ମୁତ୍ତଲ ନିବାସୀ ମୁନସୀ ରାମଙ୍କ ପୁଅ ଜିତ ଲାଲ (୫୦)। ଯାତ୍ରୀମାନେ ଥିଲେ ବିଚିତ୍ର କୁମାର ସାହୁ (୬୭), ଯୋଗୀନ୍ଦ୍ର ମତାରି (୬୬) ଓ କବିତା ସାହୁ (୫୯)। ଏମାନେ ସମସ୍ତେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅଟନ୍ତି।
Subarnapur | Accident
Follow Us