‘ମହାରାଷ୍ଟ୍ରର ଜନତା ମହାୟୁତି ସରକାର ଉପରେ ପୁଣି ଥରେ ବିଶ୍ବାସ କରିଛନ୍ତି‘

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ-୨୦୨୪ରେ ଭାରତୀୟ ଜନତା ପାର୍ଟି-ମହାୟୁତିକୁ ଐତିହାସିକ ବିଜୟ ହାସଲ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମହାରାଷ୍ଟ୍ରର ଜନତା ମହାୟୁତି ସରକାର ଉପରେ ପୁଣି ଥରେ ବିଶ୍ବାସ କରିଛନ୍ତି ବୋଲି କହିଛନ୍ତି।

3d23856c-7118-4496-866b-1a0519426b36

ଭୁବନେଶ୍ବର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ-୨୦୨୪ରେ ଭାରତୀୟ ଜନତା ପାର୍ଟି (ବିଜେପି)-ମହାୟୁତିକୁ ଐତିହାସିକ ବିଜୟ ହାସଲ ହୋଇଛି। ମହାରାଷ୍ଟ୍ରର ଜନତା ମହାୟୁତି ସରକାର ଉପରେ ପୁଣି ଥରେ ବିଶ୍ବାସ କରିଛନ୍ତି। ଜନତା-ଜନାର୍ଦ୍ଦନଙ୍କ ରାୟକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। 

ଏହି ଖବର ପଢ଼ନ୍ତୁ: ‘ଓଡ଼ିଶାର ଇତିହାସରେ ହରେକୃଷ୍ଣ ମହତାବଙ୍କ କୃତିତ୍ଵ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ’

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମାଝୀ କହିଛନ୍ତି, ଏହି ଐତିହାସିକ ବିଜୟ ପାଇଁ ବିଜେପି-ମହାୟୁତିର ସମସ୍ତ କର୍ମକର୍ତ୍ତା ଓ ପଦାଧିକାରୀଙ୍କୁ ଶୁଭକାମନା ଜଣାଉଛି। ଏହି ସଫଳତା ବିକାଶ ଓ ପ୍ରଗତି ପ୍ରତି ଆପଣମାନଙ୍କର ନିଷ୍ଠାପର କର୍ତ୍ତବ୍ୟକୁ ଦର୍ଶାଉଛି।  

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମହାରାଷ୍ଟ୍ରରେ ବିଜେପି-ମହାୟୁତି ମେଣ୍ଟ ୨୦୦ରୁ ଅଧିକ ଆସନରେ ବିଜୟୀ ହେବାକୁ ଯାଉଛି। ୧୯୭୨ ମସିହା ପରେ ମହାରାଷ୍ଟ୍ରରେ ଏହା ହେଉଛି ବଡ଼ଧରଣର ବିଜୟ। ଗୋଆ, ଗୁଜରାଟ, ଛତିଶଗଡ଼, ହରିୟାଣା ଓ ମଧ୍ୟପ୍ରଦେଶ ପରେ ୬ଷ୍ଠ ରାଜ୍ୟ ଭାବେ ମହାରାଷ୍ଟ୍ରରେ କ୍ରମାଗତ ତୃତୀୟ ଥର ପାଇଁ  ବିଜେପି ନେତୃତ୍ବରେ ସରକାର ଗଠନ ହେଉଛି। ଏହି ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି।  

ଏହି ଖବର ପଢ଼ନ୍ତୁ: ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ମହାରାଷ୍ଟ୍ରରେ ପୁଣି ଥରେ ବିଜେପି ନେତୃତ୍ବରେ ସରକାର ଗଠନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶ‌ନ‌ରେ ପରିଚାଳିତ ମହାୟୁତି ମେଣ୍ଟ ଉପରେ ମହାରାଷ୍ଟ୍ରବାସୀଙ୍କ ଭରସା ଏହି ନିର୍ବାଚନରେ ଦେଖିବାକୁ ମିଳିଛି। ବିଧାନସଭା ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହେଉଛି। 

ଏହି ଖବର ପଢ଼ନ୍ତୁ: ସିନ୍ଦେଙ୍କ ରଣନୀତି ଆଗରେ ଉଦ୍ଧବ-ପାୱାର-କଂଗ୍ରେସ ପରାଜିତ!

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ହୋଇଛି। ନିର୍ବାଚନ ଫଳାଫଳ ଘୋଷଣା ବାକି ଥିବା ବେଳେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଆସନ ମଧ୍ୟରୁ ବିଜେପି-ମହାୟୁତି ମେଣ୍ଟ ୨୩୦ ଆସନରେ ଆଗୁଆ ରହିଛି। ବିଜେପି ନେତୃତ୍ବାଧୀନ ମହାୟୁତି ପୁଣି ଥରେ ସରକାର ଗଢ଼ିବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ମହାରାଷ୍ଟ୍ରରେ ବିଜେପି-ମହାୟୁତି ଜନାଦେଶ ଆସିବା ପରେ ବିଜେପି, ଶିବସେନା (ସିନ୍ଦେ ଗୋଷ୍ଠୀ) ଓ ଏନ୍‌ସିପି (ଅଜିତ ଗୋଷ୍ଠୀ) ମଧ୍ୟରେ ଉତ୍ସବର ମାହୋଲ ଦେଖାଯାଇଛି। ବରିଷ୍ଠ ନେତା ଓ କର୍ମୀମାନେ ବାଣ ଫୁଟାଇଛନ୍ତି। ସେହିପରି ମିଠା ବାଣ୍ଟିଛନ୍ତି। 

ଏହି ଖବର ପଢ଼ନ୍ତୁ: ମହାରାଷ୍ଟ୍ରରେ ଅସଦୁଦ୍ଦିନ ଓଓ୍ବେସି ବିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe