CM unable to handle his position as Home Minister: Saptagiri Ulaka Photograph: (sambad.in)
ଭୁବନେଶ୍ବର: ୧୯ ଜୁଲାଇରେ ବଳଙ୍ଗାରେ ଦୁର୍ବୃତ୍ତମାନଙ୍କ ଦ୍ୱାରା ପୋଡ଼ି ଦିଆଯାଇଥିବା ୧୫ ବର୍ଷୀୟା ଝିଅର ମୃତ୍ୟୁ ହେବା ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ମୁଁ ଦୁଇ ଦିନ ପୂର୍ବରୁ ଲୋକସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଥିଲି।ଗତକାଲି ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ଝିଅଟିର ମୃତ୍ୟୁ ହୋଇଥିଲା। ଏହା ଗୋଟିଏ ମାସରେ ଦ୍ୱିତୀୟ ଘଟଣା।
ଅଧିକ ପଢ଼ନ୍ତୁ: ସରକାର ଏବଂ ପୁଲିସ ମାମଲାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି: ସସ୍ମିତ ପାତ୍ର
ଆମେ ଚାହୁଁଛୁ ଯେ,କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ରାଷ୍ଟ୍ରପତି ଓଡ଼ିଶାରୁ ଆସିଛନ୍ତି। ଆମେ ଚାହୁଁଛୁ ଯେ,ସେ ରାଜ୍ୟ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଉଚିତ୍ କାରଣ ସେ ଗୃହମନ୍ତ୍ରୀ ଭାବରେ ତାଙ୍କ ପଦବୀ ସମ୍ଭାଳି ପାରୁନାହାନ୍ତି ବୋଲି ସପ୍ତଗିରି ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ: ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ, ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ: ବିଜେପି
Saptagiri Ulaka | congress | Crime
Follow Us