cold wave at bonai Photograph: (Sambad.in)
ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଥଣ୍ଡା ଜାରି ରହିଥିବା ବେଳେ ଉପକୂଳରେ ହାଲ୍କା ଶୀତ କମିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଶୁକ୍ରବାର ଘୁ. ଉଦୟଗିରିରେ ୪.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ୮ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ସେମିଳିଗୁଡ଼ାରେ ରାତି ପାରଦ ୫.୧ ଡିଗ୍ରିକୁ ଖସିଥିବା ବେଳେ ଫୁଲବାଣୀରେ ୫.୮ ଡିଗ୍ରି, ଚିପିଲିମାରେ ୭.୬ ଡିଗ୍ରି, ଝାରସୁଗୁଡ଼ାରେ ୮.୯ ଡିଗ୍ରି, ଅନୁଗୁଳ, ଭବାନୀପାଟଣା ଓ ନବରଙ୍ଗପୁରରେ ୯ ଡିଗ୍ରି, ବୌଦ୍ଧରେ ୯.୬ ଡିଗ୍ରି ଓ ରାଉରକେଲାରେ ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରର ରାତି ତାପମାତ୍ରାରେ ବୃଦ୍ଧି ଦେଖାଦେଇଛି।
ଏଠାରେ ରାତି ତାପମାତ୍ରା ୧୪ ଡିଗ୍ରିକୁ ବଢ଼ିଛି। ସେହିଭଳି କଟକର ରାତି ପାରଦ ୧୩.୬ ଡିଗ୍ରି ରେକର୍ଡ ହୋଇଛି। ଅର୍ଥାତ ଦ୍ବୈତନଗରୀରେ ରାତି ତାପମାତ୍ରା ସ୍ବାଭାବିକ ରହିଛି। ରାଜ୍ୟରେ ରାତି ତାପମାତ୍ରାରେ ଏବେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଆସନ୍ତା ସପ୍ତାହ ବି ଏହି ଥଣ୍ଡା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାହାନ୍ତାରୁ କୁହୁଡ଼ି ଦେଖାଯାଇପାରେ। ସର୍ବୋଚ୍ଚ ଦିନ ତାପମାତ୍ରା ୨୮ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିପାରେ।
Follow Us