Cold wave in 5 districts: ୫ ଜିଲ୍ଲାରେ ଶୀତ ଲହରି: ଥରୁଛି ଓଡ଼ିଶା, ୫ ଦିନ ନିସ୍ତାର ନାହିଁ

Advertisment

ରାଜ୍ୟବାସୀ ଶୀତରେ ତ୍ରାହି ତ୍ରାହି ଡାକୁଥିବା ବେଳେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଶୀତରୁ ମୁକ୍ତି ନାହିଁ ବୋଲି ଜଣାପଡ଼ୁଛି। ରାଜ୍ୟର ୧୧ ସହରର ପାରଦସ୍ତର ୧୦ ଡିଗ୍ରି ତଳକୁ ଖସିଛି। ଏଥିସହ ସାରା ରାଜ୍ୟର ପାରଦ ୧୬ ଡିଗ୍ରି ତଳେ ରହିଛି।

ରାଜ୍ୟବାସୀ ଶୀତରେ ତ୍ରାହି ତ୍ରାହି ଡାକୁଥିବା ବେଳେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଶୀତରୁ ମୁକ୍ତି ନାହିଁ ବୋଲି ଜଣାପଡ଼ୁଛି। ରାଜ୍ୟର ୧୧ ସହରର ପାରଦସ୍ତର ୧୦ ଡିଗ୍ରି ତଳକୁ ଖସିଛି। ଏଥିସହ ସାରା ରାଜ୍ୟର ପାରଦ ୧୬ ଡିଗ୍ରି ତଳେ ରହିଛି।

COLD WAVE AT BONAI

cold wave at bonai Photograph: (Sambad.in)

ଭୁବନେଶ୍ବର: ରାଜ୍ୟବାସୀ ଶୀତରେ ତ୍ରାହି ତ୍ରାହି ଡାକୁଥିବା ବେଳେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଶୀତରୁ ମୁକ୍ତି ନାହିଁ ବୋଲି ଜଣାପଡ଼ୁଛି। ରାଜ୍ୟର ୧୧ ସହରର ପାରଦସ୍ତର ୧୦ ଡିଗ୍ରି ତଳକୁ ଖସିଛି। ଏଥିସହ ସାରା ରାଜ୍ୟର ପାରଦ ୧୬ ଡିଗ୍ରି ତଳେ ରହିଛି। ଆଜି ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ. ଉଦୟଗିରିଠାରେ ୪.୬ ଡିଗ୍ରି ରେକର୍ଡ଼ ହୋଇଥିବା ବେଳେ ଫୁଲବାଣୀ ଓ ରାଉରକେଲାଠାରେ ୭.୧ ଡିଗ୍ରି, ଝାରସୁଗୁଡ଼ାରେ ୭.୨ ଡିଗ୍ରି, ଦାରିଙ୍ଗବାଡ଼ିରେ ୮ ଡିଗ୍ରି, ସେମିଳିଗୁଡ଼ାରେ ୮.୧ ଡିଗ୍ରି, ଅନୁଗୁଳରେ ୮.୮ ଡିଗ୍ରି, କିରେଇରେ ୮.୯ ଡିଗ୍ରି, କେନ୍ଦୁଝରରେ ୯.୪ ଡିଗ୍ରି, ଚିପିଲିମାରେ ୯.୫ ଡିଗ୍ରି, ସୁନ୍ଦରଗଡ଼ରେ ୯.୬ ଡିଗ୍ରି ଓ ନବରଙ୍ଗପୁରରେ ୧୦ ଡିଗ୍ରି ଲେଖାଏଁ ଥିଲା। ଏଥିସହ ରାଉରକେଲାରେ ୨୦୦ ମିଟର ଦୃଶ୍ୟମାନ ଦୂରତା ସହ ଘନକୁହୁଡ଼ି ଦେଖିବାକୁ ମିଳିଛି। ଭବାନୀପାଟଣାରେ ବି ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଛି। ଏଠାରେ ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ବି କମ୍‌ ରହିଥିଲା। ଏଥି ସହ ଆସନ୍ତାକାଲି କିଛି ଅଞ୍ଚଳରେ ଘନ କୁହୁଡ଼ି ପଡ଼ିବା ସହ ଶୀତ ଲହରି ପ୍ରବାହିତ ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

Distractions from the beginning of the harvest: ଧାନକିଣା ଆରମ୍ଭରୁ ବିଭ୍ରାଟ: କଟ୍‌ନିଛଟ୍‌ନିକୁ ବିରୋଧ, ରାସ୍ତାରେ ଚାଷୀ

ଆସନ୍ତାକାଲି କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଧା ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ। ପ୍ରବଳ ଶୀତରେ ଥରିବ ଏହି ୫ ଜିଲ୍ଲା। ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବା ଫଳରେ ଶୀତ ବଢ଼ିବାର ବି ଆଶଙ୍କା ରହିଛି। ୨ ଦିନ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାରେ ଶୀତ ଲହରି ରହିବ। ଏଥିସହ ଆସନ୍ତାକାଲି ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଛି। ଫଳରେ ଏହି ୫ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡ଼ିର ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ତାପମାତ୍ରା ଏହିଭଳି ରହିବ। ତାପମାତ୍ରା ପରିବର୍ତ୍ତନର ସମ୍ଭାବନା ନାହିଁ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ କୁହୁଡ଼ି ପଡ଼ିପାରେ। ଦିନବେଳା ଆକାଶ ନିର୍ମଳ ଓ ପାଗ ଖରାଟିଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବୋଚ୍ଚ ତାପମାତ୍ରା ୧୨ ଡିଗ୍ରି ମଧ୍ୟରେ ରହିବ।

Lokayukta chairman: ହାଇକୋର୍ଟରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ମାମଲା: ଆଇନରେ ସଂଶୋଧନ ଆଣିବେ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe