ଗୋଷ୍ଠୀ ସଂଘର୍ଷ: ବୋମା ମାଡ଼ରେ ୭ ଗୁରୁତର

ଭଦ୍ରକ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ବୋମା ମାଡ଼ରେ ୭ ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲାର ତିହିଡି ଥାନା ସୀମା ଅନ୍ତର୍ଗତ ତାଳପଡ଼ା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି...

Community clashes: 7 seriously injured in bomb attack

Community clashes: 7 seriously injured in bomb attack Photograph: (sambad.in)

ଭଦ୍ରକ: ଭଦ୍ରକ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ବୋମା ମାଡ଼ରେ ୭ ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲାର ତିହିଡି ଥାନା ସୀମା ଅନ୍ତର୍ଗତ ତାଳପଡ଼ା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି।

ରିପୋର୍ଟ ଅନୁଯାୟୀ, ଗତକାଲି ରାତିରେ ଗାଁର କିଛି ଲୋକ ରମେଶ ମଲ୍ଲିକଙ୍କ ଘରକୁ ଯାଇ ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ତାଙ୍କୁ ଗାଳି ଦେଇଥିଲେ। ରମେଶ ତାଙ୍କ ପରିବାର ସଦସ୍ୟଙ୍କ ସହିତ ସେମାନଙ୍କୁ ବିରୋଧ କରିଥିଲେ। ଏହାପରେ ଉତ୍‌କ୍ଷିପ୍ତ ହୋଇ ଗାଳି ଦେଉଥିବା ଲୋକେ ଆକ୍ରମଣ କରିଥିଲେ ଏବଂ ରମେଶଙ୍କ ଘର ଉପରକୁ ବୋମା ମାଡ କରିଥିଲେ।

ବୋମା ମାଡ଼ରେ ସାତ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

ଅଧିକ ପଢ଼ନ୍ତୁ: ମଇଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଗୋଷ୍ଠୀ ସଂଘର୍ଷ ପରେ ଗାଁରେ ପୁଲିସ ମୁତୟନ କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। 

ଅଧିକ ପଢ଼ନ୍ତୁ: ବିବାହ କରିବେ ଝିଅର ଭାବି ସ୍ବାମୀ ସହ ପଳାଇଥିବା ମହିଳା!

Crime | Bhadrak 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe