Congress: ୨୯ରେ ରାଜ୍ୟବ୍ୟାପୀ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ତାଲା ପକାଇବ କଂଗ୍ରେସ: ଏଏସ୍‌ଡି ସଂପୂର୍ଣ୍ଣ ପ୍ରତ୍ୟାହାର, ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଯୋଗାଣ ଦାବି

Advertisment

ରାଜ୍ୟର କୋଇଲା ଓ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି। ଓଡ଼ିଶାରୁ କୋଇଲା ନେଇ ପଞ୍ଜାବ ପରି ରାଜ୍ୟ କୃଷି ଓ ଘରୋଇ ଉପଭୋକ୍ତାଙ୍କୁ ବିଜୁଳି ଦେୟ ଛାଡ଼ କରିପାରିଛି।

ରାଜ୍ୟର କୋଇଲା ଓ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି। ଓଡ଼ିଶାରୁ କୋଇଲା ନେଇ ପଞ୍ଜାବ ପରି ରାଜ୍ୟ କୃଷି ଓ ଘରୋଇ ଉପଭୋକ୍ତାଙ୍କୁ ବିଜୁଳି ଦେୟ ଛାଡ଼ କରିପାରିଛି।

congress

ଭୁବନେଶ୍ବର: ରାଜ୍ୟର କୋଇଲା ଓ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି। ଓଡ଼ିଶାରୁ କୋଇଲା ନେଇ ପଞ୍ଜାବ ପରି ରାଜ୍ୟ କୃଷି ଓ ଘରୋଇ ଉପଭୋକ୍ତାଙ୍କୁ ବିଜୁଳି ଦେୟ ଛାଡ଼ କରିପାରିଛି। ଓଡ଼ିଶାର ମାତ୍ର ୨% କୃଷି ଉପଭୋକ୍ତା ଓ ୭-୮% ଘରୋଇ ଉପଭୋକ୍ତାଙ୍କୁ ଗୋଟିଏ ୟୁନିଟ୍‌ ମଧ୍ୟ ମାଗଣାରେ ଦିଆଯାଉନାହିଁ l ରାଜ୍ୟରେ ବ୍ୟବହୃତ ହେଉଥିବା ମୋଟ ୭୦% ବିଜୁଳି ଶିଳ୍ପ କ୍ଷେତ୍ରକୁ ଦିଆଯାଉଛି। ସେଥିରେ ସାମାନ୍ୟ ଦର ବୃଦ୍ଧି କଲେ ରାଜ୍ୟର ସମସ୍ତ ଘରୋଇ ଓ କୃଷି ଉପଭୋକ୍ତାଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯାଇପାରିବ। ତେଣୁ ରାଜ୍ୟ ସରକାର ଅନ୍ୟାୟଭାବେ ଘରୋଇ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା ଦାଖଲ କରିବା ପାଇଁ ବାଧ୍ୟ କରିବା ଛାଡ଼ି ରିଆତି ଜରିଆରେ ଘରୋଇ ଉପଭୋକ୍ତାଙ୍କୁ ୩୦୦-୪୦୦ ୟୁନିଟ ମାଗଣା ବିଦ୍ୟୁତ୍‌ ଓ କୃଷି କ୍ଷେତ୍ରକୁ ବିଜୁଳି ଦେୟମୁକ୍ତ କରିବା ଲାଗି ପିସିସି ସଭାପତି ଭକ୍ତଚରଣ ଦାସ ଦାବି କରିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, ଓଡ଼ିଶାରୁ ଉତ୍ପାଦିତ ୨୪୦ ନିୟୁତ ମେଟ୍ରିକ ଟନ କୋଇଲାରୁ କେବଳ ୨୨ନିୟୁତ ଟନ କୋଇଲା ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ପାଇଁ ଉପଯୋଗ ହେଊଛି l ଏଥିପାଇଁ ରାଜ୍ୟକୁ ବହୁମୂଲ୍ୟ ଦେବାକୁ ପଡୁଛି l ଅନୁଗୁଳ ଦେଶର ଷଷ୍ଠ ପ୍ରଦୂଷିତ ସହର ହୋଇଥିବା ବେଳେ ଭୁବନେଶ୍ୱର ସମେତ ୩୦ ସହର ପ୍ରଦୂଷିତ। ଏ ସମସ୍ତ ତଥ୍ୟକୁ ବିଚାରକୁ ନେଇ ସରକାର ତୁରନ୍ତ ଅତିରିକ୍ତ ସୁରକ୍ଷା ଜମା(ଏଏସ୍‌ଡି) ପ୍ରତ୍ୟାହାର କରିନ୍ତୁ। 

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ଏହାସହ ନିର୍ବାଚନୀ ଇସ୍ତାହାର ଅନୁସାରେ ଅତିକମ୍‌ରେ ୩ଶହରୁ ୪ଶହ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼ କରନ୍ତୁ। ଆସନ୍ତା ୨୯ତାରିଖରେ କଂଗ୍ରେସ ପକ୍ଷରୁ ବିଜୁଳି କାର୍ଯ୍ୟାଳୟରେ ତାଲା ପକାଯିବା କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଛନ୍ତି। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଥିଲେ, ଓଡ଼ିଶାର ଖଣି ଖାଦାନରେ ପରିପୁଷ୍ଟ ଟାଟା ପାୱାର ଓଡ଼ିଶା ପାଇଁ କ’ଣ କରିଛି ? କଂଗ୍ରେସର ଡାକରାରେ ରାଜ୍ୟବାସୀ ଏଏସ୍‌ଡି ଦେବେନାହିଁ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଏଏସ୍‌ଡି ଏକ ଜିଜିୟା କର ଛଡା ଆଉ କିଛି ନୁହେଁ। ଉପଭୋକ୍ତାଙ୍କ ଜମା ରାଶି ବାବଦ ସୁଧର ପରିମାଣ ୬.୫% ହୋଇଥିବା ବେଳେ କମ୍ପାନି କାହିଁକି ଉପଭୋକ୍ତାଙ୍କ ବକେୟା ବାବଦ ଦେୟ ୧୫% ଆଦାୟ କରିବ ବୋଲି ସେ ପ୍ରଶ୍ନ କରିଥିଲେ l ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ କହିଥିଲେ, କଂଗ୍ରେସ ସବୁବେଳେ ଲୋକଙ୍କ ସହିତ ରହିଛି। ଏଏସ୍‌ଡି ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କ ସହିତ ରହିବ। ପୂର୍ବରୁ ଟିପିସିଓଡିଏଲ ସିଇଓ ଅରବିନ୍ଦ ସିଂହ, ମୁଖ୍ୟ ଆଇନ ଉପଦେଷ୍ଟା ଭାରତ ଭଦାୱତ ଓ ଜନସମ୍ପର୍କ ବିଭାଗ ମୁଖ୍ୟ ମନୋଜ ପଟ୍ଟନାୟକଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ପିସିସି ସଭାପତି ଓ ଅନ୍ୟ ନେତାଙ୍କୁ ଏ ନେଇ କମ୍ପାନିର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ। ଦଳର ଦାବି ଓଇଆରସି ସମ୍ମୁଖରେ ଉପସ୍ଥାପନ କରିବାର ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe