ଭୁବନେଶ୍ବର: ଓଡ଼ିଶାରେ ପକ୍ଷୀ ଗଣନା କେବେ? ଜାନୁଆରି ପ୍ରଥମ ସପ୍ତାହ ନା ତୃତୀୟ ସପ୍ତାହ? କେଉଁଟା ଠିକ୍? ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଡିସେମ୍ବର ୧୭ରେ କହିଲେ ଜାନୁଆରି ୬ରୁ ସାରା ରାଜ୍ୟରେ ପକ୍ଷୀ ଗଣନା ହେବ। କେଉଁ ପ୍ରଜାତିର କେତେ ବିଦେଶାଗତ ପକ୍ଷୀ ଏଥର ଓଡ଼ିଶା ଆସିଛନ୍ତି ସ୍ବତନ୍ତ୍ର ନିରୀକ୍ଷଣ ଦଳ ତାହାର ହିସାବ କରିବେ। ହେଲେ ଏହାର ଏକ ମାସ ପୂର୍ବରୁ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍) କାର୍ଯ୍ୟାଳୟ ପକ୍ଷରୁ ଜାରି ଚିଠି ଅନୁଯାୟୀ ଜାନୁଆରି ୧୮ରେ ପକ୍ଷୀ ଗଣନା କରିବାକୁ କୁହାଯାଇଥିଲା। ଜଙ୍ଗଲ ମନ୍ତ୍ରୀ ଗୋଟିଏ ତାରିଖ କହୁଥିବା ବେଳେ ଅଧିକାରୀମାନେ ଆଉ ଗୋଟିଏ ତାରିଖ ଘୋଷଣା କରୁଛନ୍ତି, ଯାହାକୁ ନେଇ ହରଡ଼ଘଣାରେ ବନଖଣ୍ଡ ଅଧିକାରୀ। କେଉଁ ତାରିଖ ପାଇଁ ପ୍ରସ୍ତୁତ ହେବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।
ପିସିସିଏଫ୍(ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟରୁ ଜାରି ଚିଠି ଅନୁଯାୟୀ ଜାନୁଆରି ୧୮ରେ ରାଜ୍ୟର ସମସ୍ତ ବନ୍ୟପ୍ରାଣୀ ବନଖଣ୍ଡରେ ପକ୍ଷୀ ଗଣନା କରାଯିବ। ନନ୍ଦନକାନନ, ଶିମିଳିପାଳ, ଚିଲିକା, ହୀରାକୁଦ, ଭିତରକନିକାରେ ଏହି ଗଣନା କରାଯାଇ ଜାନୁଆରି ୨୨ ସୁଦ୍ଧା ପିସିସିଏଫ୍(ବନ୍ୟପ୍ରାଣୀ)ଙ୍କ ନିକଟରେ ରିପୋର୍ଟ ଦାଖଲ ହେବ। ଅନୁରୂପ ଭାବେ କୁମ୍ଭୀର, ଡଲଫିନ୍, କୃଷ୍ଣସାର ମୃଗ ଗଣନା ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଛି। ଜାନୁଆରି ୫ରୁ ୧୨ ମଧ୍ୟରେ ଭିତରକନିକାରେ କୁମ୍ଭୀର ଗଣନା ହେବା ସହ ୧୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବେ। ସେହିପରି ଜାନୁଆରି ୬ରୁ ୮ ମଧ୍ୟରେ ମହାନଦୀ ସିଷ୍ଟମ, ଘୋଡ଼ାହାଡ଼ ସିଷ୍ଟମ ଓ ଶିମିଳିପାଳ ସିଷ୍ଟମରେ ବିଭିନ୍ନ ପ୍ରଜାତିର କୁମ୍ଭୀର ଗଶନା କରିବାକୁ ସ୍ଥିର ହୋଇଛି। ଜାନୁଆରି ୧୨ ସୁଦ୍ଧା ବନଖଣ୍ଡ ଅଧିକାରୀମାନେ ପିସିସିଏଫ୍(ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିବେ। ଜାନୁଆରି ୨୦ରୁ ୨୧ ମଧ୍ୟରେ ଚିଲିକାରେ ଡଲଫିନ୍ ଗଣନା ହେବ ଏବଂ ୨୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ହେବ। ଜାନୁଆରି ୨୯ରେ ଘୁମୁସର(ଦକ୍ଷିଣ), ଘୁମୁସର(ଉତ୍ତର) ଓ ବ୍ରହ୍ମପୁରରେ କୃଷ୍ଣସାର ମୃଗ ଗଣନା କରିବାକୁ କୁହାଯାଇଥିଲା।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
ଗୋଟିଏ ପଟେ ‘ଥର୍’ ଗାଡ଼ି କିଣାକୁ ନେଇ ତମ୍ବିତୋଫାନ୍ ଚାଲିଥିବା ବେଳେ ଅନ୍ୟପଟେ ମନ୍ତ୍ରୀ ଓ ଅଧିକାରୀଙ୍କ କଥାରେ ତଳମେଳ ରହୁ ନ ଥିବା ଏବେ ସାମନାକୁ ଆସିଛି। ଓଡ଼ିଶା ଜଙ୍ଗଲ ବିଭାଗରେ ଏଭଳି ବିଚିତ୍ର ସ୍ଥିତିକୁ ନେଇ ପରିବେଶବିତ୍, ବନ୍ୟପ୍ରାଣୀ ପ୍ରେମୀମାନେ ପ୍ରଶ୍ନ ଉଠାଇଲେଣି। ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ହେଉଛି ଯେ ଜଙ୍ଗଲ ବିଭାଗ ମନ୍ତ୍ରୀ ଓ ଅଧିକାରୀଙ୍କ ମଧ୍ୟରେ ବର୍ଷେ ହେଲା ବିବାଦ ଜାରି ରହିଛି। ‘ଥର୍’ ସମେତ ଅନ୍ୟାନ୍ୟ ଗାଡ଼ି ଉଦ୍ଘାଟନ ଉତ୍ସବକୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆଙ୍କୁ ଡକାଯାଇ ନ ଥିଲା। ଯେଉଁଠାରୁ ବିବାଦର ସୂତ୍ରପାତ ହୋଇଥିଲା। ପରବର୍ତ୍ତୀ ସମୟରେ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରଠାରୁ ବିଭାଗର ଛୋଟ ବଡ଼ ସମସ୍ତ କାର୍ଯ୍ୟକ୍ରମ, ସମୀକ୍ଷା ବୈଠକକୁ ମନ୍ତ୍ରୀଙ୍କୁ ଡକାଯାଉଛି। ହେଲେ ଅଧିକାଂଶ ସ୍ଥାନରେ ମନ୍ତ୍ରୀ ଅନୁପସ୍ଥିତ ରହୁଛନ୍ତି। କାହା ସହ ଆଲୋଚନା କରି ମନ୍ତ୍ରୀ ପକ୍ଷୀ ଗଣନା ତାରିଖ ଘୋଷଣା କଲେ ଆମେ ଜାଣିନୁ ବୋଲି ଅଧିକାରୀ ଜଣକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)