Justice Viswanath Rath: ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି; କେତେ ଦିନ ଲାଗିବ କହିବା ସମ୍ଭବ ନୁହେଁ : ଜଷ୍ଟିସ୍‌ ବିଶ୍ବନାଥ ରଥ

Advertisment

ଆସନ୍ତା ଜାନୁଆରିରେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଭିତରେ ଶ୍ରୀଜିଉଙ୍କ ଅଳଙ୍କାର, ରତ୍ନ ଓ ଅନ୍ୟାନ୍ୟ ମୂଲ୍ୟବାନ ବସ୍ତୁର ଗଣତି ମଣତି ଆରମ୍ଭ ହେବ। ଡିସେମ୍ବର ୨୭ରେ ଉଚ୍ଚ କ୍ଷମତାସଂପନ୍ନ କମିଟିର ବୈଠକରେ ସମ୍ଭାବ୍ୟ ତାରିଖ ଓ ଏସ୍‌ଓପି ସଂକ୍ରାନ୍ତରେ ଆଲୋଚନା....

ଆସନ୍ତା ଜାନୁଆରିରେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଭିତରେ ଶ୍ରୀଜିଉଙ୍କ ଅଳଙ୍କାର, ରତ୍ନ ଓ ଅନ୍ୟାନ୍ୟ ମୂଲ୍ୟବାନ ବସ୍ତୁର ଗଣତି ମଣତି ଆରମ୍ଭ ହେବ। ଡିସେମ୍ବର ୨୭ରେ ଉଚ୍ଚ କ୍ଷମତାସଂପନ୍ନ କମିଟିର ବୈଠକରେ ସମ୍ଭାବ୍ୟ ତାରିଖ ଓ ଏସ୍‌ଓପି ସଂକ୍ରାନ୍ତରେ ଆଲୋଚନା....

biswanath

କଟକ: ଆସନ୍ତା ଜାନୁଆରିରେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଭିତରେ ଶ୍ରୀଜିଉଙ୍କ ଅଳଙ୍କାର, ରତ୍ନ ଓ ଅନ୍ୟାନ୍ୟ ମୂଲ୍ୟବାନ ବସ୍ତୁର ଗଣତି ମଣତି ଆରମ୍ଭ ହେବ। ଡିସେମ୍ବର ୨୭ରେ ଉଚ୍ଚ କ୍ଷମତାସଂପନ୍ନ କମିଟିର ବୈଠକରେ ସମ୍ଭାବ୍ୟ ତାରିଖ ଓ ଏସ୍‌ଓପି ସଂକ୍ରାନ୍ତରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଷ୍ଟିସ୍‌ ରଥ କହିଛନ୍ତି ଯେ ଡିସେମ୍ବର ୨୭ର ‌ବୈଠକରେ ଆଲୋଚନା କରାଯାଇ ସମ୍ଭାବ୍ୟ ତାରିଖ ସ୍ଥିର କରାଯିବ। କେବେ ଗଣତି ମଣତି କାମ ଆରମ୍ଭ କରାଯିବ ସେ ନେଇ ଦିନ ନିରୂପଣ ନେଇ ମୁକ୍ତି ମଣ୍ଡପ ସହ ପରାମର୍ଶ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଯିବା ପରେ ସରକାରଙ୍କୁ ଅବଗତ କରାଯିବ। 

Paddy procurement: ଜାନୁଆରି ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା: ଧାନ କିଣା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସରକାରଙ୍କ ଅନୁମୋଦନ ମିଳିଲେ ଗଣତି ମଣତି ଆରମ୍ଭ ହେବ। ସୁରକ୍ଷା ଦୃଷ୍ଟିରୁ ଭିତର ରତ୍ନଭଣ୍ଡାରରେ ହିଁ ଗଣତି ମଣତି କରାଯିବ। କେଉଁ କ୍ରମରେ କରାଯିବ, କଣ ବିଷୟ ରହିବ ଓ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯିବ ସେ ନେଇ ଅନୁଷ୍ଠିତ ‌ହେବାକୁ ଥିବା ବୈଠକରେ ବିଚାରବିମର୍ଶ କରାଯିବ। ୧୯୭୮ ମସିହାର ତାଲିକାକୁ ନଜରରେ ରଖି ଗଣତି ମଣତି କରାଯିବ। ତେବେ ମୂଲ୍ୟାୟନ ହେବ ନାହିଁ ବୋଲି ଜଷ୍ଟିସ୍‌ ରଥ ସ୍ପଷ୍ଟ କରିଛନ୍ତି। ରିଜର୍ଭ ବ୍ୟାଙ୍କର ସ୍ବତନ୍ତ୍ର ମେସିନ୍‌ ଓ ଅଭିଜ୍ଞ ସଂପନ୍ନ ଅଧିକାରୀଙ୍କ ସହଯୋଗ ନିଆଯିବା ପାଇଁ ଯୋଗାଯୋଗ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବାଧା ସୃଷ୍ଟି ନ ହେବ ତାହା ସୁନିଶ୍ଚିତ କରି ଗଣତି ମଣତି ସମୟ ଧାର୍ଯ୍ୟ କରାଯିବ। ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପାଇଁ କେତେ ଦିନ ଲାଗିବ ତାହା ଏବେ କହିବା ସମ୍ଭବ ନୁହେଁ।

Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe