କଟକ: ଅନ୍ଲାଇନ୍ ଟ୍ରେଡିଂ ନାଁରେ ୧ କୋଟି ୯୪ ଲକ୍ଷ ୬୨ ହଜାର ୩୧୦ ଟଙ୍କା ଠକେଇ ହୋଇଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚର ସାଇବର୍ ସେଲ୍ ଜଣେ ଅନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ରିଶ୍ରା ଥାନା ଅଞ୍ଚଳର ଅଜୟ କୁମାର ପାଲ(୬୦) । ତା’ ପାଖରୁ ବହୁ ମୋବାଇଲ୍ ଫୋନ୍ ଓ ସିମ୍କାର୍ଡ ଇତ୍ୟାଦି ଜବତ ହୋଇଛି ।
Education: ଶ୍ରମିକ ବଦଳରେ ସାଜିଲେ ଛାତ୍ର, କାମ କରୁଥିବା ହାତରେ ଧରିଲେ ବହି-କଲମ
ନବରଙ୍ଗପୁର ଜିଲ୍ଲା ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଗତବର୍ଷ ସୋସିଆଲ ମିଡିଆରେ ଏକ ଅନ୍ଲାଇନ୍ ନିବେଶ ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ଅଳ୍ପ ନିବେଶରେ ଅଧିକ ଟଙ୍କା ମିଳିବାର ସୁଯୋଗ ଥିବା କୁହାଯାଇଥିଲା। ବ୍ୟକ୍ତି ଜଣକ ବିଜ୍ଞାପନରେ ଦିଆଯାଇଥିବା ଏକ ଲିଙ୍କ୍କୁ କ୍ଲିକ୍ କରିଥିଲେ। ଏହାପରେ ତାଙ୍କୁ ‘ଡିଜିଟାଲ୍ ଡାଏନାମୋସ୍’ ନାମକ ଏକ ହ୍ୱାଟସ୍ଆପ ଗ୍ରୁପରେ ଯୋଡ଼ା ଯାଇଥିଲା। ସେଥିରେ ତାଙ୍କୁ ‘ଗ୍ଲୋବିକ୍ସ ଭୋଲ୍ଟ’ ନାମକ ସଂସ୍ଥା ଦ୍ୱାରା ଟ୍ରେଡିଂ କରିବାକୁ କୁହାଗଲା। ପ୍ରଥମେ ଅଳ୍ପ ନିବେଶ କରିବାରୁ ଟଙ୍କା ଫେରସ୍ତ ଦିଆଗଲା। ଏହାପରେ ବ୍ୟକ୍ତି ଜଣକ ୧ କୋଟି ୯୪ ଲକ୍ଷ ୬୨ ହଜାର ୩୧୦ ଟଙ୍କା ପର୍ଯ୍ୟାୟକ୍ରମେ ନିବେଶ କରିଦେଲେ। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଏହି ଟଙ୍କା ଜମା କଲେ। କିନ୍ତୁ ଧାର୍ଯ୍ୟ ସମୟ ବିତିବା ପରେ ଟଙ୍କା ମିଳି ନ ଥିଲା। ମୂଳ ଅର୍ଥ ଫେରସ୍ତ ମାଗିବାରୁ ତାଙ୍କୁ ଆହୁରି ଅଧିକ ନିବେଶ କରିବାକୁ କୁହାଗଲା। କିଛି ଦିନ ବ୍ୟବଧାନରେ ଟ୍ରେଡିଂ ଆଇଡିକୁ ବ୍ଲକ୍ କରିଦିଆଗଲା।
Sports: କ୍ରୀଡ଼ାର ବିକାଶ ନେଇ ସିଡନି ୟୁନିଭର୍ସିଟି ସ୍ପୋର୍ଟ-କିଟ୍ ବୁଝାମଣାପତ୍ର
ଏ ନେଇ ସେ ଗତ ୨୦୨୫ ନଭେମ୍ବର ୭ରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। କ୍ରାଇମବ୍ରାଞ୍ଚର ସାଇବର ସେଲ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଠକେଇ ଟଙ୍କା ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଡିଲା। ଏହାପରେ ଇନ୍ସ୍ପେକ୍ଟର ଆରତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ପଶ୍ଚିମବଙ୍ଗରେ ଚଢ଼ଉ କରି ଅଭିଯୁକ୍ତ ଅଜୟ ପାଲକୁ ଗିରଫ କରିଛି। ପଶ୍ଚିମବଙ୍ଗରୁ ତାକୁ ଟ୍ରାନ୍ଜିଟ୍ ରିମାଣ୍ଡରେ କଟକ ଅଣାଯାଇଥିଲା। ଏହାପରେ ତାକୁ ନବରଙ୍ଗପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଇ ଜେଲ୍ ପଠାଇ ଦିଆଯାଇଛି। ଏହି ଠକେଇରେ ଆହୁରି ଏକାଧିକ ଲୋକଙ୍କ ସମ୍ପର୍କ ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)