Advertisment

Dadan Sardar's brutal incident: ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ: ଟ୍ରେନ୍‌ରୁ ଉଠାଇ ନେଇ କରେଣ୍ଟ ଦେଲେ, ତେଲ ଢାଳି ଦିଆସିଲି ମାରିଦେଲେ

Advertisment

ଶ୍ରମିକଙ୍କ ପ୍ରତି ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ। ଟ୍ରେନ୍‌ରୁ ଶ୍ରମିକଙ୍କୁ ଉଠାଇ ନେଇ କରେଣ୍ଟ ଦେବା ପରେ କିଛି ତୈଳ ପଦାର୍ଥ ଦେହରେ ଢାଳି ଦିଆସିଲି ମାରିଦେଲେ। ଏଥିରେ ପୀଡ଼ିତଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି।

ଶ୍ରମିକଙ୍କ ପ୍ରତି ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ। ଟ୍ରେନ୍‌ରୁ ଶ୍ରମିକଙ୍କୁ ଉଠାଇ ନେଇ କରେଣ୍ଟ ଦେବା ପରେ କିଛି ତୈଳ ପଦାର୍ଥ ଦେହରେ ଢାଳି ଦିଆସିଲି ମାରିଦେଲେ। ଏଥିରେ ପୀଡ଼ିତଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି।

ddadgcvvcz

ନୂଆପଡ଼ା/ଖଡ଼ିଆଳ: ଶ୍ରମିକଙ୍କ ପ୍ରତି ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ। ଟ୍ରେନ୍‌ରୁ ଶ୍ରମିକଙ୍କୁ ଉଠାଇ ନେଇ କରେଣ୍ଟ ଦେବା ପରେ କିଛି ତୈଳ ପଦାର୍ଥ ଦେହରେ ଢାଳି ଦିଆସିଲି ମାରିଦେଲେ। ଏଥିରେ ପୀଡ଼ିତଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି। ଏବେ ସେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଜୁନାପାଣି ଖଲିଆଭଟା ଗାଁର ବିଦ୍ୟାଧର ମାଝୀ (୫୦), ତାଙ୍କ ପୁଅ ଅଜୟ ମାଝୀ ଓ ଗାଁର ୫/୬ ଜଣ ବ୍ୟକ୍ତି ଅଗ୍ରିମ ଟଙ୍କା ନେଇ ୩ ମାସ ତଳେ ସ୍ଥାନୀୟ ଦଲାଲ ହିତେଶ କୁମାରଙ୍କ ଜରିଆରେ ଆନ୍ଧ୍ରପ୍ରଦେଶ ଅଲାନାମ୍‌ ଅଞ୍ଚଳର ଏଆର୍‌ ମାଧବଙ୍କ ଇଟାଭାଟିରେ କାମ କରୁଥିଲେ। କିଛିଦିନ ତଳେ ବିଦ୍ୟାଧର ଇଟାଭାଟି ମାଲିକଙ୍କୁ ନକହି ଲୁଚି କରି ସିକନ୍ଦରାବାଦରୁ ଟ୍ରେନ୍‌ରେ ବିଶାଖାପାଟଣା ଆସୁଥିଲେ। 

Annual Function: ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଇଟାଭାଟି ମାଲିକ ଜାଣିବା ପରେ ବିଦ୍ୟାଧରଙ୍କୁ ଧରି ଆଣିବା ପାଇଁ ତାଙ୍କ ସର୍ଦ୍ଦାର ସହ ୩-୪ ଜଣ ଯୁବକଙ୍କୁ ପଠାଇଥିଲେ। ସମ୍ପୃକ୍ତ ଯୁବକମାନେ ବିଦ୍ୟାଧରଙ୍କ ପିଛା କରି ଶ୍ରୀକାକୁଲମ୍‌ରୁ ୧୦୦ କିମି ଦୂର ଏକ ଷ୍ଟେସନ୍‌ରୁ ତାଙ୍କୁ ଧରିଥିଲେ। ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ବିଦ୍ୟାଧର ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସମ୍ପୃକ୍ତ ଯୁବକମାନେ ତାଙ୍କୁ ଧରି ନିକଟରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପାଖକୁ ନେଇ କରେଣ୍ଟ ଦେ‌ଇଥିଲେ। ପରେ ଏକ ତୈଳଜାତୀୟ ପଦାର୍ଥ ତାଙ୍କ ଉପରେ ଢାଳି ଦିଆସିଲି ମାରି ଦେଇଥିଲେ। ବିଦ୍ୟାଧର ଚିତ୍କାର କରିବାରୁ ସେମାନେ ଫେରାର ହୋଇଯାଇଥିଲେ। ରେଳବାଇ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶ୍ରୀକାକୁଲମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା।

Naxal: ନକ୍ସଲ ସଫା ନେଇ କାଉଣ୍ଟଡାଉନ ଆରମ୍ଭ; ଯବାନଙ୍କ ଟାର୍ଗେଟରେ ମାଓ ନେତା ପାପା ରାଓ

ପରିବାର ଲୋକ ସେଠାରେ ପହଞ୍ଚିବା ପରେ ଡାକ୍ତର ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ତେବେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ଅନ୍ୟ ବଡ଼ଡାକ୍ତରଖାନାକୁ ନେଇ ନପାରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଖଡ଼ିଆଳ କଂଗ୍ରେସ ନେତା କମଳଚରଣ ତାଣ୍ଡି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଶ୍ରମିକଙ୍କୁ ଚିକିତ୍ସା ସହାୟତା, ଇଟାଭାଟି ମାଲିକ ଓ ସ୍ଥାନୀୟ ଦଲାଲଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe